ହୁତୁହୁତ ହୋଇ ଜଳୁଛି ଚିଲି ଜଙ୍ଗଳ : ୧୧୨ ମୃତ

ଚିଲି : ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଳ ନିଆଁ। ହୁତୁହୁତ ହୋଇ ଜଳି ଚାଲିଛି ଜଙ୍ଗଲଠୁ କୋଠାବାଡି। ଦୁଇ ଦିନ ତଳେ ଲାଗିଥିବା ନିଆଁ ଧିରେ ଧୀରେ ଜନବସତିକୁ ବ୍ୟାପିବାରେ ଲାଗିଛି। ଏଥିରେ ପାଖାପାଖି ୧୧୨ ଜଣଙ୍କର ମୃତ୍ୟୁ ଘଟିଲାଣି। ଏଥିସହ ଶହ ଶହ ଜଙ୍ଗଲ ଜୀବଜନ୍ତୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୧୪୦୦ ଘର ପୋଡ଼ି ପାଉଁଶ ହୋଇଯାଇଥିବା ରିପୋର୍ଟ ହୋଇଛି। ବିନା ଡେଲ୍‌ ମାର୍‌ ଓ ଭାଲପରାଇସୋ କେନ୍ଦ୍ରୀୟ ଅଞ୍ଚଳରେ ନିଆଁର ପ୍ରକୋପ ଅଧିକ ରହିଛି। ବେଳାଭୂମି ରିସର୍ଟ ଏବଂ ବାର୍ଷିକ ସଂଗୀତ ମହୋତ୍ସବ ପାଇଁ ଜଣାଶୁଣା ଏହି ସହରରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଏହି ଅଞ୍ଚଳ ବାସିନ୍ଦାଙ୍କୁ ଘର ଖାଲି କରିବାକୁ ପରାମର୍ଶ ଦିଆଯାଇଛି। ନିଆଁ ଆୟତ୍ତ ହେଉନଥିବାରୁ ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଚିଲି ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା କ୍ୱିଲପେ ସହର ପରିଦର୍ଶନ କରି ୬୪ ଜଣଙ୍କର ମୃତ୍ୟୁ ଘଟିଥିବା ନିଶ୍ଚିତ କରିଥିଲେ। ଏହାପରେ ପରେ ଫୋରେନସିକ୍ ମେଡିସିନ୍ ସର୍ଭିସ ମୃତ୍ୟୁ ସଂଖ୍ୟାକୁ ୧୧୨କୁ ବୃଦ୍ଧି ପାଇଥିବା ଅପଡେଟ୍ କରିଥିଲା।

ହୁତୁହୁତ ହୋଇ ଜଳୁଛି ଚିଲି ଜଙ୍ଗଳ :  ୧୧୨ ମୃତ