ଯେଉଁ ଦୁର୍ବଳତା ସହ ଆମେ ବାରମ୍ବାର ଲଢ଼େଇ କରୁ, ଅଜାଣତରେ ଆମେ ନିଜର ଆତ୍ମଶକ୍ତି ସେହି ଦୁର୍ବଳତାକୁ ହିଁ ପ୍ରଦାନ କରିଚାଲିଥାଉ...।

Sep 12, 2026 - 18:49
 12
ଯେଉଁ ଦୁର୍ବଳତା ସହ ଆମେ ବାରମ୍ବାର ଲଢ଼େଇ କରୁ, ଅଜାଣତରେ ଆମେ ନିଜର ଆତ୍ମଶକ୍ତି ସେହି ଦୁର୍ବଳତାକୁ ହିଁ ପ୍ରଦାନ କରିଚାଲିଥାଉ...।

ଯେଉଁ ଦୁର୍ବଳତା ସହ ଆମେ ବାରମ୍ବାର ଲଢ଼େଇ କରୁ, ଅଜାଣତରେ ଆମେ ନିଜର ଆତ୍ମଶକ୍ତି ସେହି ଦୁର୍ବଳତାକୁ ହିଁ ପ୍ରଦାନ କରିଚାଲିଥାଉ...। ଫଳରେ ଏହି ଆନ୍ତରିକ ଲଢ଼େଇ ଦୀର୍ଘ ଦିନ ଧରି ନିରନ୍ତର ଚାଲିଥାଏ...।

ପରନ୍ତୁ ରାଜଯୋଗ ଆମକୁ ବିକାର କିମ୍ବା ଦୁର୍ବଳତା ସହିତ ସଂଘର୍ଷ କରିବା ସିଖାଏ ନାହିଁ, ବରଂ ପରମାତ୍ମାଙ୍କ ସହ ଶାଶ୍ୱତ ପ୍ରେମର ସମ୍ବନ୍ଧ ଯୋଡ଼ିବାର ମାର୍ଗ ଦେଖାଏ...। ଯେତେବେଳେ ଆମ ମନ-ପ୍ରାଣ ପ୍ରଭୁଙ୍କ ସ୍ମୃତି, ନିସ୍ବାର୍ଥ ସ୍ନେହ ଏବଂ ଦିବ୍ୟ ଶକ୍ତିରେ ପୂର୍ଣ୍ଣ ହୋଇଯାଏ, ସେତେବେଳେ କ୍ରୋଧ, ଭୟ, ଅହଂକାର ଓ ମୋହ-ଆସକ୍ତି ଭଳି ଦୁର୍ବଳତାଗୁଡ଼ିକ ବିନା କୌଣସି କୋଳାହଳରେ ଆପେ ଆପେ ବିଲୀନ ହୋଇଯାଏ...। ଠିକ୍ ଯେପରି ପ୍ରଭାତର ଶୁଭ୍ର ଆଲୋକ ଆଗମନରେ ଅନ୍ଧକାରକୁ ଦୂର କରିବା ପାଇଁ କୌଣସି ପୃଥକ୍ ପ୍ରୟାସ ଆଉ କରିବାକୁ ପଡ଼ିନଥାଏ..।

ତେଣୁ ଆପଣଙ୍କ ଚେତନାକୁ ଦୁର୍ବଳତା ଉପରେ କେନ୍ଦ୍ରୀଭୂତ ନକରି... ଶୂନ୍ୟରୁ ପୂର୍ଣ୍ଣ ଆଡ଼କୁ, ଅର୍ଥାତ୍‌ ପ୍ରଭୁଙ୍କ ସାନ୍ନିଧ୍ୟରେ ହିଁ ନିବିଷ୍ଟ ରଖନ୍ତୁ। ଯେଉଁଠି ପ୍ରଭୁଙ୍କ ପ୍ରେମର ପ୍ରକମ୍ପନ ଥାଏ, ସେଠାରେ ଆତ୍ମ-ପରିବର୍ତ୍ତନ କୌଣସି କଠିନ କ୍ଲେଶରୁ ନୁହେଁ, ବରଂ ଅତ୍ୟନ୍ତ ସହଜ, ସୁନ୍ଦର ଓ ସ୍ୱାଭାବିକ ଭାବେ ସଂଘଟିତ ହୋଇଥାଏ l

#ଓମ୍‌ଶାନ୍ତି

#ବ୍ରହ୍ମାକୁମାରୀଜ୍