ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୧୨ ଆହତ
କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ନିକଟ କାଳିଆଗୁଡ଼ା ୨୬ନଂ ଜାତୀୟ ରାଜପଥରେ ଗାଡିଟି ନାରାୟଣ ପାଟଣାଠାରୁ ଉମରକୋଟ ଏକ ବରଯାତ୍ରୀ ଗାଡି ଯାଉଥିଲା । ସେହି ସମୟରେ ଓଭର ବ୍ରିଜ୍ କୁ ଧକ୍କା ଦେଇଥିଲା ବରଯାତ୍ରୀ ଗାଡ଼ି । ଯାହାଫଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଜଣାଇଥିଲେ । ଖବର ପାଇ ବୋରିଗୁମ୍ମା ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗାଡି ଭିତରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଏହି ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୨ଜଣ ଆହତଙ୍କୁ ବୋରିଗୁମ୍ଫା ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
