ଶେଗାଓଁରେ ଜାତୀୟ ଆରୋଗ୍ୟ ମେଳା-୨୦୨୬ର ଉଦଘାଟନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

Feb 26, 2026 - 09:44
 15
ଶେଗାଓଁରେ ଜାତୀୟ ଆରୋଗ୍ୟ ମେଳା-୨୦୨୬ର ଉଦଘାଟନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

ଶେଗାଓଁରେ ଜାତୀୟ ଆରୋଗ୍ୟ ମେଳା-୨୦୨୬ର ଉଦଘାଟନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

ଆୟୁଷ ବ୍ୟବସ୍ଥା ସାମଗ୍ରିକ ସୁସ୍ଥତା ପାଇଁ ବ୍ୟାପକ ଜୀବନଶୈଳୀ ଢାଞ୍ଚା ପ୍ରଦାନ କରେ : ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ

ଆୟୁର୍ବେଦ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଚିକିତ୍ସକଙ୍କୁ ଆୟୁର୍ବେଦିକ ଗୌରବ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ଆୟୁର୍ବେଦ ପ୍ରକୃତିରେ ନିହିତ ଏକ କାଳଜୟୀ ବୈଜ୍ଞାନିକ ପରମ୍ପରା : ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ

ଜାତୀୟ ଆରୋଗ୍ୟ ମେଳା ହେଉଛି ଭାରତୀୟ ପାରମ୍ପାରିକ ଔଷଧ ପ୍ରଣାଳୀର ଏକ ' ମହାକୁମ୍ଭ': ଆୟୁଷ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଦବ

ଆୟୁଷ ପର୍ଯ୍ୟଟନ ମାଧ୍ୟମରେ ଭାରତ ସାମଗ୍ରିକ ସୁସ୍ଥତାରେ "ବିଶ୍ବର ମୁକୁଟ" ହୋଇପାରିବ : ଆୟୁଷ ରାଷ୍ଟ୍ର ମନ୍ତ୍ରୀ

ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାର ଶେଗାଓଁରେ ଜାତୀୟ ଆରୋଗ୍ୟ ମେଳା ୨୦୨୬ କୁ ଉଦଘାଟନ କରିଛନ୍ତି । ଏହି ଚାରି ଦିନିଆ ଜାତୀୟ କାର୍ଯ୍ୟକ୍ରମ ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଅଖୂଳ ଭାରତୀୟ ଆୟୁର୍ବେଦିକ କଂଗ୍ରେସ ସହଯୋଗରେ ଆୟୋଜିତ ହେଉଛି। ଏହା ଭାରତର ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ନୀତି ନିର୍ଦ୍ଧାରକ, ଗବେଷକ, ଅଭ୍ୟାସକାରୀ, କୃଷକ, ଶିଳ୍ପ ପ୍ରତିନିଧୂ ଏବଂ ନାଗରିକମାନଙ୍କୁ ଏକ ସାଧାରଣ ମଞ୍ଚରେ ଏକତ୍ରିତ କରୁଛି।

ସନ୍ଥ ଶ୍ରୀ ଗଜାନନ ମହାରାଜଙ୍କ ପବିତ୍ର ଭୂମିକୁ ଆସିବା ତାଙ୍କୁ ହୃଦୟରୁ ଖୁସି ଦେଇଛି ବୋଲି ରାଷ୍ଟ୍ରପତି କହିଥିଲେ। ସେ କାର୍ଯ୍ୟକ୍ରମକୁ ଆସିବା ପୂର୍ବରୁ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ପାଇଥିଲେ। ସନ୍ଥ ଗଜାନନ ମହାରାଜ ତାଙ୍କର ଜୀବନ ଜନ କଲ୍ୟାଣ ପାଇଁ ଉତ୍ସର୍ଗ କରିବା ଏବଂ ସମସ୍ତ ଜୀବଜଗତଙ୍କ ପାଇଁ କରୁଣା ଏବଂ ସମାନତାର ବାର୍ତ୍ତା ଶିକ୍ଷା ଦେବା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏପରି ଏକ ମହତ୍ୱପୂର୍ଣ ସ୍ଥାନରେ ଲୋକଙ୍କ ସ୍ବାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଏକ କାର୍ଯ୍ୟକ୍ରମ ଉଦଘାଟନ କରିବା ଅତ୍ୟନ୍ତ ସନ୍ତୋଷର ବିଷୟ ବୋଲି ସେ କହିଥିଲେ।

ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ, ଆମ ପରମ୍ପରାରେ କୁହାଯାଏ, “ ଆରୋଗ୍ୟମ୍ "ପରମମ୍ ସୁଖମ୍ବ" ଅର୍ଥାତ୍ ଭଲ ସ୍ବାସ୍ଥ୍ୟ ହେଉଛି ସର୍ବୋତ୍ତମ ଖୁସି। ଏକ ସୁସ୍ଥ ଶରୀର ସମସ୍ତ କର୍ତ୍ତବ୍ୟ ପାଳନ ପାଇଁ ପ୍ରାଥମିକ ଉପକରଣ ବୋଲି ସେ ଗୁରୁତ୍ବା ତ୍ବାରୋପ କରିଥିଲେ। ରାଷ୍ଟ୍ରକୁ ସୁଦୃଢ଼ କରିବାରେ, ସୁସ୍ଥ ନାଗରିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆୟୁର୍ବେଦ, ଯୋଗ, ପ୍ରା ପ୍ରାକୃତିକ ଚିକିତ୍ସା, ୟୁନାନି, ସିଦ୍ଧ, ସୋୱା- ରିଗ୍ନା ଏବଂ ହୋମିଓପାଥ୍‌ ପ୍ରତିରୋଧକ, ପ୍ରୋତ୍ସାହନମୂଳକ ଏବଂ ଚିକିତ୍ସାମୂଳକ ସ୍ବାସ୍ଥ୍ୟସେବାରେ ଅମୂଲ୍ୟ ଅବଦାନ ଦେଇଛନ୍ତି ଏବଂ ସମାଜକୁ ସନ୍ତୁଳିତ ଜୀବନଯାପନ ପାଇଁ ମାର୍ଗଦର୍ଶନ କରିଆସୁଛନ୍ତି।

ଭାବରେ ରେ ସ୍ବୀକାର କରୁଛି। ଋତୁକାଳୀନ କାର୍ଯ୍ୟପଦ୍ଧତି, ପ୍ରକୃତ ସୁସ୍ଥତା ପାଇଁ ଶରୀର ৩০° ମନ ମଧ୍ୟରେ ସମନ୍ଵୟ ଆବଶ୍ୟକ ବୋଲି ବିଶ୍ବ କ୍ରମାଗତ ଆୟୁଷ ବ୍ୟବସ୍ଥା କେବଳ ଚିକିତ୍ସା ପ୍ରଦାନ କରେ ନାହିଁ, ବରଂ ସନ୍ତୁଳିତ ଖାଦ୍ୟ, ଦୈନନ୍ଦିନ ଯୋଗ, ଧ୍ଯାନ ଏବଂ ପ୍ରାକୃତିକ ଚିକିତ୍ସା ଉପରେ ଆଧାରିତ ଏକ ସମ୍ପୂର୍ଣ୍ଣ ଜୀବନଶୈଳୀ ଢାଞ୍ଚା ପ୍ରଦାନ କରେ। ରୋଗର ବୋଝ ହ୍ରାସ କରିବା ଏବଂ ଦୀର୍ଘକାଳୀନ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିରୋଧକ ଏବଂ ସାମଗ୍ରିକ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ଜରୁରୀ ବୋ ବୋଲି ସେ ଗୁରୁତ୍ବାରୋପ କରିଥିଲେ।

ଭାରତରେ ଔଷଧୀୟ ଉଦ୍ଭିଦ ଏବଂ ପାରମ୍ପରିକ ଜ୍ଞାନର ଏକ ସମୃଦ୍ଧ ଐତିହ୍ୟ ରହିଛି । ଔଷଧୀୟ ଉଭିଦର ସଂରକ୍ଷଣ ଏବଂ ବିଜ୍ଞାନଭିତ୍ତିକ ଔକ କୃଷିର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରି ସେ କହିଥିଲେ ଯେ କଞ୍ଚାମାଲ ଆଧାରକୁ ସୁଦୃଢ଼ କରିବା

ପୁଷ ବ୍ୟବସ୍ଥାକୁ ଆଗକୁ କରିଥିଲେ। ଦ୍ବାରା ନିରନୁର ସ୍ବାସ୍ଥ୍ୟସେବା, କୃଷକଙ୍କ ଆୟ ବୃଦ୍ଧି ଏବଂ ପରିବେଶ ସୁରକ୍ଷା ହୋଇପାରିବ। ସେ ଆୟୁଷ ବଢାଇବା ଏବଂ ଏକ ସୁସ୍ଥ ଏବଂ ସଶକ୍ତି ଭାରତ ଗଠନ ପାଇଁ ସାମୂହିକ ପ୍ରୟାସ କରିବା ଲାଗି ଆହ୍ୱାନ କରି

ପ୍ରତିଷ୍ଠିତ ଏକ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଆୟୁର୍ବେଦକୁ ଭାରତର ପ୍ରାଚୀନ ଋଷିମାନଙ୍କ ଦ୍ବାରା ପ୍ରତି କାଳଜୟୀ ବୈଜ୍ଞାନିକ ପରମ୍ପରା ଭାବରେ ବର୍ଣ୍ଣନା କରିଥିଲେ। ସେମାନଙ୍କୁ ସେ ସର୍ବପ୍ରାଚୀନ ଗବେଷଣା କ୍ଷେତ୍ରର ତ୍ରର ବିଦ୍ବାନ ବୋଲି କହିଥିଲେ। ସେ ଗୁରୁତ୍ବାରୋପ କରିଥିଲେ ଯେ ପଞ୍ଚତତ୍ତ୍ବରେ ଗଠିତ ମାନବ ଶରୀର ପ୍ରକୃତି ସହିତ ସମନ୍ବୟ ସ୍ଥାପ କରି ସର୍ବୋତ୍ତମ ଭାବରେ ସୁସ୍ଥ ହୋଇପାରିବ। ଚିକିତ୍ସା ପଦ୍ଧତି ଅପେକ୍ଷା ପ୍ରତିରୋଧକ ସ୍ବାସ୍ଥ୍ୟସେବା ଉତ୍କୃଷ୍ଟ ବୋଲି କହିଥିଲେ। ସେ

ରାଜ୍ୟପାଳ କହିଥିଲେ ଯେ ଭାରତର ପାରମ୍ପରିକ ବ୍ୟବସ୍ଥା ଗଭୀର ଭାବେ ବିଜ୍ଞାନସମ୍ମତ ଏବଂ ଶତାବ୍ଦୀର ଅଭିଜ୍ଞତାରୁ ଅର୍ଜିତ ଜ୍ଞାନ ଉପରେ ଆଧାରିତ। ସେ ଚିକିତ୍ସକମାନଙ୍କୁ ପ୍ରାମାଣିକତା ବଜାୟ ରଖୁବାକୁ, ଔଷଧର ଗୁଣବତ୍ତା ସୁନିଶ୍ଚିତ କରିବାକୁ କୁ ଏବଂ ସେମାନଙ୍କର ପଦ୍ଧତି ଉପରେ ପୂର୍ଣ୍ଣ ବିଶ୍ବାସ ରଖିବାକୁ ଅନୁରୋଧ କରିଥିଲେ। ଜାତୀୟ ଏବଂ ବିଶ୍ବ ସ୍ତରରେ ଭପାରମ୍ପରିକ ଜ୍ଞାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସେ ଆୟୁଷ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଥିଲେ। ଭାରତର

କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ଵ) ଶ୍ରୀ ପ୍ରତାପରାଓ ଯାଦବ ଜାତୀୟ ଆରୋଗ୍ୟ ମେଳାକୁ "ଭାରତୀୟ ପାରମ୍ପରିକ ଔଷଧ ବ୍ୟବସ୍ଥାର ମହାକୁମ୍ଭ" ଭାବରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ଏହି ମହାସମାବେଶ ନୀତି ନିର୍ଦ୍ଧାରକ, ଗବେଷକ, ଶିକ୍ଷାବିତ୍, ଶିଳ୍ପ ପ୍ରତିନିଧୁ, କୃଷକ ଏବଂ ଅଭ୍ୟାସକାରୀଙ୍କୁ ଗୋଟିଏ ସାଧାରଣ ମଞ୍ଚରେ ଏକତ୍ରିତ କରିଛି। ଏହି ମେଳା କେବଳ ଏକ ସ୍ବାସ୍ଥ୍ୟ ଶିବିର ନୁହେଁ, ବରଂ ଭାରତର ସାମଗ୍ରିକ ସ୍ବାସ୍ଥ୍ୟସେବା ପରମ୍ପରାକୁ ସୁଦୃଢ଼ କରିବା ଏବଂ ସେସବୁକୁ ସିଧାସଳଖ ଲୋକଙ୍କ ସହିତ ଯୋଡ଼ିବା ପାଇଁ ଏକ ଶକ୍ତିଶାଳୀ ଜାତୀୟ ପଦକ୍ଷେପ ବୋଲି ସେ ଗୁରୁତ୍ବାରୋପ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, ମନ୍ତ୍ରଣାଳୟ ପ୍ରମାଣ-ଆଧାରିତ ଆୟୁଷ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ ବୋଲି ମନ୍ତ୍ରୀ କହିଥିଲେ। ଆୟୁର୍ବେଦ ଏବଂ ଅନ୍ୟାନ୍ୟ ଆୟୁଷ ସମ୍ବନ୍ଧୀୟ ବିଷୟଗୁଡ଼ିକ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅଧୂକ ବିଶ୍ବସନୀୟତା ହାସଲ କରିବା ପାଇଁ କେନ୍ଦ୍ରିତ ଗବେଷଣା, ବିଜ୍ଞାନସମ୍ମତ ବୈଧତା, ଗୁଣବତ୍ତାର ନିଶ୍ଚିତତା ଏବଂ ମାନକୀକରଣକୁ ସୁଦୃଢ଼ କରାଯାଉଛି। ସେ ଗୁରୁତ୍ବାରୋପ କରିଥିଲେ ଯେ ପାରମ୍ପରିକ ଜ୍ଞାନକୁ ଆଧୁନିକ ବୈଜ୍ଞାନିକ ମାନଦଣ୍ଡ ସହିତ ସମନ୍ବିତ କରିବା ଦ୍ବାରା ଆୟୁଷ ପ୍ରତି ବିଶ୍ବବ୍ୟାପୀ ବିଶ୍ବାସ ଆହୁରି ବୃଦ୍ଧି ପାଇବ।

ଆୟୁଷ ପର୍ଯ୍ୟଟନର ଅପାର ସମ୍ଭାବନା ଉପରେ ଆଲୋକପାତ କରି ଶ୍ରୀ ଯାଦବ କହିଥିଲେ ଯେ ଭାରତ ସାମଗ୍ରିକ ସୁସ୍ଥତା କ୍ଷେତ୍ରରେ "ବିଶ୍ବର ମୁକୁଟ" ହୋଇପାରିବ। ଆୟୁର୍ବେଦ, ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ମାଧ୍ୟମରେ ଭାରତ ବିଶ୍ବ ସ୍ବାସ୍ଥ୍ୟକଲ୍ୟାଣ ଆନ୍ଦୋଳନର ନେତୃତ୍ବ ନେବାର କ୍ଷମତା ରଖୁଛି। ଆୟୁଷ ପର୍ଯ୍ୟଟନର ପ୍ରସାର ଭାରତକୁ କେବଳ ଏକ ବିଶ୍ବ ସ୍ବାସ୍ଥ୍ୟକଲ୍ୟାଣ ଗନ୍ଧବ୍ୟସୁଳ ଭାବରେ ପ୍ରତିଷ୍ଠା କରିବ ନାହିଁ, ବରଂ ନିଯୁକ୍ତି ସୃଷ୍ଟି କରିବ, ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବ ଏବଂ ଔଷଧୀୟ ଉଭିଦ ଚାଷରେ ନିୟୋଜିତ ଚାଷୀମାନଙ୍କୁ ଲାଭ ଦେବ।

ମହାରାଷ୍ଟ୍ର ସରକାରଙ୍କ ରିଲିଫ୍ ଏବଂ ପୁନର୍ବାସ ମନ୍ତ୍ରୀ ଶ୍ରୀ ମକରନ୍ଦ ଯାଦବ ପାଟିଲ କହିଥିଲେ ଯେ, ଶେଗାଓଁରେ ଜାତୀୟ ଆରୋଗ୍ୟ ମେଳା ଆୟୋଜନ ମହାରାଷ୍ଟ୍ର ପାଇଁ ଗର୍ବର ବିଷୟ। ଏହି ମେଳା ଔଷଧୀୟ ଉଦ୍ଭିଦ ଚାଷରେ ନିୟୋଜିତ ଚାଷୀମାନଙ୍କୁ ମାଗଣା ପରାମର୍ଶ, ଔଷଧ ବଣ୍ଡନ, ବିଶେଷଜ୍ଞ ମାନଙ୍କର ଭାଷଣ ଶୁଣିବା ଏବଂ ବିଭିନ୍ନ ସୁଯୋଗ ପ୍ରଦାନ କରିବ ବୋଲି ସେ ଉଲ୍ଲେଖ କରିଥିଲେ।

ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା କହିଛନ୍ତି ଯେ, ଆରୋଗ୍ୟ ମେଳା ଜନସାଧାରଣଙ୍କ ସହଭାଗିତା, ସଚେତନତା ସୃଷ୍ଟି ଏବଂ ପ୍ରାମାଣିକ ଆୟୁଷ ଅଭ୍ୟାସ ପ୍ରଦର୍ଶନ ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ। ଏହା ଗୁଣବତ୍ତା, ଗବେଷଣା କ୍ଷେତ୍ରରେ ପ୍ରଗତି ଏବଂ ବିଶ୍ବବ୍ୟାପୀ ସହଯୋଗ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ପୁନଃଦୋହରାଇଥାଏ ।

ଜାତୀୟ ଆରୋଗ୍ୟ ମେଳା ୨୦୨୬ରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ଖଡସେ, ଶ୍ରୀ ସଞ୍ଜୟ କୁଟେ, ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧୂକାରୀ, ଆୟୁଷ ବିଶେଷଜ୍ଞ, କୃଷକ, ଅଭ୍ୟାସକାରୀ ଏବଂ ସମୁଦାୟ ପ୍ରତିନିଧୂଙ୍କ ସମେତ ବହୁ ବିଶିଷ୍ଟ ତଥା ସାଧାରଣ ବ୍ୟକ୍ତି ଯୋଗ ଦେଇଥିଲେ। ସମସ୍ତେ ସାମୂହିକ ଭାବରେ ଭାରତର ପାରମ୍ପରିକ ଔଷଧ ପ୍ରଣାଳୀ, କଲ୍ୟାଣ ପର୍ଯ୍ୟଟନ ଏବଂ ସାମଗ୍ରିକ ସ୍ବାସ୍ଥ୍ୟସେବା ପଦକ୍ଷେପକୁ ପ୍ରୋତ୍ସାହିତ କରିବାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ, ରାଷ୍ଟ୍ରପତି ଆୟୁର୍ବେଦରେ ସେମାନଙ୍କର ଅସାଧାରଣ ଅବଦାନ ପାଇଁ ବିଶିଷ୍ଟ ଚିକିତ୍ସକମାନଙ୍କୁ ଜୀବନବ୍ୟାପୀ ଆୟୁର୍ବେଦିକ ଗୌରବ ସମ୍ମାନରେ ସମ୍ମାନିତ କରିଥିଲେ। ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା, ବୈଦ୍ୟ ରାକେଶ ଶର୍ମା, ଡକ୍ଟର ଆଶୁତୋଷ ଗୁପ୍ତା, ଡକ୍ଟର ମନୀଷା କୋଟେକର, ପି.ଏମ୍. ଭାରିୟର ଏବଂ ଡକ୍ଟର ରାମଦାସ ଅଛନ୍ତି। ସେମାନଙ୍କ ଉତ୍ସର୍ଗୀକୃତ ସେବା ଏବଂ ଅଭିନବ କାର୍ଯ୍ୟ ଆୟୁଷ ବ୍ୟବସ୍ଥା ମାଧ୍ୟମରେ ପାରମ୍ପରିକ ଔଷଧ, ଜନସ୍ବାସ୍ଥ୍ୟ ପଦକ୍ଷେପ ଏବଂ ସାମୁଦାୟିକ କଲ୍ୟାଣକୁ ଉଲ୍ଲେଖନୀୟ ଭାବରେ ବିକଶିତ କରିଛି। ରାଷ୍ଟ୍ରପତି ଜାତୀୟ ଆରୋଗ୍ୟ ମେଳା ମଧ୍ଯ ପରିଦର୍ଶନ କରିଥିଲେ।