ସନ୍ତୁଳିତ ସାର ପ୍ରୟୋଗକୁ ପ୍ରୋତ୍ସାହନ: ରବି ଋତୁ ୨୦୨୫-୨୬ ପାଇଁ ପୋଷକ ତତ୍ତ୍ବ ଭିତ୍ତିକ ସବ୍ ସିଡି
ସନ୍ତୁଳିତ ସାର ପ୍ରୟୋଗକୁ ପ୍ରୋତ୍ସାହନ: ରବି ଋତୁ ୨୦୨୫-୨୬ ପାଇଁ ପୋଷକ ତତ୍ତ୍ବ ଭିତ୍ତିକ ସବ୍ ସିଡି
"କୃଷି କ୍ଷେତ୍ରରେ ସୁଲଭତା ଏବଂ ଉତ୍ପାଦକତା ସୁନିଶ୍ଚିତ"
ପ୍ରମୁଖ ବିନ୍ଦୁ
ନୂତନ ସହାୟତା ହାର: ସରକାର ରବି ଋତୁ ୨୦୨୫-୨୬ ପାଇଁ ପୋଷକ ତତ୍ତ୍ବ ଭିତ୍ତିକ ସହାୟତା ଦରକୁ ଅନୁମୋଦନ କରିଛନ୍ତି। ଏହା ୧ ଅକ୍ଟୋବର ୨୦୨୫ ରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥିରେ ଡିଏପି ଏବଂ ଏନ୍ ପିକେଏସ୍ ଗ୍ରେଡ୍ ସହିତ ଫସଫେଟିକ୍ ଏବଂ ପୋଟାସିକ୍ (ପି ଆଣ୍ଡ କେ) ସାରଗୁଡ଼ିକୁ ଅନୁର୍ଭୁକ୍ତ କରାଯାଇଛି।
ବଜେଟ୍ ବ୍ୟବସ୍ଥା: ରବି ୨୦୨୫-୨୬ ପାଇଁ ଆନୁମାନିକ ବଜେଟ୍ ଆବଶ୍ୟକତା ପ୍ରାୟ ୧୩୭,୯୫୨ କୋଟି ରହିଛି। ଏହା ଖରିଫ ୨୦୨୫ ଋତୁର ବଜେଟ୍ ଆବଶ୍ୟକତା ଠାରୁ ପ୍ରାୟ ୭୩୬ କୋଟି ଅଧୂକ।
ଐତିହାସିକ ଆବଣ୍ଡନ: ସାର ଉପରେ ସୁଲଭ ପ୍ରବେଶ ନିଶ୍ଚିତ କରିବା ପାଇଁ ୨୦୨୨-୨୩ ରୁ ୨୦୨୪-୨୫ ମଧ୍ୟରେ ଏନ୍ ବିଏସ୍ ସହାୟତା ବାବଦରେ ₹୨.୦୪ ଲକ୍ଷ କୋଟିରୁ ଅଧୂକ ଟଙ୍କା ଆବଣ୍ଟନ କରାଯାଇଛି।
ଘରୋଇ ଉତ୍ପାଦନରେ ବୃଦ୍ଧି: ଏନ୍ ବିଏସ୍ ଯୋଗୁଁ ଘରୋଇ ସାର ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି
ଘଟିଛି। ପିଆଇଣ୍ଡ କେ ସାର ଉତ୍ପାଦନ ୨୦୧୪ ମସିହାରେ ୧୧୨.୧୯ ଲକ୍ଷ ମେଟ୍ରିକ୍ ଟନ ଥିବାବେଳେ, ୨୦୨୫ ମସିହାରେ (୩୦.୧୨.୨୫ ପର୍ଯ୍ୟନ୍ତ) ଏହା ୧୬୮.୫୫ଲକ୍ଷ ମେଟ୍ରିକ ଟନ କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଉତ୍ପାଦନରେ ୫୦ ପ୍ରତିଶତରୁ ଅଧୂକ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି।
ମୃତ୍ତାକାର ସ୍ବାସ୍ଥ୍ୟ ରକ୍ଷା, ଶସ୍ୟର ଉତ୍ପାଦକତା ବୃଦ୍ଧି ଏବଂ ଦୀର୍ଘକାଳୀନ କୃଷି ସ୍ଥିରତା ନିଶ୍ଚିତ କରିବା ପାଇଁ ସନ୍ତୁଳିତ ସାର ପ୍ରୟୋଗ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଏହାକୁ ସ୍ବୀକୃତି ଦେଇ ଭାରତ ସରକାର ପୋଷକ ତତ୍ତ୍ବ ଭିତ୍ତୀକ ସହାୟତା ବା ଏନ୍ ବିଏସ୍ ଯୋଜନାକୁ ଅଗ୍ରାଧୂକାର ଦେଉଛନ୍ତି। ଏହା ଏକ ଗୁରୁତ୍ବପୂର୍ଣ୍ଣ ନୀତିଗତ ପଦକ୍ଷେପ, ଯାହା ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ମୁଖ୍ୟ ପୋଷକ ତତ୍ତ୍ବ ଯୋଗାଇବା ସହ ସାରର ସଠିକ୍ ବ୍ୟବହାରକୁ ପ୍ରୋତ୍ସାହିତ କରିଥାଏ। ରବି ରବି ଋତୁ ୨୦୨୫-୨୬ ପାଇଁ ଘୋଷିତ ଅପଡେଟ୍ ଏନ୍ ବିଏସ୍ ଦର, ଚାଷୀଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖ୍ ପୋଷକ ଷକ ତତ୍ତ୍ବ ପରିଚାଳନାକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଭାରତ ସରକାର ୧ ଏପ୍ରିଲ ୨୦୧୦ ମସିହାରୁ ପୋଷକ ତତ୍ତ୍ବ ଭିତ୍ତିକ ସହାୟତା ଯୋଜନା କାର୍ଯ୍ୟକାରୀ କରିଥିଲେ ଲେ । ସାର କ୍ଷେତ୍ରରେ ଏହା ଏକ ପ୍ରମୁଖ ନୀତିଗତ ପରିବର୍ତ୍ତନ ଥୁଲା, ଯାହା ଚାଷୀଙ୍କୁ ସାହାଯ୍ୟ ପ୍ରାପ୍ତ, ସୁଲଭ ଏବଂ ଉଚିତ୍ ମୂଲ୍ୟରେ ସାର ଉପଲବ୍ଧ କରାଇବା ସହ ଏହାର ସନ୍ତୁଳିତ ଏବଂ ଦକ୍ଷ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା ।
ଏନ୍ ବିଏସ୍ ଢାଞ୍ଚାରେ, ସାରରେ ଥିବା ପୋଷକ ତତ୍ତ୍ବର ପରିମାଣ-ମୁଖ୍ୟତଃ ଦ୍ବ୍ୟତଃ ଏନ୍ ପିକେଏସ୍ : ନାଇଟ୍ରୋଜେନ୍, ଫସଫରସ୍, ପୋଟାସିୟମ୍ ଏବଂ ଗନ୍ଧକ ଉପରେ ଭିତ୍ତି କରି ସହାୟତା ନିର୍ଦ୍ଧାର ର୍ଦ୍ଧାରଣ କରାଯାଏ। ଏହି ଆଭିମୁଖ୍ୟ କେବଳ ସନ୍ତୁଳିତ ପୋଷକ ତତ୍ତ୍ବ ପ୍ରୟୋଗକୁ ଉତ୍ସାହିତ କରେ ନାହିଁ, ବରଂ ଚାଷୀଙ୍କୁ ସେମାନଙ୍କ ନଙ୍କର ମୃତ୍ତିକା ଏବଂ ଶସ୍ୟର ଆବଶ୍ୟକତା ଅନୁଯାୟୀ ସଠିକ୍ ନିଷ୍ପତ୍ତ ନେବାରେ ସଶକ୍ତ କରିଥାଏ। ଗୌଣ ଏବଂ ଅଣୁ-ପୋଷକ ତତ୍ତ୍ବର ବ୍ୟବହାରକୁ ରକୁ ପ୍ରୋତ୍ସାହିତ କରି ଏହି ଯୋଜନା ବହୁ ବର୍ଷର ଅସନ୍ତୁଳିତ ସାର ବ୍ୟବହାର ଯୋଗୁଁ ସୃଷ୍ଟି ହୋଇଥିବା ମୃତ୍ତିକା କ୍ଷୟ ଏବଂ ପୋ ପୋଷକ ତତ୍ତ୍ବ ଅସନ୍ତୁଳନ ସମସ୍ୟାର ମଧ୍ଯ ସମାଧାନ କରେ।
ଏନ୍ ବିଏସ୍ ଯୋଜନାର ଫଳାଫଳ ଏବଂ ନୀତିଗତ ପ୍ରାଥମିକତା:
ରସାୟନ ଏବଂ ସାର ମନ୍ତ୍ରଣାଳୟର ଏହି ଏନ୍ ବିଏସ୍ ଯୋଜନାର ଲକ୍ଷ୍ୟ ହେଉଛି ନାଇଟ୍ରୋଜେନ୍, ଫସଫରସ୍ ପୋଟାସିୟମ୍ ଏବଂ ଗନ୍ଧକ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ବର ସନ୍ତୁଳିତ ବ୍ୟବହାରକୁ ପ୍ରୋତ୍ସାହିତ ହିତ କରିବା। ଏହାଦ୍ବାରା ଚାଷୀମାନେ କୌଣସି ଗୋଟିଏ ସାର ଉପରେ ଅତ୍ୟଧୂକ ନିର୍ଭର ନ କରି ମୃତ୍ତାକାର ର ସ୍ବାସ୍ଥ୍ୟ ବଜାୟ ରଖୁବା ସହ ଉତ୍ପାଦକତା ବୃଦ୍ଧି କରିପାରିବେ। ଏହା ନିଶ୍ଚିତ କରେ ଯେ ଚାଷୀମାନେ ଠିକ୍ ସମୟରେ ଏବଂ ସୁଲଭ ମୂଲ୍ୟରେ ସାର ପାଇପାରିବେ, ଯାହା ସୁରୁଖୁରୁରେ ଚାଷ କାର୍ଯ୍ୟ ପାଇଁ ଜରୁରୀ। ଏହି ଯୋଜନା ସାର କମ୍ପାନୀଗୁଡିକ କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗୀତା ସୃଷ୍ଟି କରେ, ଯାହା ସାର ବଜାରରେ ଗୁଣବତ୍ତା, ନୂତନତା ଏବଂ ଦକ୍ଷତା ବୃଦ୍ଧି କରିଥାଏ। ଉନ୍ନ ଉନ୍ନତ ଏବଂ ଅଣୁ-ପୋଷକ ତତ୍ତ୍ବ ଯୁକ୍ତି ଅଭିନବ ସାରର ପ୍ରଚଳନକୁ ସମର୍ଥନ କରି ଏନ୍ ବିଏସ୍ ଯୋଜନା କୃଷି ପଦ୍ଧତିର ତିର ଆଧୁନିକୀକରଣରେ ସାହାଯ୍ୟ କରେ। ଏହା ସହିତ ବିଶ୍ବବଜାରରେ ସାର ଓ କଞ୍ଚାମାଲର ମୂଲ୍ୟ ଅନୁସାରେ ସହାୟତା ରାଶିକୁ ସ ସନ୍ତୁଳିତ କରି ଏହା ଚାଷୀଙ୍କୁ ସହାୟତା ପ୍ରଦାନ କରିବା ସହ ଆର୍ଥକ ଦାୟିତ୍ବବୋଧ ମଧ୍ଯ ରକ୍ଷା କରିଥାଏ।