ରାଜ୍ୟସୁରୀୟ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ତାଲିମ ଶିବିର ଉଦ୍ଘାଟନ

Jan 7, 2026 - 16:12
 3
ରାଜ୍ୟସୁରୀୟ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ତାଲିମ ଶିବିର ଉଦ୍ଘାଟନ

ରାଜ୍ୟସୁରୀୟ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ତାଲିମ ଶିବିର ଉଦ୍ଘାଟନ

ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରର ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ଓ ଉଦୟମାନ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ସଚେତନ ଓ ସଶକ୍ତି ।କୁ କରିବା ଉଦ୍ଦେଶ୍ୟରେ ଇଲୋକ୍ଟ୍ରୋନିସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ) "ଏମରଜିଙ୍ଗ ପ୍ରଯୁକ୍ତିବିଦ୍ୟା ଶିବିର"ର ରାଜ୍ୟସ୍ତରୀୟ ଶୁଭାରମ୍ଭ ଆଜି ଭୁବନେଶ୍ବରସୁ ଆକୋନିକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରୁଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନ୍ଧାରୁଆ

ଏହି ଅବସରରେ ମୁଖ୍ୟ ଅତିଥ୍ ଭାବେ ମାନ୍ୟବର ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପା ||ପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ, ଓଡ଼ିଶା ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥ୍‌ ଭାବେ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ମଧ୍ଯ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟକ ସନ୍ଦେଶ ଦେଇଥିଲେ।

ଏହି ଶିବିର ମାଧ୍ଯମରେ ଛାତ୍ରଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା (ଏଆ ), ଇଣ୍ଟରନେଟ୍ ଅଫ୍ ଥୂଙ୍ଗସ୍ (ଆଓଟି ), ରୋବୋଟିକ୍ସ ଓ ସାଇବର ସୁ ସୁରକ୍ଷା ଭଳି ଉଦୟମାନ ପ୍ରଯୁକ୍ତିବିଦ୍ୟା ବିଷୟରେ ପ୍ରାୟୋଗିକ ଜ୍ଞାନ ଓ ସଚେତନତା ପ୍ରଦାନ କରାଯିବ। এখ ଛାତ୍ରଛାତ୍ରୀମାନ ମାନଙ୍କ ମଧ୍ୟରେ ନବଚିନୁନ, ସମସ୍ୟା ସମାଧାନ କ୍ଷମତା ଓ ଭବିଷ୍ୟତ କ୍ୟାରିଅର ପାଇଁ ଦକ୍ଷତା ବିକାଶରେ ସହାୟକ ହେବ

ଓଡ଼ିଶାର ଗାର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁଦୃଢ କରିବା ତଥା ପରିବର୍ତ୍ତନଶୀଳ ବୈଷୟିକ ଶିକ୍ଷା ବିଷୟରେ ଆଗ୍ରହ ସୃଷ୍ଟି କରିବା ରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ମାନ୍ୟବର ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ତାଙ୍କ ବକ୍ୟବରେ କହିବାସହ ଏହି ତାଲିମ ଶିବିର ପ୍ରଥମ ପର୍ଯ୍ୟାୟରେ ୧୦୦ ଟି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ହେବ ଯାହାଦ୍ବାରା ୧୨୦୦୦ ଛାତ୍ରଛାତ୍ରୀ ଉପକୃତ ହେବେ । ପରବର୍ତୀ ପର୍ଯ୍ୟାୟରେ ଏହି ପ୍ରଶିକ୍ଷଣ ରାଜ୍ୟର ସମସ୍ତ ମାଧ୍ଯମିକ ଓ ଉ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ସମସ୍ତ ଆଦର୍ଶ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡିକରେ ଆୟୋଜିତ ହେବ ଏବଂ ଏହି କାର୍ଯ୍ୟକ୍ରମକୁ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ) ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପୃଷ୍ଠପୋଷକତା ରେ ଓଡିଶା ନଲେଜ କର୍ପୋରେସନ ଲିଂ ଦ୍ବାରା କାର୍ଯ୍ୟାନ୍ଵୟନ କରାଯିବ ।

ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଯେଉଁ ମହାନ ସ୍ବପ୍ନ ରହିଛି ତାହାକୁ ସାକାର କରିବାରେ ଏହି ଅତ୍ୟାଧୁନିକ ଜ୍ଞାନ କୌଶଳ ବହୁତ ସାହାଯ୍ୟ କରିବ ତଥା ଏକ ସୁପ୍ରଶିକ୍ଷିତ ଏବଂ ଯୁଗଉପଯୋଗୀ ମାନବ ସମ୍ବଳ ସୃଷ୍ଠି ହୋଇପାରିବେ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିବା ସହ ଏହି ପ୍ରୟାଶକୁ ପ୍ରଶଂସା କରିଥିଲେ ।

ବକ୍ତାମାନେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଓଡ଼ିଶା ସରକାର ଶିକ୍ଷାକୁ ଭବିଷ୍ୟତମୁଖୀ କରିବା ଓ ଡିଜିଟାଲ୍ ଓଡ଼ିଶା ଗଢ଼ିବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପ୍ରକାର ଶିବିର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଯୁକ୍ତିର ଉପଭୋକ୍ତା ନୁହେଁ, ବରଂ ସୃଷ୍ଟା ଭାବେ ଗଢ଼ି ତୋଳିବ।

କାର୍ଯ୍ୟକ୍ରମର ଶେଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନଙ୍କ ପକ୍ଷରୁ ଶ୍ରୀମତୀ ସ୍ମିତା ରାଉତ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡଃ ମନୋରଞ୍ଜନ ପୁଥାଳ କୃତ୍ରିମ ବୁଦ୍ଧିମତ୍ତା (ଏଆ ), ଇଣ୍ଟରନେଟ୍ ଅଫ୍ Ąଙ୍ଗସ୍ (ଆଓଟି ), ରୋବୋଟିକ୍ସ ଓ ସାଇବର ସୁରକ୍ଷା ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବା ସହ ଓ ଆଲୋଚନା କରିଥିଲେ |