ଚଳିତ ବର୍ଷ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ ହୋଇଅଛି |

May 17, 2026 - 18:33
 95
ଚଳିତ ବର୍ଷ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ ହୋଇଅଛି |

ସତ୍ୟ ଖବର...

ଚଳିତ ବର୍ଷ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ ହୋଇଅଛି | 

ଆସନ୍ତା ଜୁନ୍ ମାସ ୩ ତାରିଖରେ ନୂଆଦିଲ୍ଲୀଠାରେ ଏହି ସବୁ ପୁରସ୍କାର ବିତରଣ କରାଯିବ |

ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ଶତତ ବିକାଶ ପୁରସ୍କାର

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନସ୍ଥ *ପୋଟଲାମପୁର* ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମପଞ୍ଚାୟତ ଭାବରେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି | 

ଏହି ପଞ୍ଚାୟତକୁ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ |

ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର *ପଡୁଆ* ଗ୍ରାମପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଅଛି | 

ଏହି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅର୍ଥରାଶି ମିଳିବ |

ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକର *ହାତୀବନ୍ଧା* ଗ୍ରାମପଞ୍ଚାୟତ ସ୍ୱଚ୍ଛ ଓ ସବୁଜ ଗ୍ରାମପଞ୍ଚାୟତ ବର୍ଗରେ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି | 

ଏହି ପଞ୍ଚାୟତକୁ ୩୭ ଲକ୍ଷ ୫୦ ହଜାର ଟଙ୍କାରେ ପୁରସ୍କୃତ କରାଯିବ |

ସେହିପରି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅଧୀନସ୍ଥ *ମନ୍ଦାର* ଗ୍ରାମପଞ୍ଚାୟତ ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମପଞ୍ଚାୟତ ବର୍ଗରେ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି | 

ଏହି ପଞ୍ଚାୟତକୁ ୩୭ ଲକ୍ଷ ୫୦ ହଜାର ଟଙ୍କାର ଅର୍ଥରାଶି ମିଳିବ |

ନାନଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ପୁରସ୍କାର* ବର୍ଗରେ *ଗଞ୍ଜାମ ଜିଲ୍ଲା ପରିଷଦ* ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି | 

ଏହି ଜିଲ୍ଲା ପରିଷଦକୁ ୩ କୋଟି ଟଙ୍କା ମିଳିବ |