ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ

Apr 8, 2026 - 14:59
 12
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଗଣମାଧ୍ଯମ ନିମନ୍ତେ ସୂଚନାରେ ସରକାରଙ୍କ ଅନୁମୋଦନ ତା୧୧.୦୩.୧୯୭୦ ରିଖରୁ ତା୩୦.୦୪.୧୯୯୮ରିଖ ମଧ୍ୟରେ କ୍ରମେ ଯଥା ଲିଜ୍ ଦାତାଙ୍କ ସମ୍ମତି କ୍ରମେ ଲିଜ୍ ଜମି ହସ୍ତାନ୍ତର କରାଯାଇ ପରବର୍ତ୍ତୀ ସମୟରେ ଆବଶ୍ୟକୀୟ ତ୍ରିପାକ୍ଷିକ ଦଲିଲ ନିଷ୍ପାଦିତ ଏବଂ ପଞ୍ଜୀକରଣ କରାଯାଇଛି, ସେହି କ୍ଷେତ୍ରରେ ଲିଜ୍ ହସ୍ଥାନ୍ତର ମାଧ୍ୟମରେ ଜମି ପ୍ରାପ୍ତ ହୋଇଥିବା ବ୍ୟକ୍ତିମାନେ ବା ସେମାନଙ୍କର ନଙ୍କର ଉତ୍ତରାଧିକାରୀଙ୍କଠାରୁ ସମ୍ମତି ଶୁଳ୍କ (consent fee) ଆଦାୟ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଯେଉଁ କ୍ଷେତ୍ରରେ ତା11.03.1970ରିଖରୁ ତା.30.04.1998ରିଖ ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗର ସମ୍ମତି କ୍ରମେ ଲିଜ୍ ଜମି ହସ୍ତାନ୍ତର କରାଯାଇ ତ୍ରିପକ୍ଷୀୟ ଦଲିଲ ପଞ୍ଜୀକୃତ ହୋଇଅଛି ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଆଦେଶ ସଂଖ୍ୟା.୧୮୬୧୧/CA, ତା୦୨.୦୭.୨୦୧୮ରିଖ ଅନୁଯାୟୀ ଉକ୍ତ ହସ୍ତାନ୍ତର ପାଇଁ ସଂ ସଂଶୋଧୂତ ହାରରେ ଏବଂ ବର୍ତ୍ତମାନର Bench Mark Valuationରେ ସମ୍ମତି ଶୁଳ୍କ ଆଦାୟ କରାଯାଇଅଛି, ସେଗୁଡ଼ିକୁ ଉପଯୁକ୍ତ ଆର୍ଥିକ ପ୍ରକ୍ରିୟାକୁ ଅନୁସରଣ କରି ଫେରସ୍ତ କରାଯିବ ।