ବିଜେପି ଦଳ ସମ୍ପୂର୍ଣ ରଣ କ୍ଷେତ୍ରରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଅଛି...

Nov 27, 2025 - 16:22
 4
ବିଜେପି ଦଳ ସମ୍ପୂର୍ଣ ରଣ କ୍ଷେତ୍ରରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଅଛି...

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଏହି ବୈଠକରେ ଯୋଗ ଦେଇ ରଣନୀତି ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

ଏହି ଅଧିବେସନ ଆସନ୍ତା କାଲିରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । 

ଆସନ୍ତା କାଲି ପ୍ରଥମ ଦିବସରେ ପ୍ରଥମ ଥର ପାଇଁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌାପଦୀ ମୁର୍ମୁ ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିବେ । 

ଏହା ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଐତିହାସିକ ମୁହୁର୍ତ । ମହାମହିମ ରାଷ୍ଟ୍ରପତି ମହୋଦୟା ଏହି ବିଧାନସଭାରେ ସଦସ୍ୟା ଓ ମନ୍ତ୍ରୀ ମଧ୍ୟ ଥିଲେ । 

ଏହି ଅବସରରେ ରାଷ୍ଟ୍ରପତି ମହୋଦୟା ତାଙ୍କ ସମୟରେ ଥିବା ପୂର୍ବତନ ବିଧାୟକ ଓ ବର୍ତମାନର ବିଧାୟକମାନଙ୍କ ସହ ସେ ଆଲୋଚନା କରିବେ |

ଆସନ୍ତା ୨୮ ତାରିଖ ଦିନ ପ୍ରଥମ ସପ୍ଲିମେଂଟାରୀ ବଜେଟ ଉପସ୍ଥାପନ ହେବ । 

ବିରୋଧୀ ଦଳ ତରଫରୁ ଯେଉଁ ପ୍ରସଙ୍ଗ ଉପସ୍ଥାପନା କରାଯିବ, ସମସ୍ତ ପ୍ରଶ୍ନର ଜବାବ୍ ଦେବାକୁ ବିଜେପି ପ୍ରସ୍ତୁତ । 

ଏଥି ସହ ୧୬ ମାସର ବିଜେପି ସରକାରର ସମସ୍ତ ଉପଲବ୍ଧିକୁ ବିଜେପି ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରାଯିବ |