ରେଳ ଯାତ୍ରୀମାନଙ୍କର ଆରମଦାୟକ ଯାତ୍ରା ପାଇଁ...

Jun 26, 2026 - 22:01
 26
ରେଳ ଯାତ୍ରୀମାନଙ୍କର  ଆରମଦାୟକ ଯାତ୍ରା ପାଇଁ...

ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ଯାତ୍ରା ସୁବିଧା ଯୋଗାଇ ଦେବା ଏବଂ ଆଗାମୀ ସପ୍ତାହରେ ଯାତ୍ରୀମାନଙ୍କ ବଢ଼ୁଥିବା ଭିଡ଼କୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି। 

ଏହି ଅସ୍ଥାୟୀ କୋଚ୍ ସଂଯୋଗ ସମ୍ବନ୍ଧୀୟ ବିବରଣୀ ନିମ୍ନରେ ଦିଆଗଲା:

ଟ୍ରେନ ନଂ ୧୨୮୩୭ ହାୱଡ଼ା–ପୁରୀ ଏକ୍ସପ୍ରେସ ୨୭ ଜୁନ୍ ୨୦୨୬ ରୁ ୩ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ କୋଚ୍ ସହିତ ଚଳାଚଳ କରିବ।

ସେହିପରି, ଟ୍ରେନ ନଂ ୧୮୦୩୯ ଶାଲିମାର–ପୁରୀ ଏକ୍ସପ୍ରେସରେ ୨୮ ଜୁନ୍ ୨୦୨୬ ରେ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ କୋଚ୍ ବୃଦ୍ଧି କରାଯିବ।

ଟ୍ରେନ ନଂ ୧୮୦୪୫ ଶାଲିମାର–ଚର୍ଲାପଲ୍ଲୀ ଏକ୍ସପ୍ରେସ ୨୭ ଜୁନ୍ ୨୦୨୬ ରୁ ୩ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସହିତ ଚଳାଚଳ କରିବ ।

ଟ୍ରେନ ନଂ ୧୮୦୬୩ ସାନ୍ତ୍ରାଗାଛି–ୟେଲାହାଙ୍କା ଏକ୍ସପ୍ରେସ ୨ ଜୁଲାଇ ୨୦୨୬ ରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ବୃଦ୍ଧି କରାଯିବ।

ଟ୍ରେନ ନଂ ୧୮୧୦୭ ରାଉରକେଲା–ଜଗଦଲପୁର ଏକ୍ସପ୍ରେସ: ୨୮ ଜୁନ୍ ୨୦୨୬ ରେ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ କୋଚ୍ ସହିତ ଚଳାଚଳ କରିବ ।

ଏହି ଅସ୍ଥାୟୀ କୋଚ୍ ବୃଦ୍ଧି ଫଳରେ ଗୁରୁତ୍ୱପୂର୍ଣ୍ଣ ରୁଟ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଅଧିକ ବର୍ଥ ଉପଲବ୍ଧ ହେବ ଏବଂ ଏହି ସମୟ ମଧ୍ୟରେ ବଢୁଥିବା ଯାତ୍ରା ଚାହିଦାକୁ ପୂରଣ କରିବାରେ ସହାୟକ ହେବ।