ଆଜି ରାତିରେ ଚନ୍ଦ୍ରଗ୍ରହଣ ଯୋଗୁଁ ମାନବ ସମାଜ ପାଇଁ କିଛି ଜରୁରୀ ରୀତିନୀତି

Sep 7, 2025 - 09:10
 34
ଆଜି ରାତିରେ ଚନ୍ଦ୍ରଗ୍ରହଣ ଯୋଗୁଁ ମାନବ ସମାଜ ପାଇଁ କିଛି ଜରୁରୀ ରୀତିନୀତି

ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମା ସିଂହ ୨୨ ଦିନ ସନ ୧୪୩୨ ସାଲ ଆଜି ୭ ତାରିଖ ରବିବାର ରେ ପଡୁଛି | ଅନ୍ୟପଟେ ପୂର୍ଣ୍ଣିମାରେ ମଧ୍ୟ ପିତୃପକ୍ଷ ଆରମ୍ଭ ହେଉଛି ।

ରବିବାର ରାତିରେ ଆକାଶରେ ସଂଘଠିତ ହେବ ମହାଜାଗତିକ ଦୃଶ୍ୟ ।

ସେପ୍ଟେମ୍ୱର ୭ ତାରିଖରେ ହେବ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ । ରାତି ୯ଟା ୫୮ରେ ଗ୍ରହଣ ସ୍ପର୍ଶ କରିବ ଓ ରାତି ୧ଟା ୨୮ ମିନିଟରେ ଗ୍ରହଣ ଶେଷ ହେବ । ପ୍ରାୟ ୩ ଘଣ୍ଟା ୨୮ ମିନିଟ ପର୍ଯ୍ୟନ୍ତ ଚାଲିବ ଚନ୍ଦ୍ରଗ୍ରହଣ । ଜ୍ୟୋତିଷମାନେ ଗଣନା କରି ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି । ସେପ୍ଟେମ୍ବର ୭ ତାରିଖ ମଧ୍ୟାହ୍ନ ୧୨ଟା ୫୮ରେ ପାକତ୍ୟାଗ କରିବାକୁ କହିଛନ୍ତି । ରବିବାରଠୁ ପିତୃଶ୍ରାଦ୍ଧ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଓ ଦେବନୀତି ସଂପନ୍ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଗର୍ଭବତୀ, ଶିଶୁ ସତର୍କ ରହିବାକୁ କୁହାଯାଇଛି ।

ଛତିଶା ନିଯୋଗ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ,ଶ୍ରୀ ମନ୍ଦିରରେ ଦିନ ୧୨ଟା ୫୭ରୁ ପାକ ତ୍ୟାଗ, ଦେବ ନୀତି ନିଷେଧ । ଗ୍ରହଣ ସ୍ପର୍ଶ ରାତି ୯ଟା ୫୭, ସର୍ବମୋକ୍ଷ ରାତି ୧ଟା ୨୭ । ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୨ଟାରେ ଦ୍ୱାରଫିଟା ନୀତି ହେବ ।

ରବିବାର ରାତିରେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳ ରେଖାରେ ଆସୁଥିବାରୁ ଚନ୍ଦ୍ରଗ୍ରହଣ ପଡୁଛି । ଏହା ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜିରେ ଦୃଶ୍ୟମାନ । ରବିବାର ରାତିର ୯ଟା ୫୮ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ ଓ ଏଥର ଆକାଶରେ ବ୍ଲଡମୁନ୍‌ ଦେଖାଯିବ ।