ଆସନ୍ତୁ ଜାଣିବା ଆମ ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଧନକର ଙ୍କ ରାଜନୈତିକ ଜୀବନ

Aug 30, 2025 - 16:27
 11
ଆସନ୍ତୁ ଜାଣିବା ଆମ ପୂର୍ବତନ ଉପରାଷ୍ଟ୍ରପତି   ଶ୍ରୀ ଧନକର ଙ୍କ ରାଜନୈତିକ ଜୀବନ

ଜଗଦୀପ ଧନକର ସ୍ବାସ୍ଥ୍ୟଗତ କାରଣରୁ ଜୁଲାଇ ୨୨ରେ ଉପରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେଇଥିଲେ।

ସେ ଏବେ ରାଜସ୍ଥାନ ବିଧାନ ସଭାରେ ପେନସନ ପାଇଁ ଆବେଦନ କରିଛନ୍ତି | ସେ ରାଜସ୍ଥାନର ଦଶମ ବିଧାନ ସଭାର ସଦସ୍ୟ ଥିଲେ | ୧୯୯୩ ମସିହାରେ ସେ କଂଗ୍ରେସ ଟିକେଟ ରେ ଅଜମେର ଜିଲ୍ଲାର କିଶନ ଗଡ଼ ଆସନରୁ ବିଧାୟକ ହୋଇଥିଲେ | ସେ ତାଙ୍କ ରାଜନୈତିକ ଜୀବନରେ ଅନେକ ପଦପଦବୀ ରହି ଆସିଛନ୍ତି |ସେ ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ଝୁନୁ ଝୁନୁ ଲୋକ ସଭା ଆସନରେ ଜନତା ଦଳ ରୁ MP ଥିଲେ |ଏହା ପରେ ୧୯୯୩ ରେ ସେ କିଶନଗଡ଼ ରୁ କଂଗ୍ରସ ବିଧାୟକ ହୋଇଥିଲେ | ପରେ ପରେ ସେ ୨୦୧୯ ରୁ ୨୦୨୨ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ରାଜ୍ୟପାଳ ଏବଂ ୨୦୨୨ ରୁ ୨୦୨୫ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ଉପ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ |

ସେ ଏବେ ରାଜସ୍ଥାନ ବିଧାନ ସଭାରେ ପେନସନ ପାଇଁ ଆବେଦନ କରିଛନ୍ତି |

ବିଧାନସଭା ସଚିବାଳୟ ଧନକରଙ୍କ ଆବେଦନ ପ୍ରକ୍ରିୟାକୁ କୁ ତ୍ୱରାନ୍ୱିତ କରି ଚାଲିଛନ୍ତି | ବିଧାନ ସଭା ବାଚସ୍ପତି ବାସୁଦେବ ଦେବନାନୀ କହିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଙ୍କ ପେନସେନ ପାଇଁ କାଗଜପତ୍ର ଆସି ପହଂଚିଛି, ସେ ଦିଗରେ ବିହୀତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଚାଲୁ ମଧ୍ୟ ରହିଛି |

ରାଜସ୍ଥାରେ ପୂର୍ବତନ ବିଧାୟକଙ୍କୁ ପେନସନ ବାବଦ ୩୫,୦୦୦/-ଟଙ୍କା ମିଳିଥାଏ | ଯଦି ବିଧାୟକଙ୍କ ବୟସ ୭୦ ରୁ ଅଧିକ ହୁଏ, ତେବେ ତାଙ୍କୁ ୮୦ ବର୍ଷ ବୟସରେ ୨୦% ଏବଂ ୩୦% ଅତିରିକ୍ତ ପେନସନ ମିଳିଥାଏ | ତେଣୁ ସେ ସେ ଏବେ ୭୪ ବର୍ଷ ବୟସରେ ୨୦% ଅତିରିକ୍ତ ପେନସନ ସହିତ ପ୍ରାୟ ୪୨, ୦୦୦ଟଙ୍କା ପେନସନ ପାଇବେ |