ଭୁବନେଶ୍ୱର ଜିଲ୍ଲା ଅଭିଯାନ ସହିତ ଯୋଡି ହେଲେ ଶହ ଶହ ବୟସ୍କ ନାଗରିକ...

Sep 23, 2025 - 21:48
 17
ଭୁବନେଶ୍ୱର ଜିଲ୍ଲା ଅଭିଯାନ ସହିତ ଯୋଡି ହେଲେ ଶହ ଶହ ବୟସ୍କ ନାଗରିକ...

ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିବା ଦାବିରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। 

ସ୍ଥାନୀୟ ବୟସ୍କମାନେ ସେମାନଙ୍କର ମତ ପ୍ରକାଶ କରିଛନ୍ତି ଯେ ଭୁବନେଶ୍ୱର ଏକ ସ୍ୱାଧୀନ ଜିଲ୍ଲା ହେବା ଯୋଗ୍ୟ। 

ଆୟୋଜିତ କାର୍ଯ୍ୟକ୍ରମରେ ଶହ ଶହ ବୟସ୍କ ଏହି ଅଭିଯାନରେ ଯୋଗ ଦେଇଥିଲେ ଏବଂ ଦାବିକୁ ସମର୍ଥନ କରି ଦସ୍ତଖତ ମଧ୍ୟ କରିଥିଲେ।

ଭୁବନେଶ୍ୱର ଜିଲ୍ଲା ଅଭିଯାନ ମୁଖ୍ୟ ଲିଙ୍ଗରାଜ ସାହୁଙ୍କ ସମେତ ଶତାଧିକ ବ୍ୟକ୍ତି ଏହି ଅଭିଯାନକୁ 'ମିଳିତ ମହାମଞ୍ଚ' ସାମୂହିକ ବ୍ୟାନର ତଳେ ବିଭିନ୍ନ ସଂଗଠନର ସମର୍ଥନ ରହିଛି ବୋଲି ସହମତି ଦେଇଥିଲେ| 

ଏହି ଅଭିଯାନ ରେ ଭୁବନେଶ୍ୱର ଉପକଣ୍ଠ, ବାଲିଅନ୍ତା, ବାଲିପାଟଣା, ନଖରା, ବାଲିଯାତ୍ରା ଅଞ୍ଚଳ, ଭୁବନେଶ୍ୱର କୋର୍ଟ ଏବଂ ଅନେକ ପୂଜା କମିଟିର ଗ୍ରାମବାସୀ ରହିଛନ୍ତି। 

ଅଭିଯାନକୁ ସଫଳ କରିବା ପାଇଁ ଦୁଇ ବର୍ଷ ଧରି ଦସ୍ତଖତ ସଂଗ୍ରହ ମଧ୍ୟ ଜାରି ରହିଛି।