BMC ଓ Omfed ମଧରେ ଗୁରୁତ୍ବପୂର୍ଣ ଚୁକ୍ତିନାମା ସ୍ବାକ୍ଷରିତ...
ବିଏମ୍ସି ପରିଚାଳିତ ଖୋର୍ଦ୍ଧା ଓ ପୁରୀ ଜଲ୍ଲାର 4ଟି ଗୋଶାଳାରେ ଥିବା ପ୍ରାୟ 1500 ଗାଈ–ଗୋରୁଙ୍କ ପାଇଁ ଉତ୍ତମ ଗୁଣମାନର ଖାଦ୍ୟ ଯୋଗାଣ କରିବାକୁ ଓମଫେଡ଼ ଆଗକୁ ଆସିଛି । ଆଗାମୀ ଦିନରେ ୬ଟି ଗୋଶାଳାରେ ଥିବା ପ୍ରାୟ ୨୦୦୦ ଗାଈଗୋରୁଙ୍କ ପାଇଁ ଗୋଖାଦ୍ୟ କ୍ରୟ ହେବାର ପ୍ରସ୍ତାବ ମଧ୍ଯ ନିଶ୍ଚିତ ହୋଇଛି ।
ଓମଫେଡ଼ ପକ୍ଷରୁ ଉତ୍ପାଦିତ ଉତ୍ତମ ଗୁଣମାନର ଚାରା ରିହାତି ଦରରେ ଯୋଗାଇବା ପାଇଁ ବିଏମ୍ସି ଏହି ଚୁକ୍ତି ସ୍ବାକ୍ଷର କରିଛି, ଯାହା ଗୋଶାଳା ପରିଚାଳନାକୁ ଆହୁରି ଶକ୍ତିଶାଳୀ ଓ ସୁସଂଗଠିତ କରିବ ।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, କମିଶନର, ଓମଫେଡ଼ର ଡେପୁଟି ମ୍ୟାନେଜର ସହିତ ବହୁ ବରିଷ୍ଠ ଅଧୂକାରୀ ଉପସ୍ଥିତ ଥିଲେ ।