ଆଜି ଲୋକସେବା ଭବନ ଘେରାଉ କରିବ କଂଗ୍ରେସ

ଭୁବନନେଶ୍ୱର : ଆଜି(ସୋମବାର) ଲୋକସେବା ଭବନ ଘେରାଉ କରିବ କଂଗ୍ରେସ। ସକାଳ ୧୧ଟାରେ ଲୋକସେବା ଭବନ ଘେରାଇ କରିବାକୁ କଂଗ୍ରେସ ଯୋଜନା କରିଛି। ଜିଲ୍ଲା ସଭାପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ୨୪ ବର୍ଷର ବିଫଳ ରାଜ୍ୟ ସରକାରଙ୍କର ବିରୋଧରେ ଜୋରଦାର ପ୍ରତିବାଦ କରିବା ସହ ଲୋକସେବା ଭବନ ଘେରାଉ କରିବ କଂଗ୍ରେସ। ତେବେ ପ୍ରାୟ ସକାଳ ୧୧ଟାରେ ଲୋକସେବା ଭବନ ଘେରାଇ କରିବାକୁ କଂଗ୍ରେସ ଯୋଜନା କରିଛି। ଜିଲ୍ଲା ସଭାପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ଘେରାଉରେ କଂଗ୍ରେସର ଅନେକ କର୍ମୀମାନେ ଯୋଗ ଦେବାକୁ ଯାଉଛନ୍ତି। ଏପରିକି ସେହି ଘେରାଉରେ ସବୁ ସାଙ୍ଗଠନିକ ଜିଲ୍ଲାରୁ କଂଗ୍ରେସ କର୍ମୀ ଓ ନେତା ସାମିଲ୍ ହେବେ। ବିଗତ ୨୪ ବର୍ଷ ହେଲାଣି ବିଜେଡି ସରକାର ଶାସନ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ମଧ୍ୟ ଅନେକ ସ୍ଥାନରେ ବିଭିନ୍ନ ସମସ୍ୟାମାନ ରହିଛି। ତେଣୁ ଏଥିପାଇଁ ଆଜି କଂଗ୍ରେସ ତରଫରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହ କରାଯାଇଛି।

Feb 26, 2024 - 17:17
 3
ଆଜି ଲୋକସେବା ଭବନ ଘେରାଉ କରିବ କଂଗ୍ରେସ