ମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଲିଗଲା ବାଇକ୍‌ ଆରୋହୀ

ବଲାଙ୍ଗିର : ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର- ସୋନପୁର ରାଜରାସ୍ତାର ସାତମାଇଲ ଛକଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ତୀର୍ଥଯାତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ । ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାଯାଇଛି।ମୃତକ ଜଣକ ଖାରି ଗାଁର ଘନଶ୍ୟାମ ପୋଢ଼ ଏବଂ ଗୁରୁତର ଯୁବକ ଜଣକ ଫକୀର ବିଶି ବୋଲି ଜଣାପଡିଛି । ପୁଇଁତଲା ପୁଲିସ ଖବର ପାଇ ପହଞ୍ଚି ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ଏଥିସହ ବସ୍‌କୁ ଅଟକ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ୍‌ ସ୍ଥିତିକୁ ନିୟନ୍ତ୍ରଣ କରିଛି।

Feb 20, 2024 - 18:00
 8
ମର୍ମନ୍ତୁଦ ସଡକ ଦୁର୍ଘଟଣା : ଚାଲିଗଲା ବାଇକ୍‌ ଆରୋହୀ