ରେଲଓ୍ୱେ ଟ୍ରାକ୍ ୪ ମୃତଦେହ ମିଳିବା ଘଟଣା ; ୫ ଅଭିଯୁକ୍ତ ଗିରଫ
ବଣାଇ : ରେଲଓ୍ୱେ ଟ୍ରାକ୍ ୪ ମୃତଦେହ ମିଳିବା ଘଟଣା । ଝାଡଖଣ୍ଡ ପୋଲିସ ଦ୍ୱାରା ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଘରୋଇ ବିବାଦ ଏବଂ ଏକ ତେନ୍ତୁଳି ଗଛ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ଶନିବାର ଦିନ ଓଡିଶା-ଝାଡଖଣ୍ଡ ସୀମା ପଶ୍ଚିମ ସିଂହଭୂମ ଜିଲ୍ଲାର ଚକ୍ରଧରପୁର ରେଳ ବିଭାଗ ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟରେ ୪ ଜଣଙ୍କ ମୃତଦେହ ଠାବ ହୋଇଥିଲା । ୪ ମୃତଦେହ ଦେଖିବା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଦୁଇଟି ମୃତଦେହକୁ ଅଖା ଭିତରେ ସିଲ୍ କରାଯାଇଛି ଓ ଦୁଇ ଶିଶୁଙ୍କ ମୃତଦେହ ବାହାରେ ପକାଯାଇଥିଲା । ଆଉ ଏବେ ପୋଲିସ ଘଟଣାର ତଦନ୍ତ କରି ରହସ୍ୟ ଉପରୁ ହଟାଇଛି ପରଦା । ମୃତକଙ୍କ ପରିବାର ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ। ହତ୍ୟା ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମଙ୍ଗଲ ସିଂ ସିଙ୍କୁ, ମୋଟ୍ରା ସିଙ୍କୁ, ଜୋଜେନ ସିଙ୍କୁ, ସୋମା ସିଙ୍କୁ ଏବଂ ଟୁପାରା ସିଙ୍କୁ ଅଛନ୍ତି। ପୋଲିସ କହିଛି ଯେ, ପାଞ୍ଚ ଅଭିଯୁକ୍ତଙ୍କ ମଧ୍ୟରେ ମୃତକଙ୍କ ଭାଉଜ, ଦିଅର ଏବଂ କକାଶଶୁର ଅଛନ୍ତି। ପାରିବାରିକ କଳହ ଏବଂ ତେନ୍ତୁଳି ଗଛ ବିବାଦ ଯୋଗୁ ମୃତକଙ୍କ ପରିବାର ସଦସ୍ୟ ଏହି ହତ୍ୟା କରିଛନ୍ତି।