ଲୋକଙ୍କ ସରକାର ମୋହନ ଚରଣ ମାଝୀ ଅନ୍ୟ ରାଜ୍ୟର ନକ୍ସଙ୍କୁ ଆତ୍ମ ସମର୍ପଣ ପାଇଁ ଆହ୍ୱାନ...
ଲୋକଙ୍କ ସରକାର ମୋହନ ଚରଣ ମାଝୀ ଅନ୍ୟ ରାଜ୍ୟର ନକ୍ସଙ୍କୁ ଆତ୍ମ ସମର୍ପଣ ପାଇଁ ଆହ୍ୱାନ...
ଅନ୍ୟ ରାଜ୍ୟର ନକ୍ସଲଙ୍କୁ ଆତ୍ମସମର୍ପଣର ଆହ୍ୱାନ ଦେଲେ ଓଡ଼ିଶା ସରକାର। ୨ ମାସରେ ଦ୍ୱିତୀୟ ଥର ପାଇଁ ସଂଶୋଧିତ ହେଲା ପ୍ୟାକେଜ୍।
ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏଣିକି ଆତ୍ମସମର୍ପଣର ୬୦ ଦିନ ସୁଦ୍ଧା ମିଳିବ ଥଇଥାନ ସୁବିଧା।
ଥଇଥାନ ପ୍ୟାକେଜ ବା ପୁନର୍ବାସ ନୀତିରେ ଆସିଲା ନୂଆ ନିୟମ। ଓଡ଼ିଶାରେ ସକ୍ରିୟ ନକ୍ସଲଙ୍କୁ ମିଳିବ ସୁବିଧା। ମୁଣ୍ଡଜାମିନ ପୁରସ୍କାର ରାଶିକୁ ଅତ୍ୟଧିକ ବୃଦ୍ଧି କଲେ ରାଜ୍ଯ ସରକାର।
କେନ୍ଦ୍ରୀୟ କମିଟି ବା ପଲିଟବ୍ୟୁରୋ ସଭ୍ୟଙ୍କୁ ସର୍ବାଧିକ ୧.୧୦ କୋଟି।
ରାଜ୍ୟ କମିଟି ୫୫ ଲକ୍ଷ, ଆଂଚଳିକ କମିଟି ସଭ୍ୟ ୩୩ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ୫ ଲକ୍ଷରୁ ଅଧିକ ପୁରସ୍କାର ଥିବା ନକ୍ସଲଙ୍କୁ ଅତିରିକ୍ତ ୧୦ ଲକ୍ଷ ଫିକ୍ସଡ୍ ଡିପୋଜିଟ୍ ମିଳିବ। ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରୁଥିବା କ୍ୟାଡର୍ଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ପ୍ୟାକେଜ୍।
ଏଲ୍ଏମ୍ଜି ବନ୍ଧୁକ ପାଇଁ ୪.୯୫ ଲକ୍ଷ ଓ ଏକେ-୪୭ ପାଇଁ ୩.୩୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଇନସାସ୍ ବା ଏସ୍ଏଲ୍ଆର୍ ରାଇଫଲ୍ ପାଇଁ ୧.୬୫ ଲକ୍ଷ ଟଙ୍କା ଅଲଗା ଦିଆଯିବ।
ଗୋଟିଏ ଗ୍ରେନେଡ୍ ପାଇଁ ୫୫୦ ଟଙ୍କା ଓ ପ୍ରତି ଗୁଳି ପାଇଁ ୫୫ ଟଙ୍କା ପୁରସ୍କାର ବ୍ୟବସ୍ଥା ରହିଛି।
କୌଣସି ଅସ୍ତ୍ର ନଥାଇ ଆତ୍ମସମର୍ପଣ କଲେ ମିଳିବ ଅତିରିକ୍ତ ୨୫ ହଜାର ଟଙ୍କା ପ୍ରୋତ୍ସାହନ ।
ଚଳିତବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ନକ୍ସଲମୁକ୍ତ କରିବା ଲକ୍ଷ୍ୟ ରଖିଛନ୍ତି ସରକାର।