ସ୍କୁଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧର

ଗୁଣପୁର : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଟଲଣା ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଜଣେ ୫ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଜୁଦାଶ୍ ଶବର (୧୧)। ପରିତ୍ୟକ୍ତ ଅବସ୍ଥାରେ ଥିବା ହଷ୍ଟେଲ ଗୃହ ପରିସରରେ ବେକରେ ଗାମୁଛା ଦେଇ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ରହିଥିବା ଆଜି ସ୍କୁଲ କର୍ତ୍ତୃପକ୍ଷ ଦେଖିବାକୁ ପାଇଥିଲେ। ଏନେଇ ପୁଟାସିଂ ଥାନା ଅଧିକାରୀ ଭବାନୀ ମୁଦୁଲି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ମଧ୍ୟ ସ୍କୁଲରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ କେଉଁ କାରଣରୁ ଏଭଳି ଅଭାବନୀୟ ପରିସ୍ଥିତି ଘଟିଛି ସେନେଇ ତଦନ୍ତ ଜାରି ରଖିଛନ୍ତି। ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ଝୁଲନ୍ତା ଅବସ୍ଥାରେ ଥିବା ମୃତ ଛାତ୍ରଙ୍କ ଶବ ଉଦ୍ଧାର କରାଯିବ ବୋଲି ଜଣାପଡିଛି। ମୃତ ଛାତ୍ରଙ୍କ ନିଜ ଘର ସେହି ପଞ୍ଚାୟତର ସର୍ଗିଆସିଂ ଗ୍ରାମରେ ହୋଇଥିବା ବେଳେ ଘଟଣାସ୍ଥଳରେ ବାପା ପ୍ରଦୀପ ଶବରଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଅଛନ୍ତି।

Mar 22, 2024 - 17:22
 5
ସ୍କୁଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧର