ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଭୋଜିରେ...
ବିବାହ ଭୋଜି ନେଇ ବରମୁଣ୍ଡା ପଡିଆରେ ବିରାଟ ଆୟୋଜନ କରାଯାଇଛି।
ହଜାରହଜାର ଅତିଥୀ ଯୋଗଦେଇ ଭୋଜି ଖାଇବାର ବନ୍ଦୋବସ୍ତ କରାଯାଇଛି।
ଏହି ଭୋଜିରେ ରାଜ୍ୟର ବରିଷ୍ଠ ନେତା ତଥା ମନ୍ତ୍ରୀଗଣ ଯୋଗ ଦେଇଛନ୍ତି।
ସେଥିପାଇଁ ପୂର୍ବରୁ ଅପରାଜିତା ଏବଂ ତାଙ୍କ ଆଇଏଏସ ସ୍ବାମୀ ସନ୍ତୋଷ ଷଡଙ୍ଗୀ ନିମନ୍ତ୍ରଣ ସମସ୍ତଙ୍କୁ ଦେଇ ଆସିଛନ୍ତି।
ଏହି ପରିପ୍ରେକ୍ଷୀରେ ଏହି ଭୋଜିରେ ଯୋଗଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ।
ତାଙ୍କୁ ରାସ୍ତାରୁ ଅପରାଜିତା, ସନ୍ତୋଷ ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପାଛୋଟି ନେଇଥିଲେ।
ନବୀନ ବରକନ୍ୟାଙ୍କ ନିକଟକୁ ଯାଇ ଆର୍ଶିବାଦ ପ୍ରଦାନ କରି ଫେରିଥିଲେ।
ବିବାହ ଭୋଜିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବାଚସ୍ପତି ସୁରମା ପାଢୀ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବହୁ ବିଧାୟକ ତଥା ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗଦେଇ ବରକନ୍ୟାଙ୍କୁ ଆର୍ଶିବାଦ ପ୍ରଦାନ କରିଛନ୍ତି।
ଗତ ନଭେମ୍ବର 22 ତାରିଖରେ ଅପରାଜିତାଙ୍କ ଝିଅ ଅର୍ଚ୍ଚିତାଙ୍କ ଦିଲ୍ଲୀରେ ବାହାଘର ହୋଇଥିଲା।
ଅର୍ଚ୍ଚିତା ଆନ୍ଧ୍ର କ୍ୟାଡରର ୨୦୨୪ ବ୍ୟାଚର ଆଇଏଏସ ଅଫିସରଙ୍କୁ ବିବାହ କରିଛନ୍ତି। ତାଙ୍କ ନାମ ହେଉଛି ସଚୀନ ରାହା। ସେ ରାଜସ୍ଥାନ ଝୁନଝୁନ ଜିଲ୍ଲାର ବାସିନ୍ଦା।