ବିଜେଡିରେ ଆରମ୍ଭ ହେଉଛି original ବିଜୁ ଲିଗାସୀ...

Apr 8, 2026 - 15:05
 12
ବିଜେଡିରେ ଆରମ୍ଭ ହେଉଛି original ବିଜୁ ଲିଗାସୀ...

ବିଜେଡିରେ ଆରମ୍ଭ ହେଉଛି original ବିଜୁ ଲିଗାସୀ...

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆସନ୍ତା ଏପ୍ରିଲ ୧୭ ତାରିଖରେ ଭୁବନେଶ୍ୱରରେ “ଅରିଜିନାଲ ବିଜେଡି” ନେତାମାନଙ୍କ ଏକ ବିଶାଳ ମହାସମ୍ମିଳନୀ ଆୟୋଜନ କରାଯିବ। 

ବିଜୁ ଲିଗାସୀକୁ ସୁରକ୍ଷିତ ରଖିବା ସହ ଦଳର ମୂଳ ଆଦର୍ଶକୁ ପୁନରୁଦ୍ଧାର କରିବା ଲକ୍ଷ୍ୟରେ ଏହି ସମ୍ମିଳନୀରେ ଓଡିଶାର ବିଭିନ୍ନ ସ୍ଥାନରୁ ବହୁ ବିଜୁପ୍ରେମୀ ଓ ପୂର୍ବତନ ଏବଂ ବର୍ତ୍ତମାନ ନେତାମାନଙ୍କ ଯୋଗଦାନ ହେବାକୁ ଯାଉଛି।

ସୂଚନା ଅନୁସାରେ, ପ୍ରାୟ ୨୭ ଜଣ ବିଜେଡି ବିଧାୟକ ଏକାଠି ହେବା ସମ୍ଭାବନାକୁ ନେଇ ରାଜନୀତିକ ମହଳରେ ଚର୍ଚ୍ଚା ଜୋର ଧରିଛି। 

ଜଣେ ବବରିଷ୍ଠ ସଦସ୍ୟଙ୍କ ନାମ ଗୋପନ ରଖି କହିଛନ୍ତି ଯେ ୧୯୯୭ ମସିହାରେ ଜନତା ଦଳ ଭାଙ୍ଗିବା ସମୟରେ କିଏ ନେତୃତ୍ୱ ନେଇଥିଲେ ଓ କେଉଁ ନେତା କେଉଁ ପଥ ବାଛିଥିଲେ, ସେଥିପାଇଁ ଏକ ବିସ୍ତୃତ ତାଲିକା ପ୍ରସ୍ତୁତ ହେଉଛି।

ଉଲ୍ଲେଖନୀୟ ଯେ, ଶ୍ରୀ ନବୀନ ପଟ୍ଟନାୟକ ଜନତା ଦଳରୁ ଅଲଗା ହୋଇ ବିଜୁ ଜନତା ଦଳ (ବିଜେଡି) ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। 

ଏହି ପରିପ୍ରେକ୍ଷିରେ “ଅରିଜିନାଲ ବିଜେଡି” ନେତାମାନେ ଏକତ୍ରିତ ହୋଇ ନିର୍ବାଚନ କମିଶନଙ୍କ ନିକଟରେ ଶଙ୍ଖ ଚିହ୍ନ ପାଇଁ ଦାବି ଉଠାଇ ପାରନ୍ତି ବୋଲି ଜୋରଦାର ଅନୁମାନ ହେଉଛି।

ସମ୍ମିଳନୀରେ ପୁରୁଣା ସ୍ଲୋଗାନ “ପାଣ୍ଡୁ ହଟାଓ, ବିଜେଡି ବଞ୍ଚାଅ” ପୁନର୍ବାର ସେହି ସ୍ଲୋଗାନ ହେବାର ସମ୍ଭାବନା ରହିଛି। ଏହା ସହିତ ବିଜେଡିର ପୁନଃଗଠନ ପ୍ରକ୍ରିୟା ଆରମ୍ଭ ହେବାକୁ ନେଇ ସଂକେତ ମିଳୁଛି।

ଏପରିକି କିଛି ଦିନ ତଳେ ରାଜ୍ୟସଭାରେ ଘଟି ଥିବା ପରିବର୍ତ୍ତନକୁ ନେଇ ମଧ୍ୟ ରାଜନୀତିକ ମହଳରେ ଚର୍ଚ୍ଚା ଚାଲିଛି। 

ପାଣ୍ଡିଆନଙ୍କ ଭୂମିକାକୁ କେନ୍ଦ୍ର କରି ନେତୃତ୍ୱରେ ପରିବର୍ତ୍ତନ ଘଟିଥିବା ଖବର ମିଳୁଛି। ସସ୍ମିତ ପାତ୍ରଙ୍କ ପଦଚ୍ୟୁତି ଓ ତାଙ୍କ ସ୍ଥାନରେ ନୂତନ ମୁହଁ ସନ୍ତୁପ୍ତ ।

ଆଗାମୀ ଦିନରେ “ଅରିଜିନାଲ ବିଜେଡି” ରେ କିଏ ରହିବେ ଓ ଦଳ କେମିତି ନୂଆ ରୂପ ନେବ, ସେଥିପାଇଁ ସମସ୍ତଙ୍କ ନଜର ଏହି ସମ୍ମିଳନୀ ଉପରେ ରହିଛି। 

ଦିନକୁ ଦିନ ବିଜେଡିର ଆଭ୍ୟନ୍ତରୀଣ ପରିସ୍ଥିତି ଓ ନେତୃତ୍ୱ ପ୍ରଶ୍ନ ଓଡ଼ିଶାର ରାଜନୀତିରେ ମୁଖ୍ୟ ଚର୍ଚ୍ଚା ବିଷୟ ହୋଇଉଠିଛି।