ଏରବଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ପରିଷଦର ବନ୍ଧୁ ମିଳନ...

Oct 10, 2026 - 14:41
 8
ଏରବଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ପରିଷଦର  ବନ୍ଧୁ ମିଳନ...

ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ୧୯୬୩ ମସିହାରେ ସ୍ଥାପିତ ଅଞ୍ଚଳର ଅଗ୍ରଣୀ ତଥା ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଏରବଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ପରିଷଦର ଏକ ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବିଦ୍ୟାଳୟ ପରିସରସ୍ଥ ପରିଷଦ ଗୃହରେ ଅନୁଷ୍ଠିତ ହୋଇଯାଇଛି।

ପରିଷଦର ସଭାପତି ଶ୍ରୀ ଗଣେଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଡିସେମ୍ବର ୧୩ ତାରିଖରେ ବାର୍ଷିକ ବନ୍ଧୁ ମିଳନ ସମାରୋହ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।

୨୦୧୪ ମସିହାରେ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପରଠାରୁ ପୁରାତନ ଛାତ୍ର ପରିଷଦ ବିଦ୍ୟାଳୟର ଉନ୍ନତି ମୂଳକ କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଆସୁଛି। 

୨୦୧୯ ମସିହାରୁ ପ୍ରତିବର୍ଷ ପ୍ରଥମ ବ୍ୟାଚରୁ ଆରମ୍ଭ କରି ସମସ୍ତ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଏବଂ ପୁରାତନ ଓ ବର୍ତ୍ତମାନର ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନେଇ ବନ୍ଧୁ ମିଳନ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଆସୁଛି।

ବୈଠକରେ ଚଳିତ ବର୍ଷର ବନ୍ଧୁ ମିଳନର କାର୍ଯ୍ୟସୂଚୀ, ଖାଦ୍ୟ ବ୍ୟବସ୍ଥା, ବିଭିନ୍ନ ପ୍ରତିଯୋଗିତା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ବିଭିନ୍ନ ଉପ-କମିଟି ଗଠନ କରାଯାଇଛି। 

ଏହାସହ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ସ୍ୱର୍ଗତ ହଟ କିଶୋର ସ୍ୱାଇଁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ବୈଠକ ପ୍ରାରମ୍ଭରେ ବିଦ୍ୟାଳୟର ପରଲୋକଗତ ଛାତ୍ରଛାତ୍ରୀମାନଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି ବୈଠକରେ ସାଧାରଣ ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ପାତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଶ୍ରୀ ପ୍ରଦୀପ୍ତ କୁମାର ମହାନ୍ତି, ଶ୍ରୀ ବିଜୟ ଗୋପାଳ ଦାସ, ଶ୍ରୀ ଅନୀଲ ଭୂଷଣ ନାୟକ, ଶ୍ରୀ ନିରଞ୍ଜନ ମଙ୍ଗରାଜ, ଶ୍ରୀ ମଳୟ ରଞ୍ଜନ ଭୋଳ, ଶ୍ରୀ ନରହରି ମହାରଣା, ଶ୍ରୀମତୀ ପ୍ରଣତୀ ମିଶ୍ର, ଶ୍ରୀମତୀ ରାଜଲକ୍ଷ୍ମୀ ମିଶ୍ର, ଶ୍ରୀ ନରେଶ ଚନ୍ଦ୍ର ପ୍ରଧାନ, ଶ୍ରୀ ଗୌର ପ୍ରସାଦ ଦାସ, ଶ୍ରୀ ବାବାଜୀ ଚରଣ ମହାନ୍ତି, ଶ୍ରୀ ଲଲାଟେନ୍ଦୁ ପଣ୍ଡା, ଶ୍ରୀ ଗିରିଧାରୀ ଜେନା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତିନିଧି ଶ୍ରୀମତୀ ଡ଼ଲି ବେହେରା ଓ ଶିକ୍ଷକ ଶ୍ରୀ ଅଜିତ ରାଉତ ଏହି ପ୍ରକାର ବନ୍ଧୁ ମିଳନ ଓଡ଼ିଶାରେ ଅନ୍ୟତ୍ର ଦୃଷ୍ଟିଗୋଚର ହେଉନାହିଁ ବୋଲି ପ୍ରଶଂସା କରି ଏହାକୁ ଏକ ପରମ୍ପରାରେ ପରିଣତ କରିବାରେ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଶେଷରେ ଯୁଗ୍ମ ସମ୍ପାଦକ ଶ୍ରୀ ନରେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।