ଭାରତର ୭୯ ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ
ଭାରତର ୭୯ତମ ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶକୁ ସମ୍ବୋଧିତ କଲେ।
ରାଷ୍ଟ୍ରପତି ଭାରତର ଡିଜିଟାଲ୍ ପରିବର୍ତ୍ତନ ଏବଂ ଡିଜିଟାଲ୍ ପେମେଣ୍ଟ ପ୍ରଯୁକ୍ତିବିଦ୍ୟାରେ ଉନ୍ନତିକୁ ପ୍ରଶଂସା କରି
କହିଛନ୍ତି, "ସରକାର ଦେଶର ଏଆଇ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଭାରତ-ଏଆଇ ମିଶନ ଆରମ୍ଭ କରିଛନ୍ତି।
ଏଆଇ ଏବଂ ପ୍ରଯୁକ୍ତିବିଦ୍ୟା ଆମ ଜୀବନକୁ ଉନ୍ନତ କରୁଛି।" ସେ କହିଛନ୍ତି, "ଗତ ୭୮ ବର୍ଷ ମଧ୍ୟରେ ଭାରତ ବହୁତ ବିକାଶ କରିଛି।
ଆମେ କଳ୍ପନା କରିଥିବା ଭାରତ ଏବେ 'ଆତ୍ମନିର୍ଭର' ହେବାକୁ ଯାଉଛି।
ଭାରତ ବିଶ୍ୱର ଦ୍ରୁତତମ ବିକାଶଶୀଳ ରାଷ୍ଟ୍ର ମଧ୍ୟରୁ ଗୋଟିଏ। ରାଷ୍ଟ୍ରପତି ନାଗରିକମାନଙ୍କୁ ଭାରତୀୟ ଉତ୍ପାଦ କିଣିବା ଏବଂ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ।
ସ୍ୱାଧୀନତା ଦିବସ ଅଵ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ଦେଶବାସୀଙ୍କୁ ସମ୍ବୋଧିତ କରି ଭାରତର ଡିଜିଟାଲ୍ ପରିବର୍ତ୍ତନକୁ ମଧ୍ୟ ପ୍ରଶଂସା କରିଥିଲେ |