ଚନ୍ଦ୍ର ଗ୍ରହଣ ସମୟରେ ମଣିଷ ପାଇଁ କଣ କେତେ ଭଲ ବା ଖରାପ ଜାଣିବା !

Sep 7, 2025 - 09:13
 8
ଚନ୍ଦ୍ର ଗ୍ରହଣ ସମୟରେ ମଣିଷ ପାଇଁ କଣ କେତେ ଭଲ ବା ଖରାପ ଜାଣିବା !

ଚନ୍ଦ୍ର ଗ୍ରହଣ ସମୟରେ ମଣିଷ ପାଇଁ କଣ କେତେ ଭଲ ବା ଖରାପ ଜାଣିବା !

▶️ ଗର୍ଭଧାରୀ ନାରୀ ଉକ୍ତଦିନ ଗ୍ରହଣ କୁ ନଦେଖି କୋଳରେ ଏକ ନଡିଆ ରଖି ଘରଭିତରେ ରହି ଶ୍ରୀ ରାମ ନାମ ଜପ କରିବେ ଏବଂ ଗ୍ରହଣ ଶେଷ ପରେ ଉକ୍ତ ନଡିଆ କୁ ବହିଯାଉଥିବା ଜଳରେ ଭସାଇଦେବl 

▶️ ଚନ୍ଦ୍ର ଗ୍ରହଣ ସମୟରେ ଶୟନ, ଭୋଜନ, ମୈଥୁନ, ମୂତ୍ର-ପୂରିଷ ତ୍ଯାଗ, ତୈଳାଭ୍ଯଙ୍ଗ ଇତ୍ୟାଦି କର୍ମ ବର୍ଜନୀୟ । ଏବଂ ଗର୍ଭବତୀ ନାରୀମାନେ କାଟିବା, ବାଟିବା, ଛେଚିବା, ସିଲାଇ କରିବା ଆଦି କାର୍ଯ୍ୟ କରିବେ ନାହିଁ । 

ଏ ସମୟରେ ନିରବ ଓ ଶାନ୍ତ ଭାବରେ ସ୍ଥିର ରହିବା ଶ୍ରେୟ ଅଟେ ।

▶️ ଗ୍ରହଣ ସମୟରେ କୌଣସି ପ୍ରକାରର ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। 

▶️ ଏହି ସମୟରେ କୌଣସି ନୂଆ କିମ୍ବା ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

▶️ ଘର ନିର୍ମାଣ କିମ୍ବା ଯାନବାହନ କିଣା ଆଦି କାର୍ଯ୍ୟର ଯୋଜନା ବି କରନ୍ତୁ ନାହିଁ ଏହି ସମୟରେ।

▶️ ଗ୍ରହଣ କାଳରେ ଛୁଞ୍ଚି, ଛୁରୀ, କଇଁଚି ପରି କୌଣସି ପ୍ରକାରର ଧାରୁଆ ଅସ୍ତ୍ର ବ୍ୟବହାର କରିବାକୁ ବାରଣ କରାଯାଇଛି।

▶️ ଏହି ସମୟରେ ପୂଜାପାଠ କରିବାକୁ ବି ବାରଣ ରହିଛି।

▶️ ଗ୍ରହଣ ସମୟରେ ଗଛ ଡାଳ ଭାଙ୍ଗନ୍ତୁ ନାହିଁ କି କୌଣସି ଗଛ ବି ପୋତନ୍ତୁ ନାହିଁ।

▶️ କେଶ ବିନ୍ୟାଶ, ନଖ କଟା କିମ୍ବା ଦାନ୍ତ ଘସିବା ପରି କାର୍ଯ୍ୟ ଏହି ସମୟରେ କରନ୍ତୁ ନାହିଁ।

▶️ ଗର୍ଭବତୀ ମହିଳାମାନେ ଏହି ସମୟରେ ବେଶି ସତର୍କ ରୁହନ୍ତୁ। ଏହି ସମୟରେ ବାହାରକୁ ଆଦୌ ବି ବାହରନ୍ତୁ ନାହିଁ।

▶️ ଗ୍ରହଣ ସମୟରେ ଗର୍ଭବତୀମାନେ କୌଣସି ଧାତୁ ନିର୍ମିତ ଅଳଙ୍କାର ନପିନ୍ଧିଲେ ଭଲ।

▶️ ଗ୍ରହଣ ଛାଡ଼ିବା ପରେ ୨ ଦିନ ଆମୀଷ ଭକ୍ଷଣ ନକଲେ ଭଲ।