ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାମାନଙ୍କ ସଶକ୍ତିକରଣ ପାଇଁ ଏକ ଦୃଢ଼ ପଦକ୍ଷେପ ।
ଆଜିଠୁ ଠିକ୍ ବର୍ଷେ ତଳେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଜନ୍ମଦିନ ଅବସରରେ ତାଙ୍କରି କରକମଳରେ ଓଡ଼ିଶାରେ ସୁଭଦ୍ରା ଯୋଜନା ଆରମ୍ଭ ହୋଇଥିଲା। ଓଡ଼ିଶାର ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ଷେ ଭିତରେ ୧ କୋଟିରୁ ଅଧିକ ମହିଳା ଲାଭାନ୍ଵିତ ହେବା ସହ ଆଜି ଏହା ଦେଶର ଏକ ପ୍ରମୁଖ କଲ୍ୟାଣକାରୀ ଯୋଜନାରେ ପରିଣତ ହୋଇଛି ।
ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ସଂକଳ୍ପ ସହ ତାଳରେ ତାଳ ମିଶେଇ ଆଜି ସୁଭଦ୍ରା ଯୋଜନା ମାଧ୍ୟମରେ ଓଡ଼ିଶାର ମହିଳା ଆତ୍ମନିର୍ଭରଶୀଳ ହେଉଛନ୍ତି ।
ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାମାନଙ୍କ ସଶକ୍ତିକରଣ ପାଇଁ ଏକ ଦୃଢ଼ ପଦକ୍ଷେପ । ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ସାମାଜିକ ସୁରକ୍ଷା ଓ ଆର୍ଥିକ ସ୍ୱାଧୀନତା ମାଧ୍ୟମରେ ଆତ୍ମନିର୍ଭର କରିବା । ଗାଁ ଓ ସହରରେ ମହିଳାମାନେ ଏହି ଯୋଜନା ମାଧ୍ୟମରେ କାରିଗରୀ ଶିକ୍ଷା ଓ ବ୍ୟବସାୟ ଆରମ୍ଭ କରିବାର ସୁଯୋଗ ପାଇଛନ୍ତି । ପୂର୍ବରୁ ଯେଉଁ ମହିଳାମାନେ ଅର୍ଥ ଉପାର୍ଜନ କରିବାର ସୁଯୋଗ ପାଉନଥିଲେ, ସେମାନେ ଏବେ ସୁଭଦ୍ରା ସହାୟତାରେ ସ୍ୱାବଲମ୍ବୀ ହୋଇ ନୂଆ ପରିଚୟ ସୃଷ୍ଟି କରି ପାରିଛନ୍ତି ।
ଏହା କେବଳ ଆର୍ଥିକ ସହାୟତା ନୁହେଁ, ଏହା ସମ୍ମାନ, ଆତ୍ମବିଶ୍ୱାସ ଓ ସ୍ୱାଧୀନତାର ଚାବିକାଠି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦିଗଦର୍ଶନରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ପରିବାର ଓ ସମାଜରେ ମହିଳାଙ୍କୁ ନେତୃତ୍ୱ ନେବାର ସୁଯୋଗ ଦେଉଛି । ଆଜି ସୁଭଦ୍ରା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ସୁଭଦ୍ରା ଭଉଣୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛୁ |