ଗ୍ରୀଷ୍ମର ପ୍ରକୋପ କୁ ନେଇ ପାଣିପାଗ ବିଭାଗର ଆକଳନ...

Apr 25, 2026 - 16:56
 25
ଗ୍ରୀଷ୍ମର ପ୍ରକୋପ କୁ ନେଇ ପାଣିପାଗ ବିଭାଗର ଆକଳନ...

ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଥିବା ଦେଶବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର।

ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତକୁ ମୌସୁମୀ ବାୟୁ ଆସିପାରେ

ବିଶ୍ୱର ପ୍ରମୁଖ ପାଣିପାଗ ମଡେଲଗୁଡ଼ିକ ଅନୁଯାୟୀ, ମେ' ମାସ ଶେଷ ସପ୍ତାହ ସୁଦ୍ଧା ଦକ୍ଷିଣ ଭାରତରେ ବର୍ଷା ଆରମ୍ଭ ହୋଇଯିବ।

ୟୁରୋପୀୟ ସେଣ୍ଟର ଫର୍ ମିଡିୟମ-ରେଞ୍ଜ୍ ୱେଦର୍ ଫୋରକାଷ୍ଟ (ECMWF) ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆସନ୍ତା ମେ' ୨୫ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବା ନେଇ ଅନୁକୂଳ ପରିସ୍ଥିତି ସୃଷ୍ଟି ହେଉଛି। 

ସାଧାରଣତଃ ଜୁନ୍ ପହିଲାରେ ମୌସୁମୀ କେରଳ ଆସିଥାଏ, କିନ୍ତୁ ଚଳିତ ବର୍ଷ ଏହା ଆଗୁଆ ଆସିବା ନେଇ ସଙ୍କେତ ମିଳୁଛି।

ମେ' ୧୮ରୁ ୨୫ ମଧ୍ୟରେ ମୌସୁମୀ ବାୟୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବ। 

ଏହି ସମୟରେ ସେଠାରେ ସ୍ୱାଭାବିକଠାରୁ ୩୦ରୁ ୬୦ ମିଲିମିଟର ଅଧିକ ବର୍ଷା ହୋଇପାରେ। 

ପରେ ମେ' ୨୫ରୁ ଜୁନ୍ ୧ ମଧ୍ୟରେ ମୌସୁମୀ ଆରବ ସାଗର ଦେଇ କେରଳ ଓ ତାମିଲନାଡୁରେ ପ୍ରବେଶ କରିବ।