ଶିକ୍ଷା ଅଧିକାର ଆଇନ ଧାରା ୧୨(୧)(ଗ) ଅନୁଯାୟୀ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଲଟେରୀ ମାଧ୍ଯମରେ ଛାତ୍ରଛାତ୍ରୀଙ୍କ ଚୟନ...
ଶିକ୍ଷା ଅଧିକାର ଆଇନ ଧାରା ୧୨(୧)(ଗ) ଅନୁଯାୟୀ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଲଟେରୀ ମାଧ୍ଯମରେ ଛାତ୍ରଛାତ୍ରୀଙ୍କ ଚୟନ...
ଶିକ୍ଷା ଅଧିକାର ଆଇନ ୨୦୦୯ ଅନ୍ତର୍ଗତ ଧାରା ୧୨(୧)(ଗ) ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାମାନେ ବେସରକାରୀ ବିଦ୍ୟାଳୟଗୁଡ଼ିକର ପ୍ରବେଶ ସ୍ତରରେ ନିଃଶୁଳ୍କ ଶିକ୍ଷା ପାଇପାରିବେ ।
ଏଥିପାଇଁ ଆର୍.ଟି.ଇ. ପାରଦର୍ଶୀ (RTE Paradarshi) 6 https://rteparadarshi.odisha.gov.in/odisha ରେ ଆବେଦନ ଆହ୍ଵାନ କରାଯାଇଥିଲା ।
ତୃତୀୟ ପର୍ଯ୍ୟାୟ ପାଇଁ ମଇ ୨୨ ତାରିଖରୁ ଆରମ୍ଭ କରି ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲେ ।
ବେସରକାରୀ ବିଦ୍ୟାଳୟଗୁଡ଼ିକରେ ସମୁଦାୟ ୩୯୩୭ ଅନଲାଇନ୍ ଆବେଦନ କରାଯାଇଥିଲା ଏବଂ ଏହା ମଧ୍ୟରୁ ବ୍ଲକ ଶିକ୍ଷା ଅଧିକାରୀମାନେ ମୂଳ ପ୍ରମାଣ ପତ୍ର ଯାଞ୍ଚ କରି ୩୧୩୯ ଆବେଦନ ପତ୍ରକୁ ଯୋଗ୍ୟ ବିବେଚିତ କରିଥିଲେ ।
ଯୋଗ୍ୟ ଆବେଦନ ପତ୍ର ଗୁଡ଼ିକୁ ପାରଦର୍ଶୀ ପୋର୍ଟାଲ (Directorate of Elementary Education (DEE) Odisha) ମାଧ୍ୟମରେ କେନ୍ଦ୍ରୀୟ ଲଟେରୀ ତା-୦୬-୦୭-୨୦୨୬ ରିଖ ୪ଟା ସମୟରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସଦସ୍ୟମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ କରାଯାଇଥିଲା ।
ସେଥିମଧ୍ୟରୁ ୨୪୪୬ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇଛି ।
ବର୍ତ୍ତମାନ୍ ବ୍ଲକ ଶିକ୍ଷା ଅଧିକାରୀମାନେ ସମ୍ପୃକ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିବେ ।
ବେସରକାରୀ ବିଦ୍ୟାଳୟଗୁଡ଼ିକରେ ତା-୦୭-୦୭-୨୦୨୬ ରିଖରୁ ତା-୧୫-୦୭-୨୦୨୬ ରିଖ ମଧ୍ୟରେ ନାମ ଲେଖାଯିବ ।
ଏହି ନାମଲେଖା ସଂପୂର୍ଣ୍ଣ ନିଃଶୁଳ୍କ ଅଟେ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ଯ କୌଣସି ଅର୍ଥ ଅଭିଭାବକମାନଙ୍କ ଠାରୁ ନେଇପାରିବେ ନାହିଁ ।
ଯଦି ଏହାକୁ କୌଣସି ବିଦ୍ୟାଳୟ ଖିଲାପ କରନ୍ତି, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଯେକୌଣସି ପ୍ରଶ୍ନ କିମ୍ବା ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର – ୧୮୦୦ ୩୪୫୬୭୨୨ ରେ ଯୋଗାଯୋଗ କରାଯାଇପାରିବ ।