ୟୁରୋ୍ପୀୟ ରାଷ୍ଟ୍ର ଗୁଡିକ ସହିତ ସ୍ଥାୟୀ ସମ୍ପର୍କ ବୃଦ୍ଧି ଦିଗରେ ଓଡିଶା ସର୍ବଦା ପ୍ରସ୍ତୁତ

Sep 1, 2025 - 18:44
 31
ୟୁରୋ୍ପୀୟ ରାଷ୍ଟ୍ର ଗୁଡିକ ସହିତ ସ୍ଥାୟୀ ସମ୍ପର୍କ ବୃଦ୍ଧି ଦିଗରେ ଓଡିଶା ସର୍ବଦା ପ୍ରସ୍ତୁତ

IFS,୨୦୦୦ ଏବଂ ୨୦୦୧ ବ୍ୟାଚର ଭାରତୀୟ ବୈଦେଶିକ ସେବା (ଆଇଏଫଏସ) ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଭେଟିଥିଲେ। 

ପ୍ରତିନିଧି ଦଳରେ ରୋମାନିଆରେ ଭାରତର ରାଷ୍ଟ୍ରଦୂତ ଡକ୍ଟର ମନୋଜ କୁମାର ମହାପାତ୍ର; ସ୍ଲୋଭେନିଆ ଗଣରାଜ୍ୟରେ ଭାରତର ରାଷ୍ଟ୍ରଦୂତ ଶ୍ରୀ ଅମିତ ନାରଙ୍ଗ; ଏବଂ ମାଲ୍ଟା ଗଣରାଜ୍ୟରେ ଭାରତର ଉଚ୍ଚାୟୁକ୍ତ ଶ୍ରୀମତୀ ଗ୍ଲୋରିଆ ଗାଙ୍ଗଟେ ସାମିଲ ଥିଲେ। 

ବୈଠକ ସମୟରେ ଅଧିକାରୀମାନେ ଶାସନ, ଓଡ଼ିଶାରେ ବିକାଶ ପଦକ୍ଷେପ ଏବଂ ବିଶ୍ୱ ସ୍ତରରେ ଭାରତର କୂଟନୈତିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଦେଶ ପ୍ରତି ସେମାନଙ୍କର ନିରନ୍ତର ସେବା ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ବିଦେଶରେ ଭାରତର ସ୍ୱାର୍ଥକୁ ପ୍ରତିନିଧିତ୍ୱ କରିବାରେ ସେମାନଙ୍କର ଅବଦାନକୁ ପ୍ରଶଂସା କରିଥିଲେ। 

 ଚଳିତ ବର୍ଷ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନକୁ ମଧ୍ୟ ପ୍ରଶଂସା କରିଥିଲେ ଯାହା ବିଶ୍ୱ ଭାରତୀୟମାନଙ୍କୁ, ବିଶେଷକରି ଓଡ଼ିଆମାନଙ୍କୁ ରାଜ୍ୟ ସହିତ ଅଧିକ ସଂଯୋଗ ସ୍ଥାପନ କରିବାକୁ ଉତ୍ସାହିତ କରିଥିଲା। 

ସ୍କିଲ୍ଡ ଇନ୍ ଓଡିଶା ପଦକ୍ଷେପ ବିଶ୍ୱସ୍ତରୀୟ ଭାବରେ ସ୍ୱୀକୃତିପ୍ରାପ୍ତ ବ୍ରାଣ୍ଡ ପାଲଟିଛି ଏବଂ ରାଜ୍ୟର ଯୁବକମାନଙ୍କ ପାଇଁ ଭବିଷ୍ୟତ ଉଜ୍ଜ୍ୱଳ ଦେଖାଯାଉଛି। ୟୁରୋପୀୟ ଦେଶଗୁଡ଼ିକରେ ଓଡ଼ିଶା ଏହାର ଆକାଂକ୍ଷୀ ଯୁବକମାନଙ୍କ ପାଇଁ ଉନ୍ନତ ସୁଯୋଗ ପ୍ରଦାନ କରିବ ବୋଲି ଗୁରୁତ୍ୱାରୋପ କରିଥିଲେ। 

ମୁଖ୍ୟମନ୍ତ୍ରୀ ଆହୁରି ଗୁରୁତ୍ୱାରୋପ କରିଥିଲେ ଯେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଏବଂ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ରାଜ୍ୟ ପାଇଁ ଅଧିକ ଗର୍ବ ଏବଂ ବିଶ୍ୱସ୍ତରୀୟ ସ୍ୱୀକୃତି ଆଣିବ।