କଂଗେସ ଜାରୀ କଲା ହୁଇପ...
କଂଗେସ ଜାରୀ କଲା ହୁଇପ...
ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କଲା କଂଗ୍ରେସ ।
ଏହା ପୂର୍ବରୁ ବିଜେଡ଼ି ପରେ କଂଗ୍ରେସ ନିଜ ସଦସ୍ୟଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଛି ।
ଆସନ୍ତା ୧୩ ତାରିଖରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯେଉଁମାନେ ନିର୍ଦ୍ଦେଶ ପାଳନ ନ କରିବେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସୂଚନା ଦିଆଯାଇଛି
ତେବେ ହ୍ୱିପ୍ ନେଇ ବିଜେପି ସମାଲୋଚନା କରିଛି ।
ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯଦି ମନରେ ଏତେ ଡର ଥିଲା ତାହା ହେଲେ ସଂଖ୍ୟା ଗରିଷ୍ଠତା ନ ଥାଇ କାହିଁକି ପ୍ରାର୍ଥୀ ଦେଉଥିଲେ ।
ବିଜେଡ଼ି ଏବଂ କଂଗ୍ରେସ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ୍ ପ୍ରାର୍ଥୀ କରିଛନ୍ତି ।
ସେପଟେ ସେହି ଚତୁର୍ଥ ଆସନ ପାଇଁ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ।
ତାଙ୍କୁ ବିଜେପି ପୂର୍ଣ୍ଣ ସମର୍ଥନ ଦେବ ବୋଲି ଘୋଷଣା କରିଛି ।
ତଥାପି ୮ ଟି ଭୋଟ୍ କମ୍ ପଡ଼ୁଥିବାରୁ କ୍ରସ୍ ଭୋଟିଂ ହେବାର ସମ୍ଭାବନା ରହିଛି ।