ମାଲ୍ୟବନୃ ମହୋତ୍ସବ - ୨୦୨୫...

Oct 29, 2025 - 21:03
 11
ମାଲ୍ୟବନୃ ମହୋତ୍ସବ - ୨୦୨୫...

ଡିସେମ୍ବର ୧୪ ରୁ ୧୮ ପାଞ୍ଚ ଦିନ ବ୍ୟାପୀ ସ୍ଥାନୀୟ ଡିଏନକେ ଖେଳ ପଡିଆ ଠାରେ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ-୨୦୨୫ ଅନୁଷ୍ଠିତ ହେବ। ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ମାଲ୍ୟବନ୍ତ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସୋମେଶ କୁମାର ଉପାଧ୍ୟାୟ ଅଧ୍ଯକ୍ଷତା କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ଯକ୍ଷା, ସମାରୀ ତାଙ୍ଗୁଲ, ଉପାଧ୍ଯକ୍ଷ, ପତିତ ପାବନ ବୈଦ୍ୟ, ଆରକ୍ଷୀ ଅଧୂକ୍ଷକ ବିନୋଦ ପାଟିଲ ଏଚ୍,ବନଖଣ୍ଡ ଅଧୂକାରୀ ସାଇ କିରଣ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକୁ ଜିଲ୍ଲାପାଳ ରାଜସ୍ବ,ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଅଗ୍ନି ଏ

ସାଂସଦ ପ୍ରତିନିଧୂ ସଞ୍ଜୟ ସରକାର, ମାଲକାନଗିରି ବିଧାୟକ ପ୍ରତିନିଧୂ ନିହାର ରାୟ ଓ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧୂ ଗୋବିନ୍ଦ ପାତ୍ର ଉପସ୍ଥିତ ଥିଲେ। ପାରମ୍ପରିକ ଲୋକ କଳା ଓ ଲୋକ ନୃତ୍ୟ, ପାରମ୍ପରିକ ଜନଜାତି ଭାଷା ସଂସ୍କୃତି ପରମ୍ପରାକୁ ବଜାୟ ରଖ୍ ଏହି ମହୋତ୍ସବକୁ ପାଳନ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି। ଏହି ମହୋତ୍ସବକୁ ଆଡମ୍ବର ଓ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଡିସେମ୍ବର ୨,୩ ଓ ୪ ରେ ବ୍ଲକ ସ୍ତରୀୟ ମହୋତ୍ସବ ପାଳନ ନିମନ୍ତେ ଏଠାରେ ନିଷ୍ପତ୍ତି ନିଆଯାଇଛି। ନଭେମ୍ବର ୩୦ରେ ସାତଟି ବ୍ଲକ୍ ର ପବିତ୍ର ସ୍ଥାନ ରୁ କଳସ ଜଳ ସଂଗ୍ରହ କରାଯାଇ ଜିଲ୍ଲା ସଦର ମହକୁମାସ୍ଥିତ ଭୈରବୀ ମନ୍ଦିର ଠାରେ ଏକତ୍ରିତ ହୋଇ ଜଗନ୍ନାଥ ମନ୍ଦିର ଅଭିମୁଖେ ଶୋଭାଯାତ୍ରା କରାଯିବ। ଚଳିତ ବର୍ଷ ନୌକା ଚାଳନା ପ୍ରତିଯୋଗିତା ପାଇଁ ଅନ୍ୟ ଜିଲ୍ଲାକୁ ମଧ୍ଯ ନିମନ୍ତ୍ରଣ କରାଯିବ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥ‌ିବା ବ୍ୟକ୍ତି ବିଶେଷଙ୍କୁ ମାଲ୍ୟବନ୍ତ ମହୋତ୍ସବରେ ସମ୍ମାନିତ କରାଯିବ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଂସ୍କୃତି ଭବନ ଠାରେ ଦୁଇ ଦିନ ଧରି ଲୋକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପୂର୍ବ ବର୍ଷ ଭଳି ମିନି ମାରାଥନ, ନୌକା ଚାଳନା ଓ ପ‌ଥ ଉତ୍ସବ ଆୟୋଜନ ହେବ। ଜିଲ୍ଲା ସଂସ୍କୃତି ଅଧୂକାରୀ ସନ୍ନ୍ୟାସ ନାରାୟଣ ପଣ୍ଡା ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ପିଏ ଆଇଟିଡିଏ, ହଳଧର ଶବର, ଅର୍ଥ ପରିଚାଳକ ମାନସ ମିଶ୍ରଙ୍କ ସମେତ ସମସ୍ତ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ବିଡିଓ, ତହସିଲଦାର ଓ ବୁଦ୍ଧିଜୀବୀ ଉପସ୍ଥିତ ଥୂଲେ।