ପୁଣି ବଢିଲା ସୁନା ଦର

ଭୁବନେଶ୍ୱର : ଆଜି ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଦେଶରେ ୧୦ ଗ୍ରାମ ସୁନା ଦର ପାଖାପାଖି ୬୭,୦୦୦ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ପ୍ରଥମ ଥର ପାଇଁ ସୁନାର ଦାମ୍‌ ଏକ ଆଉନ୍ସ ପ୍ରତି ୨୨୦୦ ଡଲାର ଟପିଥିବା ରେକର୍ଡ ହୋଇଛି। ଗୁରୁବାର ୨୪ କ୍ୟାରେଟ୍‌ ସୁନାର ଦାମ୍‌ ଏମ୍‌ସିଏକ୍ସରେ ୧୦ ଗ୍ରାମ ପିଛା ୬୬,୯୪୩ ଟଙ୍କା ଥିବା ରେକର୍ଡ କରାଯାଇଛି। ସେହିପରି ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୬୦, ୯୪୦ ଟଙ୍କା ରହିଛି। ଆଜି କମୋଡିଟି ମାର୍କେଟ୍‌ ଖୋଲିବାର କିଛି ସମୟ ମଧ୍ୟରେ ସୁନାର ଦାମ୍‌ ରେକର୍ଡ ସ୍ତର ଛୁଇଁଥିବା ସୂଚନା ରହିଛି।

ପୁଣି ବଢିଲା ସୁନା ଦର