BJD ର PAC ବୈଠକ ଫେଲ ମାରିଲା ସମୂହ ନିଷ୍ପତିରେ

Sep 8, 2025 - 08:11
 18
BJD ର PAC ବୈଠକ ଫେଲ ମାରିଲା ସମୂହ ନିଷ୍ପତିରେ

। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ କ'ଣ ରହିବ ତାହା ଚୂଡ଼ାନ୍ତ କରିବା ନିମନ୍ତେ ନବୀନ ନିବାସରେ ବସିଥ‌ିବା ପିଏସି ବୈଠକରେ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ । ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନକରି ସମଦୂରତ୍ବ ନୀତି ଆପଣାଇବା ସପକ୍ଷରେ ସମସ୍ତ ପିଏସି ସଦସ୍ୟ ମତ ଦେବାପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଚାନକ ସେହି ପ୍ରସଙ୍ଗକୁ ବଦଳାଇ ସଂଗଠନ କିଭଳି ସୁଦୃଢ଼ ହେବ ତାହା ଉପରେ ଆଲୋଚନା କରିଥିବା ଜଣାପଡ଼ିଛି ।

ଆଜିର ବୈଠକ ମାଧ୍ଯମରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ପରଦା ପଛରେ ରହି ଦଳର ପିଏସିରେ ସାମିଲ ନେତାମାନଙ୍କୁ ସେମାନଙ୍କର ‘ଲିମିଟ୍’ ସମ୍ପର୍କରେ ପୁଣିଥରେ ଚେତାଇ ଦେଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ‘ପିଏସି' କେବଳ ମୋହରା ବୋଲି ଆଜିର ବୈଠକରୁ ଏକରକମ ସୃଷ୍ଟ ହୋଇଯାଇଥ‌ିବା ବିଜେଡି ସୂତ୍ରରୁ ସୂଚନା ମିଳିଛି ।

କମିଟି ହୋଇ ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ନିଷ୍ପତ୍ତ ନେବାର କ୍ଷମତା ନମିଳିବା ବହୁ ସଦସ୍ୟଙ୍କୁ ଆଘାତ ଦେଇଥିବା ଜଣାପଡ଼ିଛି । ନବୀନ ଆସନ୍ତାକାଲି ଲି ଦିଲ୍ଲୀ ଗସ୍ତରେ ଯାଇ ସେଠାରେ ଦଳର ଆଭିମୁଖ୍ୟ ସମ୍ପର୍କରେ ଘୋଷଣା କରି କରିବେ ବୋଲି ସୂଚନା ମିଳିଛି ।

ସମନ୍ବୟ କମିଟି ବୈଠକରେ ଆଲୋଚନା ହେଲାନି ---ପିଏସି ବୈଠକ ପୂର୍ବରୁ ଦଳର ସମନ୍ବୟ କମିଟି ଅଧ୍ଯକ୍ଷ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ଯକ୍ଷତାରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏଥିରେ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ସାମାନ୍ୟତମ ଆଲୋଚନା ହୋଇନଥିବା ଜଣାପଡ଼ିଛି । ଥରୀରରତିଟି ଗଠନ ଓ