ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି: କୃଷି ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ନେଇ କୌଣସି ସାଲିସ୍ ହୋଇନାହିଁ

Feb 6, 2026 - 08:22
 6
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି: କୃଷି ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ନେଇ କୌଣସି ସାଲିସ୍ ହୋଇନାହିଁ

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି: କୃଷି ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ନେଇ କୌଣସି ସାଲିସ୍ ହୋଇନାହିଁ

ଚାଷୀଙ୍କ ହିତ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖାଯାଇଛି : ଶ୍ରୀ ଶିବରାଜ ସିଂ ଚୌହାନ

ଶୁକ୍ଳ ହ୍ରାସ ଦ୍ବାରା ଚାଉଳ, ମସଲା ଏବଂ ବୟନ ରପ୍ତାନିକୁ ମିଳିବ ପ୍ରୋତ୍ସାହନ, କପା ଚାଷୀଙ୍କ ଆୟ ବୃଦ୍ଧି ପାଇବ: କେନ୍ଦ୍ର କୃଷି ମନ୍ତ୍ରୀ

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ବିରୋଧୀ ଦଳମାନେ ଆଣିଥିବା ଭ୍ରମାତ୍ମକ ଅଭିଯୋଗକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଖଣ୍ଡନ କରିଛନ୍ତି। ସେ ସୃଷ୍ଟ ରୂପେ କହିଛନ୍ତି, ଏହି ରାଜିନାମାରେ ଭାରତୀୟ କୃଷିଗତ ହିତ, ବିଶେଷ କରି କୃଷି ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ସହ କୌଣସି ସାଲିସ୍ କରାଯାଇନାହିଁ ଏବଂ ଏହାକୁ ସମ୍ପୂର୍ଣ ରୂପେ ସୁରକ୍ଷିତ ରଖାଯାଇଛି। ସେ ଗୁରୁତ୍ବାରୋପ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନ୍ବୀ ଶ୍ରୀ ନରେନ୍ଦ୍ର ରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଏବଂ ମାର୍ଗଦର୍ଶନରେ, ଏହି ଚୁକ୍ତି କୂଟନୀତି, ବିକାଶ ଏବଂ ସମ୍ମାନର ଏକ ନୂତନ ମାନଦଣ୍ଡକୁ ପ୍ରତିଫଳିତ କରିଥାଏ। ପ୍ରଧାନମନ୍ତ୍ରୀ ଆରମ୍ଭରୁ ସୃଷ୍ଟ କରିଦେଇଛନ୍ତି ଯେ କୃଷକମାନ କମାନଙ୍କ ହିତ ସର୍ବୋପରି ଅଟେ।

ଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧୃତ କରି ଶ୍ରୀ ଚୌହାନ କହିଛନ୍ତି, ଭାରତର ମୁଖ୍ୟ ଶସ୍ୟ, ଫଳ, ପ୍ରମୁଖ ମୁଖ ଫସଲ, ମିଲେଟ୍ସ ଏବଂ ଦୁଗ୍ଧଜାତ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇଛି। ଏସବୁ ଉତ୍ପାଦ ପ୍ରତି କୌଣସି ବିପଦ ନାହିଁ। ଛୋଟ ଏବଂ ବଡ଼ ଚାଷୀଙ୍କ ହିତ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇଛି ଏବଂ ଏହି ଚୁକ୍ତି ଭାରତୀୟ କୃଷି ପାଇଁ ବିପଦ ବଦଳରେ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ସେ ଜୋର ଦେଇ କହିଥିଲେ।

କ୍ଷୁଦ୍ର ଚାଷୀଙ୍କ ଚିନ୍ତା ଏବଂ ଆମେରିକୀୟ କୃଷି ଉତ୍ପାଦର ସ୍ଥିତି ଉପରେ ସୃଷ୍ଟୀକରଣ

ଭାରତର ଅଧାରୁ ଅଧିକ ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ ଏବଂ କ୍ଷୁଦ୍ର ଚାଷୀ ଏହି ଚୁକ୍ତି ଦ୍ବାରା ପ୍ରଭାବିତ ହେବା ନେଇ ଜାରି ରହିଥ‌ିବା ଆଶଙ୍କାର ଜବାବ ଦେଇ ମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ଯେ ଭାରତୀୟ ବଜାରରେ କୌଣସି ବିଦେଶୀ ଉତ୍ପାଦର ହଠାତ୍ କିମ୍ବା ଅଚାନକ ପ୍ରବେଶ ହେବ ନାହିଁ। କୌଣସି ବଜାର ଅଂଶକୁ ଏପରି ଭାବରେ ଖୋଲାଯାଇନାହିଁ ଯାହା

ଭାରତୀୟ ଚାଷୀମାନଙ୍କୁ କ୍ଷତି ପହଞ୍ଚାଇପାରେ। ସମସ୍ତ ପ୍ରମୁଖ ଫସଲ, ଖାଦ୍ୟଶସ୍ୟ, ଫଳ ଏବଂ ଦୁଗ୍ଧଜାତ ଦ୍ରବ୍ୟ ସୁରକ୍ଷିତ ରହିଛି। ଆମେରିକୀୟ କୃଷି ଉତ୍ପାଦ ପାଇଁ ଅଧୂକ ବଜାର ସୁବିଧା ସମ୍ପର୍କରେ ଆମେରିକାର ଅର୍ଥ ସଚିବଙ୍କ ଏକ ସାମ୍ପ୍ରତିକ ଟ୍ରିଟକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଉପରେ ଶ୍ରୀ ଚୌହାନ କହିଛନ୍ତି ଯେ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ସଂସଦରେ ସବୁ ତଥ୍ୟ ସୃଷ୍ଟ କରିସାରିଛନ୍ତି। ଭାରତ ଘରୋଇ ଚାଷୀଙ୍କ ଉପରେ ଚାପ ପକାଇବା ପାଇଁ କୌଣସି ପ୍ରକାରରେ ନିଜ ବଜାର ଖୋଲିନାହିଁ ଏବଂ ପ୍ରମୁଖ କୃଷି ସାମଗ୍ରୀ ପାଇଁ ସୁରକ୍ଷା ଅକ୍ଷୁଣ୍ଣ ରହିଛି ବୋଲି ସେ ପୁଣିଥରେ ଦୋହରାଇଛନ୍ତି ।

ଚାଉଳ, ମସଲା ଏବଂ ବୟନ ରପ୍ତାନିକୁ ମିଳିବ ପ୍ରୋତ୍ସାହନ

କରୁଛି ଏହି ଚୁକ୍ତିନାମା ଦ୍ବାରା ଉନ୍ମୁକ୍ତ ହେବାକୁ ଥ‌ିବା ରପ୍ତାନି ସମ୍ଭାବନା ସମ୍ଭାବନା ଉପରେ ଆଲୋକପାତ କରି ଶ୍ରୀ ଚୌହାନ କହିଛନି, ଭାରତ ପ୍ରର୍ବର ଆମେରିକା ସମେତ ଅନେକ ଦେଶକୁ ଏବଂ ସମ୍ପ୍ରତି ପ୍ରାୟ 63,000 କୋଟି ଟଙ୍କାର ର ରପ୍ତାନି ରେକର୍ଡ ହାସଲ କରିଛି। ଶୁଳ୍କ ହ୍ରାସ ଦ୍ବାରା ଭାରତର ଚାଉଳ, ମସଲା ଏବଂ ବୟନଶିଳ୍ପ ରପ୍ତାନିକୁ ସିଧାସଳଖ ଲାଭ ମିଳିତ ନିବ ଏବଂ ବୟନ ଉତ୍ପାଦ ରପ୍ତାନିରେ ବୃଦ୍ଧି ଲକ୍ଷ ଲକ୍ଷ କପା ଚାଷୀଙ୍କୁ ମଧ୍ୟ ସାହାଯ୍ୟ କରିବ ଦିବ। ଏହି ଚୁକ୍ତି ସ୍ପୃଷ୍ଟ ଭାବରେ ଭାରତୀୟ ଚାଷୀଙ୍କ ହିତରେ ରହିଛି ଏବଂ ବିରୋଧୀଙ୍କ ପୀଙ୍କ ଦ୍ବାରା ଭୁଲ ସୂଚନା ପ୍ରସାରିତ ହେବା ସତ୍ତ୍ବେ ନୂତନ ରପ୍ତାନି ପଥ ଖୋଲିବ ବୋଲି କେନ୍ଦ୍ର ମନ୍ତ୍ରୀ ଦୃଢ଼ତ ଦୃଢ଼ତାର ସହ କହିଛନ୍ତି ।

ସରକାର ସଂସଦରେ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ବିସ୍ତୃତ ବିବରଣୀ ଦିଅନ୍ତୁ ବୋଲି ବିରୋଧୀଙ୍କ ଦାବି ବିଷୟରେ ପଚରାଯିବାରୁ, ମନ୍ତ୍ରୀ ପୁନର୍ବାର କହିଛନ୍ତି, ଚୁକ୍ତିର ସମସ୍ତ ର୍ବିବରଣୀ ଯଥାସମ୍ଭବ ସୂଚିତ କରାଯିବ । ମୂଳ ନୀତି ସ୍ପଷ୍ଟ ଏବଂ ଅପରିବର୍ତ୍ତିତ ରହିଛି: ଭାରତୀୟ କୃଷକମାନଙ୍କ ସ୍ବାର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସେ ଦୃଢ଼ତାର ସହ କହିଛନ୍ତି ।

“ଚାଷୀମାନେ ହେଉଛନ୍ତି ଅନ୍ନଦାତା: ସେମାନଙ୍କ ସେବା କରିବା ଭଗବାନଙ୍କ ପୂଜା ସହ ସମାନ'

ଶ୍ରୀ ଚୌହାନ ଜୋର ଦେଇ କହିଛନ୍ତି, କୃଷି କ୍ଷେତ୍ରର ବ୍ୟାପକତା ଦୃଷ୍ଟିରୁ ଚାଷୀମାନ ନଙ୍କ ମଧ୍ୟରେ ଦ୍ବନ୍ଦ୍ବ ଏବଂ ଭୟ ସୃଷ୍ଟିକୁ ରୋକିବା ଲାଗି ସେମାନଙ୍କ ସହିତ ସ୍ପଷ୍ଟ ଭାବେ ଆଲୋଚନା କରିବାଚ ଆବଶ୍ୟକ‌ତା ରହିଛି । ସେ କହିଥିଲେ, “କୃଷକମାନେ ଆମର ଅନ୍ନଦାତା, ଜୀବନଦାତା। ସେମାନଙ୍କର କଲ୍ୟାଣ ହେଉଛି ଦେଶର କଲ୍ୟାଣ, ଏବଂ ସେମାନଙ୍କର ସ୍ବାର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ।” ଭାବପ୍ରବଣତାପୂର୍ଣ୍ନ ସ୍ବରରେ କୃଷି ମନ୍ତ୍ରୀ କହିଛନ୍ତି, ଚାଷୀମାନଙ୍କର ସେବା କରିବା ଭଗବାନଙ୍କ ପୂଜା କରିବା ସହ ସମାନ ଏବଂ ମୋଦୀ ସରକାର ପ୍ରତ୍ୟେକ ପରିସ୍ଥିତିରେ ଚାଷୀମାନଙ୍କ ସହିତ ଦୃଢ଼ ଭାବେ ଛିଡ଼ା ହୋଇ ରହିବେ।