ରାତି ପାହିଲେ ମାଟ୍ରିକ ପରୀକ୍ଷା ; ରାଜରାସ୍ତାରେ ବସିଛନ୍ତି ଶିକ୍ଷକ

ଭୁବନେଶ୍ୱର: ରାତି ପାହିଲେ ମାଟ୍ରିକ ପରୀକ୍ଷା, ହେଲେ ରାଜରାସ୍ତାରେ ବସିଛନ୍ତି ମାଧ୍ୟମିକ ସ୍କୁଲ ଶିକ୍ଷକ । ନିଜର ଦାବି ପୂରଣ ପାଇଁ ୧୩ ଦିନ ହେଲା ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି ଶିକ୍ଷକ ସଂଘ । ଜିଦ୍‌ରେ ଅଟଳ ସଂଘ କହିଛି ଦାବି ପୂରଣ କରା ନଗଲେ ଆମେ ପରୀକ୍ଷାରେ ଅସହଯୋଗ କରିବୁ । ଏପରି କହି ଶିକ୍ଷକ ସଂଘ ଧାରଣାସ୍ଥଳରୁ ଚେତାବନୀ ଦଇଛନ୍ତି । ଆହୁରି କହିଛନ୍ତି ଆଲୋଚନା ଯଦି ନହୁଏ ତେବେ ପରୀକ୍ଷା ପରିଚାଳନାଠାରୁ ଆରମ୍ଭ କରି ଖାତା ଦେଖିବା ଯାଏଁ ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ୨୧ ଦଫା ଦାବିରେ ଗତ ୧୩ ଦିନ ହେଲାଣି ଓ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି।

ରାତି ପାହିଲେ ମାଟ୍ରିକ ପରୀକ୍ଷା ; ରାଜରାସ୍ତାରେ ବସିଛନ୍ତି ଶିକ୍ଷକ