୧୪ ତାରିଖରେ ପୁରୀ ବିଜେଡିର ଏସ୍ପି ଅଫିସ ସମ୍ମୁଖରେ ପ୍ରତିବାଦ
ପୁରୀ ଜିଲ୍ଲାରେ ଆଇନର ଶାସନ ଚାଲୁନାହିଁ
ଅପରାଧୀ ମାନଙ୍କୁ ରାଜନୈତିକ ସୁରକ୍ଷା ଦେଉଛି ବିଜେପି
ଭୁବନେଶ୍ୱର, ୧୨/୦୫/୨୦୨୬: ରାଜ୍ୟରେ ଆଇନ ଶୃଙ୍ଖଳା ରସାତଳଗାମୀ। ଏନ୍ସିଆରବି ରିପୋର୍ଟ
ଅନୁଯାୟୀ ଓଡ଼ିଶାରେ ମହିଳା ମାନେ ଅସୁରକ୍ଷିତ । ନିକଟରେ ରାଜ୍ୟରେ ଏମିତି କିଛି ଅପରାଧୂକ ଘଟଣା ଘଟିଛି ଯାହା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଉଛି। ବାଲିଅନ୍ତାରେ ସୌମ୍ୟରଞ୍ଜନଙ୍କୁ ବାଡେଇ ବାଡେଇ ମାରିବା ହେଉ ଏବଂ କଣାସରେ ଦୁର୍ବୃତ୍ତଙ୍କ ବର୍ବରକାଣ୍ଡ ଆଇନ ଶୃଙ୍ଖଳାର ବାସ୍ତବତାକୁ ପଦାରେ ପକାଇଛି। ଏକଦା ଶାନ୍ତିପ୍ରିୟ ତ୍ତିପ୍ରିୟ ରାଜ୍ୟ ଭାବେ ପରିଚିତ ଓଡ଼ିଶାରେ ଏବେ ଅଶାନ୍ତିର ନିଆଁ ଜଳୁଛି। ପୁରୀ ଜିଲ୍ଲାରେ ବି ଭୁଶୁଡି ପଡିଲାଣି ଆଇନ ଶୃଙ୍ଖଳା ବ୍ୟବସ୍ଥା। ପୁଲିସକୁ ଭୟ କରୁନାହାନ୍ତି ଅପରାଧୀ। ଜିଲ୍ଲାରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ନାରୀ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି । ପୋଲିସ୍ର ଅପାରଗତା ବିରୋଧରେ ପୁରୀ ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ୧୪ ତାରିଖରେ ଏସ୍ପି ଅଫିସ ସମ୍ମୁଖରେ ପ୍ରତିବାଦ କରାଯିବ ।
ବିଜେଡି ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଏବଂ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଥ୍ଲେ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଡବଲ ଇଞ୍ଜିନ ସରକାର ଆସିବା ପରେ ଏଭଳି କିଛି ଘଟଣା ସମଗ୍ର ରାଜ୍ୟରେ ଘଟିଛି ଯାହା କେବଳ ହୃଦୟ ବିଦାରକ ନୁହେଁ, ଚରମ ଆଇନ ଶୃଙ୍ଖଳାର ଅଧୋଗତିକୁ ପ୍ରମାଣିତ କରୁଛି । ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବାଲେଶ୍ୱର ଏଫ୍ଏମ୍ କଲେଜରେ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯିବା, ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଉଠିଲା ପଡ଼ିଲା । ସରକାରଙ୍କର ଚେତା ପଶିଲା ନାହିଁ କି ପୋଲିସ୍ ଆଭିମୁଖ୍ୟରେ ପରିବର୍ତନ ଆସିଲା ନାହିଁ । ପରବର୍ତ୍ତୀ ସମୟରେ ପୁରୀ ଜିଲ୍ଲାରେ ଏମିତି କିଛି ଘଟଣା ଘଟିଲା, ଯାହା ଏ ମାଟିକୁ ଜାତୀୟସ୍ତରରେ ନିନ୍ଦିତ କଲା। ବ୍ରହ୍ମଗିରି ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୬ ବର୍ଷୀୟ ନାବାଳିକାଙ୍କ ଗୋଡହାତ ବାନ୍ଧି ଦୁଷ୍କର୍ମ, କୃଷ୍ଣପ୍ରସାଦରେ ନାବାଳିକାଙ୍କୁ ଦୁଷ୍କର୍ମ, ଡେଲାଙ୍ଗ ରତନପୁରରେ ଜଣେ
ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖ୍ ରଖିବା ପରେ ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗିବା, ବ୍ରହ୍ମଗିରିରେ ଚୋରି ଅଭିଯୋଗରେ ଜଣେ ନାବାଳକଙ୍କ ବେକରେ ଚୋର ଲେଖାଥିବା ପ୍ଲାକାର୍ଡ ପକାଇ ରାସ୍ତାରେ ଚଲାଇ ଚଲାଇ ନିର୍ଯାତନା ତନା ଦେବା ଭଳି ଅନେକ ହୃଦୟ ବିଦାରକ ଘଟଣା ଗୋଟିଏ ଗୋଟିଏ ଉଦାହରଣ । କଣାସ ଥାନା ଠାରୁ ମାତ୍ର ଅଧ କିଲୋମିଟର ଦୂର ଗୋଲାବଜାର ମାଛ ମାର୍କେଟରେ କିଛି ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ମାଛ ପନିକିରେ ହାଣିଥିଲେ। ୩ ଜଣ ଦୁର୍ବୃତ୍ତ ଗୋଟିଏ ବୁଲେଟ୍ରେ ବସି ଯୁବକଙ୍କ ଉପରେ ଚଢାଇ ଜୀବନରୁ ମାରିଦେବାକୁ ଚେଷ୍ଟା ଚଷ୍ଟା କ କରିଥିଲେ । ଯୁବକ ଜଣଙ୍କ ନିଜର ଏକ ଗୋଡ଼ ହରାଇ ଭୁବେନଶ୍ଵର ଏମ୍ଭରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଏହି ଘଟଣା କେବଳ ଜାତୀୟ ଗଣମାଧ୍ୟମ ନୁହେଁ ଆମେରିକାରେ ବି ଚର୍ଚ୍ଚା ହୋଇଛି। ଏହିସବୁ ଘଟଣାରେ ।ରେ ପୁଲିସର ଆଭିମୁଖ୍ୟକୁ ନେଇ ବିରା ରାଟ ପ୍ରଶ୍ନବାଚୀ |ଚୀ ସୃଷ୍ଟି ହୋଇଛି।
ବହଗିରି ନାବାଳକ ନିର୍ଯାତନା ଘଟଣାରେ ଅଭିଯୁକ୍ତକୁ ଆଜି ପର୍ଯ୍ୟନ୍ତ ପୋଲିସ୍ ଗିରଫ କରୁନାହିଁ। କାରଣ ଅଭିଯୁକ୍ତ ଶାସକ ଦଳର ଜଣେ ବରିଷ୍ଠ ନେତାଙ୍କ ଭାଇ ହୋଇଥିବାରୁ ସେଠାରେ ଆଇନ ଶୃଙ୍ଖଳା ଏକପ୍ରକାର ବାଟ ଭୁଲିଯାଇଛି। ନିକଟରେ କଣାସ ଘଟଣା ଏକ ମଧ୍ୟଯୁଗୀୟ ବର୍ବରତା କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଏହି ଏହି ଘଟଣାରେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧ୍ ଏବଂ ପୋଲିସ୍ର ଆଭିମୁଖ୍ୟ ସମସ୍ତଙ୍କୁ ବିଚଳିତ କରିଛି। ଏହି ଘଟଣା ପଛରେ ବାଳି ବାଲିମାଫିଆଙ୍କ ସମ୍ପୃକ୍ତି ଜଣାପଡିଥିଲା। ସେହି ମାଫିଆଙ୍କୁ ସ୍ଥାନୀୟ ପୋଲିସ୍, ସତ୍ୟବାଦୀର ବିଧାୟକ ସୁରକ୍ଷା ଦେବ ଦବା ସବୁଠୁ ନିନ୍ଦନୀୟ। ପୋଲିସ୍ ବି ଜନପ୍ରତିନିଧୂଙ୍କ ହାତବାରିସୀ ସାଜିଛି। କାରଣ ଏହି ଘଟଣାରେ ପୋଲିସ୍ ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ପରେ ପ୍ରଥମେ ଗଣମାଧ୍ୟମ ସମ୍ମୁଖରେ ସ୍ଥାନୀୟ ବିଧାୟକ ପ୍ରତିକ୍ରିୟା ରଖୂ କହିଥିଲେ, ଆଉ କିଛି ସମୟ ପରେ ପୋଲିସ୍ ପକ୍ଷରୁ ଏ ନେଇ ପ୍ରେସ୍ମିଟ କରାଯିବ, ତାହା ହିଁ ହେଲା। ମୁଖ୍ୟ ଅଭିଯୁକ୍ତ ଏବଂ ଅନ୍ୟ ସହଯୋଗୀ ଧରା ନ ପଡିବା ପରେ ପୁଣି ବିଧାୟକ ଗଣମାଧ୍ୟମ ସମ୍ମୁଖରେ ତୁରନ୍ତ ଆତ୍ମସମର୍ପଣ କର, ନଚେତ୍ ଘର ଉପରେ ବୁଲ୍ଡୋଜର ଚାଲିବ ବୋଲି ଚେତାବନୀ ଦେଇଥିଲେ। ବିଧାୟକ କ’ଣ ଜିଲ୍ଲା ମୁଖପାତ୍ର ବୋଲି କରିଥିଲେ ଶ୍ରୀ ଦାସବର୍ମା। ଜିଲ୍ଲା ପୋଲିସ୍ ପ୍ରଶାସନର ମୁଖ
ଡବଲ ଇଞ୍ଜିନ ସରକାର ଆସିବା ପରେ ସମଗ୍ର ରାଜ୍ୟରେ ଆଇନ ଶୃଙ୍ଖଳାର ଚରମ ଅଧୋଗତି ଘଟିଛି। ବାଲେଶ୍ଵରରୁ ଆରମ୍ଭ କରି ଗୋପାଳପୁର, ବଳଙ୍ଗାଠୁ ଆରମ୍ଭ କରି ପିପିଲି, ଡେଲାଙ୍ଗ, ବ୍ରହ୍ମଗିରି ଏବଂ ନିକଟରେ କଣାସ ଆଉ ଆଉ ବାଲିଅନ୍ତା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ବାଲିଅନ୍ତା ଘଟଣା ଜାତୀୟ ଗଣମାଧ୍ୟମ ଏନ୍ଡିଟିଭି ଠାରୁ ଆରମ୍ଭ କରି ଆମେରିକା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗଞ୍ଜାମରେ ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା ପୋଲିସ୍ ବ୍ଯ ବ୍ୟବସ୍ଥାକୁ ଧୂକାର କଚି କରିଛି। ଏହି ଘଟଣାରେ ବିଜୁ ଜନତା ଦଳ ପ୍ରଶାସନିକ ଆଭିମୁଖ୍ୟ ଏବଂ ପୋଲିସ୍ ବ୍ୟବସ୍ଥାକୁ ଦୃଢ ଦୃଢ ନିନ୍ଦା କରିବା ସହ ଆସନ୍ତା ୧୪ ତାରିଖ ଦିବା ୧୦ ଘଟିକାରେ ପୁରୀ ବିଜେଡି ପକ୍ଷରୁ ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରାଯିବ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ଖୁଣ୍ଟି ଖୁଣ୍ଟିଆ କହିଛନ୍ତି। ଆଗକୁ ଏଭଳି ଘଟଣା ଘଟିଲେ ରାଜରାସ୍ତାରେ ଆନ୍ଦୋଳନ କରାଯିବ । ଯଦି ରାଜ୍ୟରେ ଆଇନ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ କରି ନ ପାରୁଛନ୍ତି, ତେବେ ରାଜ୍ୟ ମୁଖୁଆ ନୈତିକତା ଦୃଷ୍ଟିରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦିଅନ୍ତୁ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିପିଲିର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ, ମହିଳା ଜିଲ୍ଲା ସଭାନେତ୍ରୀ କସ୍ତୁରୀବାଳା ସ୍ଵାଇଁ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା, ଯୁବ ନେତା ସୁବ୍ରତ ଛାଟୋଇ ପ୍ରମୁଖ ଉପସ୍ଥିତ ଥିଲେ।