ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପକ୍ଷରୁ ଶ୍ରୀ ଜଗନ୍ନାଥ ଚେତନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ...

Oct 6, 2026 - 20:50
 3
ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପକ୍ଷରୁ ଶ୍ରୀ ଜଗନ୍ନାଥ ଚେତନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ...

ଶ୍ରୀ ଜଗନ୍ନାଥ ଚେତନାର ବିଭିନ୍ନ ଦିଗ ଉପରେ ଗବେଷଣା, ଦଲିଲୀକରଣ ଓ ନୂତନ ତଥ୍ୟ ତଥା ସୂଚନାକୁ ପ୍ରୋତ୍ସାହନ ଦେଇ ଗବେଷକ, ଲେଖକ ଓ ଯୁବପିଢ଼ିଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରାଯାଇପାରିଲେ ଓଡ଼ିଆ ଚେତନାକୁ ବିଶ୍ୱସ୍ତରରେ ଗୁରୁତ୍ୱ ମିଳିବ ବୋଲି ମତ ପ୍ରକାଶ ପାଇଛି । ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ଆନୁକୂଲ୍ୟରେ ଗତକାଲି ଅନୁଷ୍ଠିତ ଶ୍ରୀଜଗନ୍ନାଥ ଚେତନା ସମ୍ପର୍କିତ କର୍ମଶାଳାରେ ଅତିଥିମାନେ ଶ୍ରୀଜଗନ୍ନାଥ ଚେତନାର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ମତ ବ୍ୟକ୍ତ କରିଛନ୍ତି । 

କର୍ମଶାଳାର ଉଦ୍ଯା ପନ ଅଧିବେଶନରେ ପୌରୋହିତ୍ୟ କରି ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀର ସଚିବ ତଥା ‘ଓକାକ୍‍’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପ୍ରଦୀପ କୁମାର ରାଉତ କହିଛନ୍ତି ଯେ, ସଂପ୍ରତି ଦ୍ରୁତ ପରିବର୍ତ୍ତନଶୀଳ ଡିଜିଟାଲ୍‍ ଯୁଗରେ ଯୁବପିଢ଼ିଙ୍କୁ ଆମର ଐତିହ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହୀ କରିବା ଏବଂ ଏଥିପାଇଁ ଭର୍ଚୁଆଲ୍‍ ଏକାଡେମୀର ଡିଜିଟାଲ୍‍ ପ୍ଲାର୍ଟଫର୍ମକୁ ସମୃଦ୍ଧ କରିବା ପାଇଁ ଏହି କର୍ମଶାଳା ସହାୟକ ହେବ । 

ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ କର୍ମଶାଳାର ଆବାହକ ଡା.କୃଷ୍ଣକେଶବ ଷଡ଼ଙ୍ଗୀ ଓ ସଂଯୋଜକ ଡ. ଭୁବନାନନ୍ଦ ଅଧିକାରୀ । 

କର୍ମଶାଳାର ଦୁଇଟି ଅଧିବେଶନରେ ଶ୍ରୀଜଗନ୍ନାଥ ତତ୍ତ୍ୱର କ୍ରମ ବିକାଶ, ନବ କଳେବର, ଶ୍ରୀଜୀଉମାନଙ୍କ ବେଶ, ମହାପ୍ରସାଦ, ରଥନିର୍ମାଣ ଓ ପ୍ରତିଷ୍ଠାବିଧି, ଶ୍ରୀଜୀଉଙ୍କ ଯାନିଯାତ୍ରା, ଶ୍ରୀଜଗନ୍ନାଥ ମନ୍ଦିରର ଇତିହାସ, କଳା ଓ ଭାସ୍କର୍ଯ୍ୟ, ନୀତିକାନ୍ତି, ସେବକ ପରମ୍ପରା, ବିଶ୍ୱବ୍ୟାପୀ ଶ୍ରୀଜଗନ୍ନାଥ, ଓଡ଼ିଆ ତଥା ସଂସ୍କୃତ ସାହିତ୍ୟରେ ଶ୍ରୀଜଗନ୍ନାଥ, ମଠ ସଂସ୍କୃତି, ନୃତ୍ୟ-ସଙ୍ଗୀତ ପରମ୍ପରାରେ ଶ୍ରୀଜଗନ୍ନାଥ, ବିବିଧ କଳା ଓ ଶିଳ୍ପରେ ଶ୍ରୀଜଗନ୍ନାଥ, ବିବିଧ ମତବାଦ ଓ ଶ୍ରୀଜଗନ୍ନାଥ ଏବଂ ଶ୍ରୀକ୍ଷେତ୍ର ମହାତ୍ମ୍ୟ ଇତ୍ୟାଦି ପ୍ରସଙ୍ଗ ଉପରେ ବିଦ୍ୱାନମାନେ ବକ୍ତବ୍ୟ ରଖିଥିଲେ । 

ସର୍ବଶ୍ରୀ ହରେକୃଷ୍ଣ ପ୍ରତିହାରୀ, ଶ୍ରୀନିବାସ ଆଚାର୍ଯ୍ୟ, ଅସିତ୍‍ ମହାନ୍ତି, ଭାସ୍କର ମିଶ୍ର, ପୂର୍ଣ୍ଣଚନ୍ଦ୍ର ମିଶ୍ର, ପୀତବାସ ରାଉତରାୟ, ଅଭୟ କୁମାର ନାୟକ, କୃଷ୍ଣକେଶବ ଷଡ଼ଙ୍ଗୀ, ବାବାଜୀ ଚରଣ ପଟ୍ଟନାୟକ, ପ୍ରେମାନନ୍ଦ ମହାପାତ୍ର, କୃଷ୍ଣଚନ୍ଦ୍ର ମିଶ୍ର, ବିଶ୍ୱନାଥ ସାମନ୍ତରାୟ, ଦେବପ୍ରସାଦ ଦାଶ, ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ନରେଶ ଚନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ଦାଶ, ମୃତ୍ୟୁଞ୍ଜୟ ରଥ, ଚିନ୍ତାମଣି ବିଶ୍ୱାଳ, ପଦ୍ମନାଭ ତ୍ରିପାଠୀ, ସନତ୍‍ ସୁଜାତାନନ୍ଦ ଦାସ ଓ ମନସ୍ୱିନୀ ମିଶ୍ରଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ଗବେଷକ ତଥା ବିଶେଷଜ୍ଞ ଶ୍ରୀଜଗନ୍ନାଥ ଚେତନା ଉପରେ ବକ୍ତବ୍ୟ ରଖିଥିଲେ । 

ବରିଷ୍ଠ ବୈଷୟିକ ପରିଚାଳକ ସ୍ମୃତିରଞ୍ଜନ ମିଶ୍ର, ପରାମର୍ଶଦାତା ସୂର୍ଯ୍ୟ ମିଶ୍ର, ସଚ୍ଚିଦାନନ୍ଦ ପଣ୍ଡା, ଦେବାନନ୍ଦ ଭଞ୍ଜ, ଦେବେନ୍ଦ୍ର ନାଥ ମହାନ୍ତି, ଏକାଡେମୀର ସ୍ୱତନ୍ତ୍ର ଅଧିକାରୀ ଶ୍ରୀନିବାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।