ଚିଙ୍ଗୁଡ଼ି ବ୍ୟବସାୟ ହୋଇପାରେ ମାନ୍ଦା!

Aug 7, 2025 - 19:58
 19
ଚିଙ୍ଗୁଡ଼ି ବ୍ୟବସାୟ ହୋଇପାରେ ମାନ୍ଦା!

ଓଡ଼ିଶାରେ ଟ୍ରମ୍ପ ଟାରିଫ ପ୍ରଭାବ ପଡିପାରେ | ରାଜ୍ୟର ସି ଫୁଡ୍ ସେକ୍ଟର ଭୟଙ୍କର ପ୍ରଭାବିତ ହେବାକୁ ଯାଉଛି ।  
ସି ଫୁଡ ଶିଳ୍ପପତି ତାରା ପଟ୍ଟନାୟକ କହିଛନ୍ତି ଆମେରିକା ୨୫ ପ୍ରତିଶତ ଟାରିଫ ସହ ଅତିରିକ୍ତ ୨୫ ପ୍ରତିଶତ ପେନାଲ୍ଟି ଟାରିଫ ଲଗାଇଲେ ଏବଂ
ସବୁ ଟିକସ ମିଶାଇଲେ ପ୍ରାୟ ୬୦ ପ୍ରତିଶତ ଶୁଳ୍କ ହୋଇଯିବ।   ଫଳତଃ ଓଡ଼ିଶାର ସାମୁଦ୍ରିକ ଉତ୍ପାଦ ମହଙ୍ଗା ହେବ ଏବଂ ଆଉ ରପ୍ତାନୀ ହେବ ନାହିଁ।  ଶିଳ୍ପପତି ତାରା ପଟ୍ଟନାୟକ କହିଛନ୍ତି, ୨୫ ପ୍ରତିଶତ ଟାରିଫ ଲାଗିବା ପରେ ଆମେରିକାକୁ ରପ୍ତାନୀ ଏକପ୍ରକାର ଅସମ୍ଭବ ଥିଲା,
ଏଭଳି ସ୍ଥିତିରେ ବ୍ୟବସାୟ କରିବା ଅସମ୍ଭବ ହୋଇପଡ଼ିଥିଲା |
ଭାରତରୁ ସି ଫୁଡ୍ ମହଙ୍ଗା ହେଲେ ଆମେରିକା ଇକ୍ୟୁଡର, ଇଣ୍ଡୋନେସିଆ ଏବଂ ଭିଏତନାମରୁ ଶସ୍ତାରେ ସି ଫୁଡ୍ ଆମଦାନୀ କରିବ।  ସେହି ଦେଶଗୁଡିକ ଉପରେ ଟାରିଫ କମ୍ ରହିଛି ।  ତେଣୁ ସେହି ଦେଶଗୁଡିକ ସହ ଭାରତ ଆଦୌ ପ୍ରତିଯୋଗିତା କରିପାରିବ ନାହିଁ ।

ବର୍ତ୍ତମାନ ଓଡ଼ିଶାରୁ ବାର୍ଷିକ ୨୨ ହଜାର କୋଟି ଟଙ୍କାର ଚିଙ୍ଗୁଡି ଆମେରିକାକୁ ଯାଉଛି ।  ଓଡ଼ିଶାର ପ୍ରାୟ ୧୫ରୁ ୨୦ ଲକ୍ଷ ଚାଷୀ ଚିଙ୍ଗୁଡି ରପ୍ତାନୀ ଉପରେ ନିର୍ଭର କରନ୍ତି ।  ଏବେ ଆମେରିକାକୁ ଭାରତର ସି ଫୁଡ୍ ରପ୍ତାନୀ ଏକ ପ୍ରକାର ବନ୍ଦ ହୋଇଯିବାର ଆଶଙ୍କା କରା ଯାଉଛି।  ଏହା ଦ୍ଵାରା ଓଡ଼ିଶା ଚିଙ୍ଗୁଡି ଚାଷୀଙ୍କଠାରୁ ଆରମ୍ଭ କରି ଚିଙ୍ଗୁଡି ବ୍ୟବସାୟୀ ବହୁଳ ଭାବେ ପ୍ରଭାବିତ ହେବେ ବୋଲି କହିଛନ୍ତି ଶିଳ୍ପପତି ତାରା ପଟ୍ଟନାୟକ ।