ଆସାମରେ ସରକାର ଗଢିଲେ ଅଣ କଂଗ୍ରେସ ନେତା...
ଆସାମ ରାଜନୀତିରେ ଏକ ଐତିହାସିକ ଦିନ।
ଡକ୍ଟର ହିମନ୍ତ ବିଶ୍ୱ ଶର୍ମା ଲଗାତାର ଦ୍ଵିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।
ଏହା ସହିତ ଆସାମ ଇତିହାସରେ ପ୍ରଥମ ଅଣ-କଂଗ୍ରେସ ନେତା ଭାବେ କ୍ରମାଗତ ଭାବେ ଦୁଇଥର ଏହି ପଦବୀ ଅଳଙ୍କୃତ କରିବାର ଗୌରବ ସେ ହାସଲ କଲେ
ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ଡକ୍ଟର ଶର୍ମା ଏବଂ ତାଙ୍କ ମନ୍ତ୍ରୀ ପରିଷଦକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ।
ମୁଖ୍ୟମନ୍ତ୍ରୀଙ୍କ ସମେତ ଚାରିଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଲେ ।
ସେମାନେ ହେଲେ ରାମେଶ୍ୱର ତେଲି, ଅତୁଲ ବୋରା, ଚରଣ ବୋରୋ ଏବଂ ଅଜନ୍ତା ନେଓଗ।
ଏହି ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ
ଗୁଆହାଟୀର ଖାନାପାରା ସ୍ଥିତ ଭେଟେରନାରୀ କଲେଜ ପଡ଼ିଆକୁ ଏହି ଉତ୍ସବ ପାଇଁ ଅତି ସୁନ୍ଦର ଭାବେ ସଜାଯାଇଥିଲା
ଏଠାରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ସହରରେ ଯାତାୟାତ ସୁବିଧା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ କାମରୂପ (ମେଟ୍ରୋ) ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି।