ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଓଏଭି OAV ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା...
ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଓଏଭି OAV ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା...
ଶିକ୍ଷା ବର୍ଷ ୨୦୨୫-୨୬ ପାଇଁ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି ।
ଚଳିତ ବର୍ଷ ମଧ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।
ବିଜ୍ଞାନ ପାଠ୍ୟକ୍ରମରେ ଓଏଭିରୁ ମୋଟ ୪୭୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଚଳିତ ବର୍ଷର ପାସ୍ ହାର ରହିଛି ୭୩.୫ ପ୍ରତିଶତ ।
ବିଜ୍ଞାନ ପାଠ୍ୟକ୍ରମରେ ୧୧୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ।
କନ୍ଧମାଳର ଓଏଭି, ଧୋବାଟୋଟାର ପ୍ରିୟଦର୍ଶିନୀ ବେହେରା ୯୭.୬ ପ୍ରତିଶତ ହାସଲ କରି ବିଜ୍ଞାନ ପାଠ୍ୟକ୍ରମରେ ଟପର୍ ହୋଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଓଏଭି ଫେରଜରପୁର୍, ବରଗଡ଼ର ପୀୟୁଷ ରଞ୍ଜନ ସ୍ୱାଇଁ-୯୭.୨ ପ୍ରତିଶତ, ଓଏଭି ଟେଟେଲେଙ୍ଗା, ବୌଦ୍ଧର ଶକ୍ତିବନ୍ଦନ ପୁରୋହିତ - ୯୭.୨ପ୍ରତିଶତ, ଓଏଭି ବେଡ଼ି, ନୂଆପଡ଼ାର ଲଭ୍ୟାଂଶ ମେହେର - ୯୬.୬ ପ୍ରତିଶତ ରଖି ସଫଳତା ହାସଲ କରିଛନ୍ତି ।
ସେହିପରି ବାଣିଜ୍ୟ ପାଠ୍ୟକ୍ରମରେ ୩୧ଟି ଓଏଭିରୁ ୪୨୩ ଜଣ ଛାତ୍ରଛାତ୍ରୀ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ପାସ୍ ହାର ୮୮.୯ ପ୍ରତିଶତକୁ ବୃଦ୍ଧି ପାଇଛି
ବାଣିଜ୍ୟରେ ମୋଟ ୧୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ମୟୂରଭଞ୍ଜର ଓଏଭି ସାନମୌଦା, ମୟୂରଭଞ୍ଜର ଦିଶା ଶାହା ୯୬.୮ ପ୍ରତିଶତ ନମ୍ବର ରଖି ବାଣିଜ୍ୟରେ ଟପର୍ ହୋଇଛନ୍ତି ।
ବାଣିଜ୍ୟ ରେ ଅନ୍ୟମାନଙ୍କ ମଧ୍ୟରେ ଓଏଭି ସାନମୌଦା, ମୟୂରଭଞ୍ଜର ଆଞ୍ଚଲ ଅଗ୍ରୱାଲ - ୯୬.୨ ପ୍ରତିଶତ, ଓଏଭି ଜାମଧର, ଯାଜପୁରର ବିଶ୍ୱଜିତା ପୃଷ୍ଟି – ୯୫ ପ୍ରତିଶତ, ଓଏଭି ଜାମଧର, ଯାଜପୁରର ଅଙ୍କିତା ବେହେରା – ୯୫ ପ୍ରତିଶତ, ଓଏଭି ରାନିଭୋଳ, ମୟୂରଭଞ୍ଜର ରିତିକ ଖୁରାନା – ୯୫ ପ୍ରତିଶତ ରଖି ସଫଳତା ହାସଲ କରିଛନ୍ତି ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସମସ୍ତ ସଫଳ ଛାତ୍ରଛାତ୍ରୀ, ଶିକ୍ଷକ, ପ୍ରଧାନଶିକ୍ଷକ ଏବଂ ଅଭିଭାବକମାନଙ୍କୁ ସେମାନଙ୍କର କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।