ଗହଣା ଦୋକାନରୁ ସୁନାଗହଣା ଲୁଟିନେଲେ ଲୁଟେରା

ବିଳମ୍ବିତ ରାତିରେ ଗହଣା ଦୋକାନ ଲୁଟ କଲେ ଲୁଟେରା । ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଠାରେ ଘଟିଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଲୁଟେରା ଦୋକାନ ତାଡ଼ି ଦୋକାନ ଆଗରେ କଳାପାଲ ଟାଙ୍ଗି ଦୋକାନ ଭିତରୁ ସମସ୍ତ ଗହଣା ଦୋକାନ ଲୁଟ କରିଛନ୍ତି । ଆଜି ଦୋକାନ ମାଲିକଙ୍କୁ ଦୋକାନରୁ ଚୋରି ହୋଇଥିବା କଥା ସ୍ଥାନୀୟ ଲୋକ କହିଥିଲେ । ଦୋକାନ ମାଲିକ ତୁରନ୍ତ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଲୁଟେରା କିପରି ଦୋକାନକୁ ଲୁଟ କରିଛନ୍ତି ସେ ବିଷୟରେ ଖୋଳତାଡ଼ ଆରମ୍ଭ କରାଯାଇଛି । ଦୋକାନ ଭିତରେ ଥିବା ଟଙ୍କା, ସୁନା ଓ ଗହଣାକୁ ଚୋରି କରି ଫେରାର ହୋଇଛନ୍ତି ଲୁଟେରା ।

Feb 9, 2024 - 18:40
 13
ଗହଣା ଦୋକାନରୁ ସୁନାଗହଣା ଲୁଟିନେଲେ ଲୁଟେରା