ଜେଇଇ JEE ମେନ୍ସରେ ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା...
ଜେଇଇ JEE ମେନ୍ସରେ ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା...
ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS)ର ଛାତ୍ରଛାତ୍ରୀଙ୍କର ଜେଇଇ ମେନ୍ସରେ ଉଲ୍ଲେଖନୀୟ ସଫଳତା ।
EMRS ର ୧୧ ଜଣ ଛାତ୍ରଛାତ୍ରୀ ୨୦୨୬ ମସିହାର ଜେଇଇ ମେନ୍ସ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଛନ୍ତି । EMRS କରଞ୍ଜିଆର ଛାତ୍ର ଅଭିଶ ଆଲାମ୍ ୯୭.୫ ପ୍ରତିଶତ ହାସଲ କରି ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ।
ଅନ୍ୟ ସଫଳ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ EMRS, ରାଙ୍କିରୁ ରିଙ୍କିରାଣୀ ନାଏକ, ସୁନୀଲ କୁମାର ନାଏକ ଓ ସୁନିଆ ହେମ୍ବ୍ରମ ପରୀକ୍ଷା ଉତ୍ତୀର୍ଣ୍ଣ କରିଥିବା ବେଳେ EMRS, କରଞ୍ଜିଆରୁ ସାମୁ ପଲେଇୟା ମଧ୍ୟ ପାଇଁ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।
EMRS, ଲହୁଣିପଡ଼ାରୁ ଇଷ୍ଟିଫାନ ହେମ୍ବ୍ରମ, ପୂଜାରାଣୀ କିଷାନ, ଦୀପା କିଷାନ, ରବିନ ଓରାମ ଏବଂ ସାଲଖୁ ହେମ୍ବ୍ରମ ଯୋଗ୍ୟତା ହାସଲ କରିଛନ୍ତି । ସେହିପରି EMRS, ବାଙ୍ଗିରିପୋଷିରୁ ଠାକୁର ମୁର୍ମୁ ସଫଳତା ଅର୍ଜନ କରିଛନ୍ତି ।
ସ୍କୁଲ ଅନୁସାରେ, EMRS, ଲହୁଣିପଡାରୁ ସର୍ବାଧିକ ପା଼ଞ୍ଚ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି ।
ଏହାପରେ EMRS ରାଙ୍କିରୁ ତିନି ଜଣ, EMRS କରଞ୍ଜିଆରେ ଦୁଇଜଣ, EMRS ବାଙ୍ଗିରିପୋଷିରୁ ଜଣେ ଛାତ୍ର ଯୋଗ୍ୟତା ହାସଲ କରିଛନ୍ତି ।