ବ୍ରାହ୍ମଣୀ ନଦୀରେ ବୁଡି ୨ ନିଖୋଜ
ପୁଣି ନଦୀରେ ବୁଡ଼ି ୨ ନିଖୋଜ । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅଞ୍ଚଳରେ ଘଟିଛି । ବ୍ରାହ୍ମଣୀ ନଦୀକୁ ଗାଧେଇବା ପାଇଁ ଯାଇ ବୁଡ଼ି ୨ ନିଖୋଜ । ସୂଚନା ଅନୁସାରେ, ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅଂଚଳର ଗୋଟେ ଗ୍ରାମରେ ଦୁଇ ଜଣ ରଙ୍ଗ ମିସ୍ତ୍ରୀ କାମ କରୁଥିଲେ । କାମ ସରିବା ପରେ ସେମାନେ ବ୍ରାହ୍ମଣୀ ନଦୀକୁ ଗାଧେଇବା ପାଇଁ ଯାଇଥିଲେ । ଗାଧେଇବା ବେଳେ ଅସାବଧାନତା ପାଇଁ ସେମାନେ ନଦୀରେ ବୁଡ଼ି ଯାଇଛନ୍ତି । ବିଳମ୍ବ ହେବାରୁ ସେମାନେ ଘରକୁ ଫେରିନଥିବାରୁ ସ୍ଥାନୀୟ ଲୋକ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କ ଉଦ୍ଧାର ପାଇ ଖୋଜାଖୋଜି ଆରମ୍ଭ କରିଛି । ନିଖୋଜ ବ୍ୟକ୍ତିଙ୍କର ପରିଚୟ ମିଳିଛି ବୋଲି ସୂଚନା ମିଳିଛି ।