ଭାରତ-ବ୍ରିଟେନ ମିଳିତ ବିବୃତ୍ତ

Oct 9, 2025 - 22:05
 7
ଭାରତ-ବ୍ରିଟେନ ମିଳିତ ବିବୃତ୍ତ

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍‌ କୀର ଷ୍ଟାରମର ୮ ଓ ୯ ଅକ୍ଟୋବର, ୨୦୨୫ରେ ଭାରତ ଆସିଥିଲେ । ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧୂ ଦଳ ମଧ୍ୟ ଆସିଥିଲେ, ଯେଉଁଥିରେ ବ୍ୟବସାୟ ଓ ବାଣିଜ୍ୟ ରାଷ୍ଟ୍ର ସଚିବ ତଥା ବାଣିଜ୍ୟ ବୋର୍ଡର ଅଧ୍ଯକ୍ଷ ସାଂସଦ ମାନ୍ୟବର ପିଟର କାଇଲ, ସ୍କଟଲ୍ୟାଣ୍ଡ ରାଷ୍ଟ୍ର ସଚିବ ତଥା ସାଂସଦ ମାନ୍ୟବର ଡଗ୍ଲେସ୍ ଆଲେକଜାଣ୍ଡର, ନିବେଶ ମନ୍ତ୍ରୀ ଶ୍ରୀ ଜେସନ ଷ୍ଟକ୍‌ଉଡଙ୍କ ସହ ୧୨୫ ଜଣ ପ୍ରମୁଖ ସିଇଓ, ଉଦ୍ୟୋଗୀ, ବିଶ୍ବବିଦ୍ୟାଳୟର କୁଳପତି ଓ ସାଂସ୍କୃତିକ ନେତୃବୃନ୍ଦ ଯୋଗ ଦେଇଥିଲେ। ଏହି ଗସ୍ତ ସମୟରେ ଭାରତ ଓ ବ୍ରିଟେନ ମଧ୍ୟରେ ଦ୍ବିପକ୍ଷୀୟ ସମ୍ପର୍କ ସୁଦୃଢ଼ କରିବା, ବାଣିଜ୍ୟ, ନିବେଶ ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସ‌ହିତ ସାଂସ୍କୃତିକ ଆଦାନପ୍ରଦାନ ବିଷୟରେ ଆଲୋଚନା ହୋଇଥିଲା ।

ପ୍ରଧାନମନ୍ତ୍ରୀ ଷ୍ଟୋରମରଙ୍କ ଏହା ପ୍ରଥମ ସରକାରୀ ଭାରତ ଗସ୍ତ। ଏହି ଗସ୍ତ ୨୩-୨୪ ଜୁଲାଇ, ୨୦୨୫ ରେ ଭାରତର ପ୍ରଧାନମନ୍ତ୍ରୀଙ୍କ ବ୍ରିଟେନ ଗସ୍ତ ପରେ ହୋଇଛି, ଯେଉଁଥିରେ ଉଭୟ ପକ୍ଷ ଐତିହାସିକ ଭାରତ-ବ୍ରିଟେନ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା (ସିଇଟିଏ) ସ୍ବାକ୍ଷର କରିଥିଲେ ଏବଂ ଭାରତ-ବ୍ରିଟେନ ଭିଜନ ୨୦୩୫ ଏବଂ ଏକ ପ୍ରତିରକ୍ଷା ଶିଳ୍ପ ରୋଡମ୍ୟାପ ଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଷ୍ଟାରମର ୨୦୨୫ ମସିହା ଅକ୍ଟୋବର ୯ ତାରିଖରେ ମୁମ୍ବାଇଠାରେ ଅନୁଷ୍ଠିତ ଗ୍ଲୋବାଲ୍ ଫିନଟେକ୍ ଉତ୍ସବରେ ମୁଖ୍ୟ ଭାଷଣ ଦେଇଥିଲେ। ପରେ ମୁମ୍ବାଇରେ ଦୁଇ ନେତା ସୀମିତ ତଥା ପ୍ରତିନିଧୂମଣ୍ଡଳୀ ସ୍ତରୀୟ ଆଲୋଚନା କରିଥିଲେ, ଯେଉଁଥିରେ ସେମାନେ ଭାରତ-ବ୍ରିଟେନ ବ୍ୟାପକ ରଣନୈତିକ ଭାଗିଦାରୀର ଉନ୍ନତିକରଣ ଦିଗରେ ସନ୍ତୋଷ ବ୍ୟକ୍ତି କରିଥିଲେ ଏବଂ ବିଶ୍ବ ଶାନ୍ତି, ସ୍ଥିରତା ଏବଂ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ସମାନ ପ୍ରତିବଦ୍ଧତା ଦୋହରାଇଥିଲେ। ସେମାନେ ପାରସ୍ପରିକ ସ୍ବାର୍ଥର ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ।

ଭାରତ-ବ୍ରିଟେନ ଶିଖର ସମ୍ମିଳନୀ ଅବସରରେ ମୁମ୍ବାଇରେ ସିଇଓ ଫୋରମର ବୈଠକକୁ ପ୍ରଧାନମନ୍ତ୍ରୀମାନେ ସ୍ବାଗତ କରିଥିଲେ। ଉଭୟ ନେତା ଭାରତ-ବ୍ରିଟେନ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜିନାମା (ସି. ଇ. ଟି. ଏ.) ର ଅନୁମୋଦନକୁ ଯଥାଶୀଘ୍ର ସୁଧାରିବାକୁ ଆଶା ବ୍ୟକ୍ତି କରିଥିଲେ, ଯାହାଦ୍ବାରା ଏହାର ଲାଭ ମିଳିପାରିବ।

ପ୍ରଧାନମନ୍ତ୍ରୀମାନେ ମିଳିତ ଅର୍ଥନୈତିକ ଏବଂ ବାଣିଜ୍ୟ କମିଟି (ଜେଟକୋ) ର ପୁନଃସ୍ଥାପନକୁ ମଧ୍ୟ ସ୍ବାଗତ କରିଥିଲେ, ଯାହା ସିଇଟିଏ ର ଶାସନ ଏବଂ ଉପଯୋଗକୁ ସମର୍ଥନ କରିବ ଏବଂ ଆମର ବ୍ୟାପକ ବାଣିଜ୍ୟ ଏବଂ ନିବେଶ ଭାଗିଦାରୀକୁ ଆଗକୁ ବଢ଼ାଇବ।

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ଆସିଥ‌ିବା ବୃହତ୍ ବ୍ୟବସାୟିକ ପ୍ରତିନିଧୂ ଦଳ ନିର୍ମାଣ, ଭିତ୍ତଭୂମି ଏବଂ ସ୍ବଚ୍ଛ ଶକ୍ତି, ଉନ୍ନତ ଉତ୍ପାଦନ, ପ୍ରତିରକ୍ଷା, ଶିକ୍ଷା, କ୍ରୀଡ଼ା, ସଂସ୍କୃତି, ଆର୍ଥକ ଏବଂ ବୃତ୍ତିଗତ ବ୍ୟବସାୟ ସେବା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ଉପଭୋକ୍ତା ସାମଗ୍ରୀ ଏବଂ ଖାଦ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଭୟ ଦେଶରେ ନିବେଶର ସୁଯୋଗକୁ ପ୍ରଦର୍ଶିତ କରିଥିଲେ। ନୀତି ଆୟୋଗ ଏବଂ ସିଟି ଅଫ୍ ଲଣ୍ଡନ କର୍ପୋରେସନ୍ ମଧ୍ଯରେ ବର୍ତ୍ତମାନର ୟୁକେ ଇଣ୍ଡିଆ ଇନଫ୍ରାକଟର ଫାଇନାଲିଂ ବ୍ରିଜ୍‌ (ୟୁ. କେ, ଆଇ, ଆଇ. ଏଫ୍. ବି.) ହେଉଛି ନିରନ୍ଧର ଅଭିବୃଦ୍ଧି ପାଇଁ ଆମର ସହଭାଗୀ ମହତ୍ବାକାଂକ୍ଷାର ଏକ ଉଦାହରଣ।

ଦୁଇ ପ୍ରଧାନମନ୍ତ୍ରୀ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଲାଗି ନିଜର ପ୍ରତିବଦ୍ଧତାକୁ ଦୋହରାଇ ସ୍ବାଗତ କରିଥିଲେ ଯେ, ଉଭୟ ପକ୍ଷ ବିମାନ ଚଳାଚଳ ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଭାରତ-ବ୍ରିଟେନ ବିମାନ ସେବା ରାଜିନାମାର ନବୀକରଣ ଉପରେ ଆଲୋଚନା କରୁଛନ୍ତି। ଏହା ଉଭୟ ଦେଶକୁ ଏରୋସ୍ଟେସ୍ କ୍ଷେତ୍ରରେ ଘନିଷ୍ଠ ସହଯୋଗ ପାଇଁ ଏକ ସୁଯୋଗ ପ୍ରଦାନ କରିଥାଏ।