ଛେନା ପୋଡ଼ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ..
ଭୁବନେଶ୍ବର, : ନୟାଗଡ଼ ବିକାଶ ମଞ୍ଚ ତରଫରୁ
ପ୍ରବାସୀ ନୟାଗଡ଼ିଆ ମାନଙ୍କ ଦ୍ବାରା ନୟାଗଡ ଦିବସ ପାଳନ କରାଯିବା ସହ ଆଗାମୀ ଏପ୍ରିଲ୍ ୧୧ ରେ ଛେନାପୋଡ଼ ଦିବସ କିଭଳି ପାଳନ କରାଯିବ ସେ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ତରଫରୁ ବିଗତ ତିନି ବର୍ଷ ଧରି ଭୁବନେଶ୍ବର ଜୟଦେବ ଭବନଠାରେ ରାଜ୍ୟ ସ୍ତରୀୟ ବିଶ୍ବ ଛେନାପୋଡ଼ ଦିବସ ପାଳନ କରାଯାଉଛି। ଆଜିର ଏହି ପ୍ରସ୍ତୁତି ବୈଠକରେ ଏ ବର୍ଷର ବିଶ୍ବ ଛେନାପୋଡ଼ ଦିବସ ନୂଆ ଢଙ୍ଗରେ ପାଳନ କରାଯିବ ବୋଲି ଆଲୋଚନା କରାଯାଇଛି।
ସୂଚନାନୁସାରେ, ବିଶ୍ବ ଛେନାପୋଡ଼ ଦିବସ ଉତ୍ସବରେ ଏଥର
ସିନେମା କଳାକାର ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ଗହଣରେ ଉତ୍ସବ
ପାଳନ କରାଯିବ। ଏବଂ ରାମ ମନ୍ଦିରରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ
ଏକ ଶୋଭାଯାତ୍ରା ଆୟୋଜନ କରାଯିବ। ଏହି ଶୋଭାଯାତ୍ରାର
ନୟାଗଡ଼ର ବାଘ ନାଚ, ପାଇକ, ଦଣ୍ଡ ନାଚ, ଚଡୟା ସୁଆଙ୍ଗ ଆଦି
ପ୍ରଦର୍ଶିତ ହେବ। ଆଜିର ଏ ବୈଠକରେ ଶୁଭ୍ରାଂଶୁ ପଣ୍ଡା, ସୁବ୍ରତ
ନାୟକ, ଆଶିଷ ରଥ, ଆଶୁତୋଷ ଦାସ, ରୋହନ ମହାପାତ୍ର,
ସୁଧାଂଶୁ ସାହୁ, ଉମାକାନ୍ତ ମହାପାତ୍ର, ଯତୀନ କୁମାର , ବିଶ୍ବଜିତ୍
ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି ଏହି ସଂଗଠନ ଦୀର୍ଘ ଦିନ
ହେବ ଛେନାପୋଡ଼କୁ ଜିଆଇ (GI) ଟ୍ୟାଗ ମାନ୍ୟତା ପାଇଁ ପ୍ରୟାସ
ଜାରି ରଖୂଛନ୍ତି।