ରାଜସ୍ଥାନରେ ରାଜନୈତିକ ଅସ୍ଥିରତା

ରାଜସ୍ଥାନରେ ରାଜନୈତିକ ଅସ୍ଥିରତା

ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା । କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଆଜି ରାଜସ୍ଥାନର ୩୨ ଜଣ କଂଗ୍ରେସ ନେତା ବିଜେପିରେ ଯୋଗ ଦେଛନ୍ତି । ଜୟପୁର ସ୍ଥିତ ବିଜେପି ପ୍ରଦେଶ କାର୍ଯ୍ୟାଳୟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ବିଜେପି ପ୍ରଦେଶ ଅଧ୍ୟକ୍ଷ ସି.ପି ଯୋଶୀ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଏହି ନେତାମାନେ ବିଜେପିରେ ଯୋଗ ଦେଇଥିଲେ ।