ଲୋକସେବା ଭବନ ପରିସରରେ ତୃତୀୟ କେ ଏନ ଭଲିବଲ ପ୍ରିମିୟର ଲିଗ ଉଦଘାଟିତ...

May 14, 2026 - 14:45
 6
ଲୋକସେବା ଭବନ ପରିସରରେ ତୃତୀୟ କେ ଏନ ଭଲିବଲ ପ୍ରିମିୟର ଲିଗ ଉଦଘାଟିତ...

ଲୋକସେବା ଭବନ ପରିସରରେ ତୃତୀୟ କେ ଏନ ଭଲିବଲ ପ୍ରିମିୟର ଲିଗ ଉଦଘାଟିତ...

ଓଡିଶା ସଚିବାଳୟ କର୍ମଚାରୀ କ୍ରିଡା ସଂଘ ଆନୁକୂଲ୍ୟରେ ଲୋକସେବା ଭବନ ପରିସରରେ “ତୃତୀୟ କେ ଏନ ଭଲିବଲ ଲିଗ-୨୦୨୬" ଉଦଘାଟିତ ହୋଇଛି । 

ଉଦଘାଟନୀ ଅବସରରେ ଓଡିଶା ଭଲିବଲ ଦଳର ପୂର୍ବତନ କୋଚ ଅମୂଲ୍ୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ କ୍ରୀଡାସ୍ପୃହା, ଶୃଙ୍ଖଳା ଓ ଦଳୀୟ ମନୋଭାବ ସହ ଖେଳିବା ପାଇଁ ପ୍ରେରଣା ଦେଇଥିଲେ । 

ସେହିପରି କେ ଏନ ଗୃପର ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସ୍ବାଇଁ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କ୍ରୀଡା ମାଧ୍ୟମରେ ସାମୂହିକ ସମ୍ପର୍କ ଓ ସ୍ଵାସ୍ଥ୍ୟଚେତନା ବୃଦ୍ଧି ପାଉଥିବା କଥା କହିଥିଲେ।

ଏହି ଲିଗରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିଥିବାରୁ ପ୍ରତିଯୋଗିତାଟି ଅଧିକ ଆକର୍ଷଣୀୟ ହୋଇପଡ଼ିଥିଲା । 

????ପ୍ରଥମ ମ୍ୟାଟ୍‌ରେ “ସେକ୍ରେଟାରିୟଟ ଆଟ୍ଟାକର” ଓ “ସେକ୍ରେଟାରିୟଟ ସ୍ପାଇକର” ମଧ୍ୟରେ ହୋଇଥିବା ରୋମାଞ୍ଚକର ମୁକାବିଲା ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା | 

ମ୍ୟାନ୍ ଅଫ ଦି ମ୍ୟାଚ୍ ନାରାୟଣ ବଡଜେନାଙ୍କ ଅସାଧାରଣ ପ୍ରଦର୍ଶନ ବଳରେ “ସେକ୍ରେଟାରିୟଟ ଆଟ୍ଟାକର” ଦଳ ୨–୧ ବ୍ୟବଧାନରେ ବିଜୟୀ ହୋଇଥିଲା । 

ତାଙ୍କର ଦ୍ରୁତ ଆକ୍ରମଣ, ଚମତ୍କାର ପାଶ ଓ ସୁଦୃଢ଼ ରକ୍ଷଣ ଖେଳ ପ୍ରଶଂସା କୁଢ଼ିଥିଲା।

????ଦ୍ବିତୀୟ ମ୍ୟାଟ୍‌ରେ “ସେକ୍ରେଟାରିୟଟ କ୍ୟାରିୟର” ଓ “ସେକ୍ରେଟାରିୟଟ ଡୋମିନେଟର" ମଧ୍ୟରେ ହୋଇଥିଲା । ମ୍ୟାଟ୍‌ରେ ରଞ୍ଜନ ମେହେରଙ୍କ ଉତ୍‌କୃଷ୍ଟ ଖେଳ ପ୍ରଦର୍ଶନ ଦଳକୁ ସହଜ ବିଜୟ ଦେଇଥିଲା । 

ସେ ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ସମ୍ମାନିତ ହୋଇଥିବାବେଳେ “ସେକ୍ରେଟାରିୟଟ ୱାରିୟର" ଦଳ ୨-୦ ବ୍ୟବଧାନରେ ବିଜୟ ହାସଲ କରିଥିଲା ।

ପ୍ରତିଯୋଗିତାକୁ ଜାତୀୟ ଭଲିବଲ ରେଫେରୀ ହିମାଂଶୁ ଦାସ, ରାମଚନ୍ଦ୍ର ସେଠୀ, ଲକ୍ଷ୍ମୀନାରାୟଣ ମହାନ୍ତି ଓ ରମାକାନ୍ତ ପଟ୍ଟନାୟକ ସୁଚାରୁ ରୂପେ ପରିଚାଳନା କରିଥିଲେ । ଶ୍ରୀ ନିର୍ମଳ ନାୟକ ଖେଳ ପରିଚାଳନାରେ ସହଯୋଗ କରିଥିଲେ । 

ଓଡିଶା ସଚିବାଳୟ କର୍ମଚାରୀ କ୍ରୀଡା ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ସମସ୍ତ ଦଳର ସଫଳତା କାମନା କରିଥିଲେ I