ଭାରତର ଭବିଷ୍ୟତ ଗଢୁଛି ବାୟୋମେଡିକାଲ୍ ଗବେଷଣା
ବାୟୋମେଡିକାଲ୍ ଗବେଷଣା କ୍ୟାରିଅର୍ କାର୍ଯ୍ୟକ୍ରମ ପର୍ଯ୍ୟାୟ-୩ ପାଇଁ ମୋଟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ
ଏହି ପଦକ୍ଷେପ ୨୦୦୦ରୁ ଅଧୂକ ଗବେଷକଙ୍କୁ ତାଲିମ, ଉଚ୍ଚ-ପ୍ରଭାବ ପ୍ରକାଶନ, ପେଟେଣ୍ଡଯୋଗ୍ୟ ଆବିଷ୍କାର ଏବଂ ସ୍ବୀକୃତି ପାଇଁ ଲକ୍ଷ୍ୟ ରଖୁଛି
ମହିଳା ବୈଜ୍ଞାନିକମାନଙ୍କ ପାଇଁ ୧୦-୧୫ ପ୍ରତିଶତ ଅଧୂକ ସମର୍ଥନ, ୨୫-୩୦ ପ୍ରତିଶତ ପ୍ରକଳ୍ପକୁ ଟେକ୍ନୋଲୋଜି ରେଡିନେସ୍ ଲେଭଲ୍ (ଟିଆରଏଲ୍-୪) ଏବଂ ତା'ଉର୍ଦ୍ଧ୍ବରେ ପହଞ୍ଚାଇବା ତଥା ବ୍ୟାପକ ସ୍ତର-୨/୩ ପ୍ରସାର ପାଇଁ ଲକ୍ଷ୍ୟ ରଖୁଛି ।
ପର୍ଯ୍ୟାୟ-୨ କାର୍ଯ୍ୟକ୍ରମରେ ୯୦ ଟି ଆର୍ନ୍ତର୍ଜାତୀୟ ଏବଂ ଜାତୀୟ ସ୍ବୀକୃତି ରହିଥ୍ଲା
୦୯.୧୦.୨୦୨୫: ଭାରତ ଏକ ବାୟୋଟେକ୍ନୋଲୋଜି-ନେତୃତ୍ବାଧୀନ ପରିବର୍ତ୍ତନର ଦ୍ବାରରେ ଉପନୀତ। ଏହା ବାୟୋଟେକ୍ନୋଲୋଜି ଗବେଷଣା ଅଭିବୃଦ୍ଧି ଏବଂ ବିଶ୍ବ ନେତୃତ୍ବ ପାଇଁ ଏକ ପ୍ରେରଣାଦାୟକ ଶକ୍ତି ଭାବରେ ଦ୍ରୁତ ଗତିରେ ଉଭା ହେଉଛି। ଗତ ଦଶନ୍ଧି ଧରି, ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି) ଆତ୍ମନିର୍ଭର ଭାରତ, ସ୍ବସ୍ତୁ ଭାରତ, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ପ୍ରମୁଖ ଜାତୀୟ ପଦକ୍ଷେପ ସହିତ ସଂଯୁକ୍ତ ନବସୃଜନ, ଉଦ୍ୟୋଗ ଏବଂ କ୍ଷମତା-ନିର୍ମାଣରେ ନେତୃତ୍ବ ନେଇଛି। ଏହି ପ୍ରୟାସଗୁଡ଼ିକ ଦେଶକୁ ବିଶ୍ବର ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା ଜୈବ ଅର୍ଥନୀତି ମଧ୍ୟରୁ ଗୋଟିଏ ଭାବରେ ସ୍ଥାନିତ କରିଛି।
ଏହି ଗତି ଉପରେ ଆଧାର କରି, କେନ୍ଦ୍ର କ୍ୟାବିନେଟ ବାୟୋମେଡିକାଲ୍ ରିସର୍ଚ୍ଚ କ୍ୟାରିଅର୍ ପ୍ରୋଗ୍ରାମ୍ (ବିଆରସିପି)ର ପର୍ଯ୍ୟାୟ-୩କୁ ଅନୁମୋଦନ କରିଛି । ଯାହା ୨୦୨୫-୨୬ରୁ ୨୦୩୦-୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ, ଏବଂ ଏହା ୨୦୩୭-୩୮ ପର୍ଯ୍ୟନ୍ତ ଏକ ବିସ୍ତାରିତ ସେବା ପର୍ଯ୍ୟାୟ ସହିତ ରହିବ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି, ଜୈବ ଚିକିତ୍ସା ବିଜ୍ଞାନ, କ୍ଲିନିକାଲ୍ ଏବଂ ସାର୍ବଜନୀନ ସ୍ବାସ୍ଥ୍ୟ ଗବେଷଣାରେ ଏକ ବିଶ୍ବସ୍ତରୀୟ ଗବେଷଣା ଇକୋସିଷ୍ଟମ ବିକଶିତ କରିବା। ଏହା ଫେଲୋସିପ୍ ଏବଂ ସହଯୋଗୀ ଅନୁଦାନ ମାଧ୍ୟମରେ ବିଭିନ୍ନ କ୍ୟାରିଅର୍ ପର୍ଯ୍ୟାୟରେ ବୈଜ୍ଞାନିକମାନଙ୍କୁ ସର୍ମର୍ଥନ କରିବ। ଭାରତରେ ପ୍ରମୁଖ ସାର୍ବଜନୀନ ସ୍ବାସ୍ଥ୍ୟ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚ-ଗୁଣବତ୍ତା ଏବଂ ନୈତିକ ଗବେଷଣାକୁ ଉତ୍ସାହିତ କରିବ।
୨୦୦୮-୦୯ରେ ଡିବିଟି ଏବଂ ୱେଲକମ୍ ଟ୍ରଷ୍ଟ, ୟୁକେ ମ ମଧ୍ଯରେ ଏକ ସହଯୋଗ ଭାବରେ ରେ ଡିବିଟି / ୱେଲକମ୍ ଟ୍ରଷ୍ଟ ଇଣ୍ଡିଆ ଆଲାଏନ୍ସ ମାଧ୍ୟମରେ ଆରମ୍ଭ ହୋଇଥିବା ବିଆଁରସିପି ବିଶ୍ବସ୍ତରୀୟ ମାନଦଣ୍ଡରେ ଗବେଷଣା ଫେ ଫେଲୋସିପ୍ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଥିଲା। ୨୦୦୮-୦୯ରେ ଏହାର ଏ ପରିସରକୁ ବିସ୍ତାର କରିଥିବା ଏକ ସପ ସଫଳ ପର୍ଯ୍ୟାୟ-୨ ପରେ, ଏହି କାର୍ଯ୍ୟକ୍ରମ ଏବେ ବୈଜ୍ଞାନିକ ଉତ୍କର୍ଷତା ଏବଂ ବିଶ୍ବସ୍ତରୀୟ ପ୍ରତିଯୋଗିତାମୂଳକତା ପ୍ରତି ଏକ କ ନୂତନ ପ୍ରତିବଦ୍ଧତା ସହିତ ପର୍ଯ୍ୟାୟ-୩ ରେ ପ୍ରବେଶ କରୁଛି।
ଦ୍ୱିତୀୟ ପର୍ଯ୍ୟାୟରେ ବାୟୋମେଡିକାଲ୍ ଗବେଷଣା କ୍ୟାରିଅର୍ କାର୍ଯ୍ୟକ୍ରମର ପ୍ରଭାବ
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହିତ ସହଭାଗୀତାରେ ଆରମ୍ଭ ହୋଇଥିବା ଜାତୀୟ ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ ମିଶନ, ଔଷଧ-ପ୍ରତିରୋଧୀ ସଂକ୍ରମଣର ମୁକାବିଲା କରିବା ପାଇଁ ଭାରତର କ୍ଷମତାକୁ ଆହୁରି ମଜବୁତ କରେ। ବାୟୋରିପୋଜିଟୋରୀ ଏବଂ କ୍ଲିନିକାଲ୍ ପରୀକ୍ଷଣ ପ୍ଲାଟଫର୍ମଗୁଡ଼ିକର ଏକ ନେଟୱାର୍କ ପରୀକ୍ଷାଗାର ଉଦ୍ଭାବନକୁ କ୍ଲିନିକାଲ୍ ପ୍ରୟୋଗରେ କାର୍ଯ୍ୟଦକ୍ଷତାକୁ ତ୍ବରାନ୍ବିତ କରୁଛି।
ଏହି କାର୍ଯ୍ୟକ୍ରମ ଲିଙ୍ଗ ଅନୁର୍ଭୁକ୍ତିକୁ ମଧ୍ୟ ପ୍ରାଥମିକତା ଦେଇଛି। ବାୟୋକେୟାର, ଜାନକୀ ଆମ୍ମାଲ ପୁରସ୍କାର ଏବଂ ବିରାକର ୱାଇନର ପୁରସ୍କାର ଭଳି ପଦକ୍ଷେପଗୁଡ଼ିକ ଜୈବ ଚିକିତ୍ସା ଗବେଷଣା ଏବଂ ଉଦ୍ୟୋଗିତାରେ ମହିଳାମାନଙ୍କର ଅଧୂକ ଅଂଶଗ୍ରହଣକୁ ଉତ୍ସାହିତ କରିଛି। ମହିଳାମାନଙ୍କ ନେତୃତ୍ବରେ ଜୈବ ଇନକ୍ୟୁବେଟର ଏବଂ ନେତୃତ୍ବ ପ୍ଲାଟଫର୍ମଗୁଡ଼ିକ ଦେଶବ୍ୟାପୀ ମହିଳା ବୈଜ୍ଞାନିକମାନଙ୍କ ପାଇଁ ସୁଯୋଗ ବିସ୍ତାର କରୁଛି।
ଭାରତର ଜୈବ ଚିକିତ୍ସା ଗବେଷଣା ମାନବ ଜେନେଟିକ୍ସ ଏବଂ ଜିନୋମିକ୍ସ, ସଂକ୍ରାମକ ରୋଗ, ଟିକା, ନିଦାନ, ଔଷଧ ପୁନଃଉପଯୋଗ, ବାୟୋମେଡିକାଲ୍ ଇଞ୍ଜିନିୟରିଂ, ମାତୃ ଏବଂ ଶିଶୁ ସ୍ବାସ୍ଥ୍ୟ, ସାମୁଦ୍ରିକ ବାୟୋଟେକ୍ନୋଲୋଜି ଏବଂ ସାର୍ବଜନୀନ ସ୍ବାସ୍ଥ୍ୟ ପୋଷକ ସମେତ ବିଭିନ୍ନ କ୍ଷେତ୍ରକୁ କଭର କରେ। ଜେନୋମଇଣ୍ଡିଆ ଏବଂ ୟୁଏମଏମଆଇଡି ଭଳି କାର୍ଯ୍ୟକ୍ରମଗୁଡ଼ିକ ବଂଶାନୁକ୍ରମିକ ରୋଗର ପ୍ରାରମ୍ଭିକ ନିରୁପଣ ଏବଂ ଚିକିତ୍ସାକୁ ଉନ୍ନତ କରିବା ପାଇଁ ଭାରତର ଅନନ୍ୟ ଜେନେଟିକ୍ ଭୂଦୃଶ୍ୟକୁ ମ୍ୟାପ କରୁଛି। ଜେନୋମଇଣ୍ଡିଆ ९०,००० ଜିନୋମକୁ କ୍ରମବଦ୍ଧ କରିଛି, ସଠିକ ଔଷଧକୁ ସକ୍ଷମ କରିଛି ଏବଂ ଅନୁର୍ଜାତୀୟ ଡାଟାବେସ୍ ଉପରେ ନିର୍ଭରଶୀଳତା ହ୍ରାସ କରିଛି। ୟୁଏ ୟୁଏମଏମଆଇଡି ଶିଶୁ ଏବଂ ନବଜାତ ଶିଶୁଙ୍କ ମଧ୍ୟରେ ବିରଳ ବ୍ୟାଧ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏହି ପଦକ୍ଷେପଗୁଡ଼ିକ ଭାରତରେ ବ୍ୟକ୍ତିଗତ ସ୍ବାସ୍ଥ୍ୟସେବାର ମୂଳଦୁଆ ସ୍ଥାପନ କରୁଛି।