୧୭ ଫେବୃଆରୀରେ ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Feb 16, 2026 - 23:37
 5
୧୭ ଫେବୃଆରୀରେ ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

୧୭ ଫେବୃଆରୀରେ ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦୁଇ ନେତା ଭାରତ-ଫ୍ରାନ୍ସ ରଣନୈତିକ ସ‌ହଭାଗୀତାରେ ହୋଇଥିବା ଅଗ୍ରଗତିର ସମୀକ୍ଷା ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରନ ଭାରତ-ଫ୍ରାନ୍ସ ନବାଚାର ବର୍ଷ ୨୦୨୬ ଉଦ୍‌ଘାଟନ କରିବେ

୧୬ ଫେବୃଆରୀ ୨୦୨୬: ପିଆଇବି ଦିଲ୍ଲୀ

ପ୍ରଧାନମନ୍ତ୍ରୀ ନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଫେବୃଆରୀ ୨୦୨୬ରେ ମୁମ୍ବାଇ ଗସ୍ତ କରିବେ, ଯେଉଁଠାରେ ସେ ଫ୍ରାନ୍ସର ରାଷ୍ଟ୍ର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ୍ ମାକ୍ରନଙ୍କୁ ଭେଟିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ ୧୭ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ଭା ଭାରତ ଗସ୍ତରେ ଆସିବେ । ଭାରତ ଦ୍ବାରା ଆୟୋଜିତ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ ଏବଂ ମୁମ୍ବାଇରେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ଦ୍ବିପାକ୍ଷିକ ଶିଖର ସମ୍ମିଳନୀରେ ମଧ୍ୟ ଭାଗ ନେବେ । । ଏହା ରାଷ୍ଟ୍ରପତି ମାକ୍ରନଙ୍କ ଚତୁର୍ଥ ଭାରତ ଏବଂ ପ୍ରଥମ ମୁମ୍ବାଇ ଗସ୍ତ ହେବ ।

୧୭ ଫେବୃଆରୀ ଅପରାହ୍ନ ପ୍ରାୟ ୩:୧୫ରେ ଦୁଇ ନେତା ମୁମ୍ବାଇର ଲୋକ ଭବନରେ ଦ୍ବିପାକ୍ଷିକ ଆଲୋ ଲାଚନା କରିବେ । ଏହି ଆଲୋଚନା ସମୟରେ, ସେମାନେ ଭାରତ-ଫ୍ରାନ୍ସ ରଣନୈତିକ ହଭାଗୀତାରେ ହୋଇଥ‌ିବା ଅଗ୍ରଗତିର ସମୀକ୍ଷା କରିବେ । ସେମାନଙ୍କର ଆଲୋଚନା ରଣନୈତିକ ସ‌ହଭାଗୀତ ଗୀତାକୁ ସୁଦୃଢ଼ କରିବା ଏବଂ ଏହାକୁ ନୂତନ ତଥା ଉଦୀୟମାନ କ୍ଷେତ୍ରରେ ଆହୁରି ସମ୍ପ୍ରସାରିତ କରିବା ଉପରେ କେନ୍ଦ୍ରିତ ରହିବ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରନ ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ଯ ମତ ବିନିମୟ କରିବେ ।

ସନ୍ଧ୍ୟା ପ୍ରାୟ ୫:୧୫ ସମୟରେ ଦୁଇ ନେତା ଭାରତ-ଫ୍ରାନ୍ସ ନବଚାର ବର୍ଷ ୨୦୨୬ ଉଦ୍‌ଘାଟନ କରି ଉଭୟ ଦେଶର ବ୍ୟବସାୟିକ ନେତା, ଷ୍ଟାର୍ଟଅପ୍, ଗବେଷକ ଏବ ଅନ୍ୟାନ୍ୟ ଉଦ୍ଭାବକମାନଙ୍କୁ ସମ୍ବୋଧୂତ କରିବେ ।