ଶିଶୁ ଖାଲି ନିଜ ପାଇଁ ଭବିଷ୍ୟତ ନୁହଁ, ସମାଜ ତଥା ରାଷ୍ଟ୍ର ପାଇଁ ଜଣେ ଜଣେ ସୁଦକ୍ଷ ଭବିଷ୍ୟତ
ବେଳେ ବେଳେ ଭୁଲ ସାଙ୍ଗ ଓ ପରିସ୍ଥିତି ଶିଶୁମାନଙ୍କୁ ଅପରାଧ ପଥରେ ନେଇଯାଇଥାଏ। କିନ୍ତୁ ଯଦି ସଠିକ ସମୟରେ ଠିକ ମାର୍ଗଦର୍ଶନ ଓ ସମର୍ଥନ ମିଳେ, ସେମାନେ ନିଶ୍ଚୟ ନୂତନ ଜୀବନ ଗଢ଼ିପାରିବେ।”
ମୋଟିଭେସିନାଲ ଶିବିର ରେ ଅତିରିକ୍ତ ଏସ୍ପି ଶ୍ରୀ ସୌମ୍ୟରଂଜନ ମଲ୍ଲିକ, କୁମ୍ଭାରପଡା ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ସାହୁ, ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ, ତାଳବଣିଆ ଥାନା ଅଧିକାରୀ ଶ୍ରୀମନ୍ତୀ ଗୀତାଞ୍ଜଳି ନାୟକ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ସେମାନେ ଜୁଭେନାଇଲ୍ ଶିଶୁମାନଙ୍କ ପୁନର୍ଜୀବନ, ଶିକ୍ଷା ସହାୟତା ସୁଯୋଗ ସମ୍ପର୍କରେ ଆଲୋଚନା କଲେ।
ପୁରୀ ଏସ୍ପି ସମସ୍ତ ଶିଶୁମନଙ୍କୁ ଭବିଷ୍ୟତ ଗଡ଼ିବା ପାଇଁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଲେ ।
ଏସ୍ପି ପୁରୀ ଶ୍ରୀ ସିଂ ସେମାନଙ୍କ ପାଇଁ ଆଗାମୀ ଦିନରେ କ୍ୟାରିଅର କଉନସେଲିଂ, ମୋଟିଭେସନାଲ୍ ଶିବିର ଓ ଶିକ୍ଷା ସହାୟତା କାର୍ଯ୍ୟକ୍ରମ ଆୟୋଜନ କରିବା ପ୍ରସ୍ତାବ ରଖିଲେ।
ସେ ଅଭିଭାବକମାନଙ୍କୁ ନିୟମିତ ଭାବରେ ପୋଲିସ ସହିତ ସମ୍ପର୍କ ରଖିବାକୁ ଅନୁରୋଧ କଲେ ଯାହାଦ୍ୱାରା ସେମାନଙ୍କ ସନ୍ତାନଙ୍କ ସୁଭବିଷ୍ୟତ ନିଶ୍ଚିତ ହେବ।
ପୁରୀ ପୋଲିସ ପକ୍ଷରୁ ଏହି ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଚାଲିବ।