ବାଲିଅନ୍ତା ବ୍ଲକ ଅଞ୍ଚଳର ୧୧ଜଣ କଂସାବାସନ କାରିଗରଙ୍କୁ କର୍ମଶାଳା ପକ୍କା ଗୃହ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି।

Mar 31, 2026 - 20:24
 14
ବାଲିଅନ୍ତା ବ୍ଲକ ଅଞ୍ଚଳର ୧୧ଜଣ କଂସାବାସନ କାରିଗରଙ୍କୁ କର୍ମଶାଳା ପକ୍କା ଗୃହ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି।

ରଥୂଜେମା( ବାଳକାଟୀ ), ବାଲିଅନ୍ତା ବ୍ଲକ

ଅଞ୍ଚଳର ୧୧ଜଣ କଂସାବାସନ କାରିଗରଙ୍କୁ କର୍ମଶାଳା ପକ୍କା ଗୃହ ନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ୧୫ଜଣ କାରିଗର ଏଥିପାଇଁ ଆବେଦନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୧ଜଣଙ୍କୁ କାର୍ଯ୍ୟାଦେଶ ମିଳିଛି ଏବଂ ଅନ୍ୟମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ କର୍ମଶାଳା ଗୃହ ନିର୍ମାଣ ସହାୟତା ରାଶି ପ୍ରଦାନ କରାଯିବା ବିଭାଗୀୟ ଉପନିର୍ଦ୍ଦେଶକ ଦିଲୀପ କୁମାର ପଣ୍ଡାଙ୍କ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର ସଭାରେ ପ୍ରତି କାରିଗରଙ୍କ ପିଛା ୧ ଲକ୍ଷ ୨୦ ହଜାର ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ୩ ମାସ ମଧ୍ୟରେ ଘର କାମ ଶେଷ କଲେ, ୨୦ ହଜାର ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ଅର୍ଥ ପ୍ରଦାନ କରାଯିବ ବୋଲି ରଥିଜେମା କଂସାରୀ ପରିବାର ଉନ୍ନୟନ ପରିଷଦର ସଭାପତି ବୈଷ୍ଣବ ମହାରଣା କହିଛନ୍ତି। ଏହି ଅବସରରେ ହସ୍ତଶିଳ୍ପ ବିକାଶ ଅଧିକାରୀ ଗୌରବ ସେନାପତି, ରଣଜିତ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ |